Latest Odisha News

BREAKING NEWS

ଘରୋଇ ଟିଭି ନ୍ୟୁଜ୍ ଚ୍ୟାନେଲ୍ ସମ୍ପାଦକଙ୍କ ଘରେ EOW ରେଡ୍

ଭୁବନେଶ୍ୱର: ଏକ ଘରୋଇ ନ୍ୟୁଜ୍ ଚ୍ୟାନେଲ ସମ୍ପାଦକଙ୍କ ଘରେ ଅର୍ଥନୈତିକ ଅପରାଧ ଶାଖା (EOW) ଚଢ଼ାଉ କରିଛି । ପ୍ରାୟ ୧ କୋଟି ଟଙ୍କା ଠକେଇ ଅଭିଯୋଗରେ ଇଓଡବ୍ଲୁ ଚଢ଼ାଉ କରିଥିବା ସୂଚନା ମିଳିଛି । ଖବର ଅନୁସାରେ, ଏକ ଘରୋଇ ଟିଭି ଚ୍ୟାନେଲର ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସଙ୍କୁ ହାଜର ପାଇଁ ଇଓଡବ୍ଲୁ ଦୁଇଥର ନୋଟିସ୍ କରିଥିଲା । ନୋଟିସ୍ ସତ୍ତ୍ୱେ ଇଓଡବ୍ଲୁରେ ହାଜରେ ହୋଇନଥିଲେ ଶ୍ରୀ ଦାସ ।

୨୮ ତାରିଖ ଭୋର୍ ପ୍ରାୟ ୪ଟା ବେଳେ ଉକ୍ତ ଘରୋଇ ନ୍ୟୁଜ୍ ଚ୍ୟାନେଲ ସମ୍ପାଦକଙ୍କ ଭୁବନେଶ୍ୱର ସ୍ଥିତ ବାସଭବନରେ ଇଓଡବ୍ଲୁ ଚଢ଼ାଉ କରିଛି । ତେବେ ରେଡ୍ ବେଳେ ଅର୍ଦ୍ଧେନ୍ଦୁ ଦାସ ଘରେ ନଥିବା ସୂଚନା ଦେଇଛି ଇଓଡବ୍ଲୁ । ଅନ୍ୟପଟେ ଚ୍ୟାନେଲ୍ ବିରୋଧରେ ଷଡ଼ଯନ୍ତ୍ର କରାଯାଇଥିବା ସଂସ୍ଥା ପକ୍ଷରୁ କୁହାଯାଇଛି ।

eow-raid-in-residence-of-a-odia-news-channel-editor

ସୂଚନା ଅନୁସାରେ, ଟଙ୍କପାଣି ରୋଡରେ ଥିବା ଉକ୍ତ ଘରୋଇ ଚ୍ୟାନେଲ୍ ୨୦୨୦ରେ ଆରମ୍ଭ ବେଳେ ଦିଲ୍ଲୀର ଏକ ସଂସ୍ଥା ଠାରୁ ଅନେକ ସାମଗ୍ରୀ ଆଣିଥିଲେ । ବୈଦ୍ୟୁତିକ ସାମଗ୍ରୀ ବାବଦରେ ଚ୍ୟାନେଲକୁ ୧ କୋଟି ୨୦ ଲକ୍ଷ ଟଙ୍କାର ବିଲ୍ ହୋଇଥିଲା । ଚ୍ୟାନେଲର ସମ୍ପାଦକ ଅଗ୍ରୀମ ଭାବେ ୧୦ ଲକ୍ଷରୁ ଅଧିକ ଟଙ୍କା ଦେଇଥିବା ବେଳେ ବାକି ଟଙ୍କା କିସ୍ତି ଆକାରରେ ଦେବାକୁ ଚୁକ୍ତି ହୋଇଥିଲା ।

ହେଲେ ଦିଲ୍ଲୀର ସଂସ୍ଥା ଦେଇଥିବା ଅଧିକାଂଶ ସାମଗ୍ରୀ କାମ ନକରିବାରୁ ଚ୍ୟାନେଲ ପକ୍ଷରୁ ଫେରାଇ ଦିଆଯାଇଥିବା କୁହାଯାଇଛି । ପରେ ଉକ୍ତ ସଂସ୍ଥା ୭୦ ଲକ୍ଷ ଟଙ୍କାର ଏକ ସାନି ବିଲ୍ ଦେଇଥିଲା । ତେବେ ଦିଲ୍ଲୀର ସଂସ୍ଥା କରିଥିବା ଅଭିଯୋଗ, ଇଓଡବ୍ଲୁ ଚଢ଼ାଉ ନେଇ ଓଡ଼ିଶା ସମ୍ବାଦ ପକ୍ଷରୁ ଉକ୍ତ ଘରୋଇ ଚ୍ୟାନେଲର ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସଙ୍କୁ ଯୋଗାଯୋଗ କରା ଯାଇଥିଲେ ମଧ୍ୟ ପ୍ରତିକ୍ରିୟା ମିଳିପାରି ନାହିଁ । ପ୍ରତିକ୍ରିୟା ମିଳିଲେ ଆମେ ଖବରରେ ସ୍ଥାନିତ କରିବୁ ।

Leave A Reply

Your email address will not be published.