Latest Odisha News

BREAKING NEWS

ମାଆ ତାରିଣୀ ବସ୍ତ୍ରାଳୟରେ ରେଡ୍, ଭରୁ ନଥିଲେ GST

ଭୁବନେଶ୍ୱର: ରାଜଧାନୀର ମାଆ ତାରିଣୀ ବସ୍ତ୍ରାଳୟରେ ଚଢ଼ାଉ ଚାଲିଛି । ଜିଏସଟି ନ ଭରି ଫାଙ୍କୁଥିବା ଅଭିଯୋଗରେ ଚଢ଼ାଉ କରି ସିଟି ଜିଏସଟି ଟିମ୍ । ମାଆ ତାରିଣୀ ବସ୍ତ୍ରାଳୟର ୪ଟି ସ୍ଥାନରେ ରେଡ୍ କରାଯାଇଛି । ରଜ ଓ ସାବିତ୍ରୀରେ ଧୂମ୍ ବେପାର ହୋଇଥିବା ବେଳେ ତାରିଣୀ ବସ୍ତ୍ରାଳୟ ଜିଏସଟି ଭରୁ ନଥିଲା ।

କଳ୍ପନା ସ୍ଥିତ ସୋରୁମ୍,ବାଲିପାଟଣା ସ୍ଥିତ ସୋରୁମ୍ ସମେତ ଗୋଟିଏ ଗୋ ଡାଉନ ଓ ମାଲିକଙ୍କ ଘରେ ରେଡ୍ ମାରିଛି ଜିଏସଟି ଟିମ୍ । ଅଭିଯୋଗ ଅନୁସାରେ, ତାରିଣୀ ବସ୍ତ୍ରାଳୟ ଗ୍ରାହାକଙ୍କ ଠାରୁ ବିଲରେ ଜିଏସଟି କାଟୁଥିଲା । ହେଲେ ଆଦାୟ ଜିଏସଟିକୁ ସରକାରଙ୍କ ପାଖରେ ଭରୁନଥିଲା ।

Leave A Reply

Your email address will not be published.