Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ଥମୁନି ଋଷର ରାଗ । ୟୁକ୍ରେନର ବଡ ମଲରେ ରକେଟ୍ ମାଡ । ୧୬ମୃତ, ୫୦ରୁ ଅଧିକ ଗୁରୁତର

ଦିଲ୍ଲୀ :ହୁତ୍ ହୁତ୍ ହୋଇ ଜଳିଯାଉଛି ସପିଂ ମଲ୍। ରକେଟ ମାଡରେ ମଲ ଜଳୁଥିବା ବେଳେ ବହୁ ଲୋକଙ୍କର ମୃତ୍ୟୁ ହୋଇଯାଇଛି। ଥମୁନି ଋଷର ରାଗ। ଏଯାଏ ଜୋରଦାର ଚାଲିଛି ଋଷ-ୟୁକ୍ରେନ୍ ଯୁଦ୍ଧ। ହେଲେ ଦିନକୁ ଦିନ ପ୍ରତିଶୋଧ ପରାୟଣ ହୋଇପଡ଼ୁଛି ଋଷ। ପୁଣି ଥରେ ଏକ ମଲ୍ ଉପରକୁ ରକଟେ ମାଡ କରି ଆତଙ୍କ ଖେଳାଉଛି ଋଷ।

ଯୁଦ୍ଧକୁ ୪ ମାସ ହେଲାଣି । ଛାରଖାର ହୋଇଯାଇଛି ୟୁକ୍ରେନ । ତଥାପି ଥମୁନି ୟୁକ୍ରେନ ଉପରେ ଋଷର ରାଗ । ୟୁକ୍ରେନର ଏକ ଜନବହୁଳ ସ୍ଥାନରେ ଥିବା ମଲ ଉପରେ ମିସାଇଲ ମାଡ କରିଛି ଋଷ । ଫଳରେ ଘଟଣାସ୍ଥଳରେ ୧୬ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୫୦ରୁ ଅଧିକ ଲୋକଙ୍କ ଅବସ୍ଥା ଗୁରୁତର ହୋଇଛି ।

ୟୁକ୍ରେନ ବାୟୁସେନାର କହିବା ମୁତାବକ, କ୍ରେମେନଚୁକ୍ ସହରରେ ଥିବା ସପିଙ୍ଗ ମଲ୍ ଉପରେ ଋଷ ଆକ୍ରମଣ କରିଛି । କେଏଚ୍-୨୨ ଆଣ୍ଟି ସିପ୍ ମିଶାଇଲରେ ଏହାକୁ ଟାର୍ଗେଟ କରାଯାଇଛି ।  ଏହି ଘଟଣା ପରେ ସ୍ଥାନୀୟ ଇଲାକାରେ ହଇଚଇ ସୃଷ୍ଟି ହୋଇଛି । ଏହି ଘଟଣାକୁ ନିନ୍ଦା କରିବା ସହ ଏହାକୁ ଋଷର କ୍ରୁରତା ଓ ବର୍ବରତା ବୋଲି କହିଛନ୍ତି ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ ।

ମଲ୍ ଜଳୁଥିବାର ଦୃଶ୍ୟର ଭିଡିଓ ଜାରି କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦୋମିର ଜେଲେନସ୍କି । ଏହି ମଲରେ ୧ହଜାରରୁ ଅଧିକ ଲୋକ ଥିଲେ । ତେବେ ଏଯାଏଁ ମୃତକଙ୍କ ସଂଖ୍ୟା ସଠିକ ଭାବେ ଆକଳନ କରାଯାଇପାରିନାହିଁ । ଉଦ୍ଧାର କାର୍ଯ୍ୟ ଜାରି ରହିଛି ବୋଲି ଜେଲେନସ୍କି କହିଛନ୍ତି ।

Leave A Reply

Your email address will not be published.