Latest Odisha News

BREAKING NEWS

ଏକନାଥ ସିନ୍ଦେ ହେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ

ମୁମ୍ବାଇ:  ଏକନାଥ ସିନ୍ଦେ ହେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ । ଆଜି ସଂଧ୍ୟା 7ଟାରେ ଶପଥ ଗ୍ରହଣ କରିବେ ଏକନାଥ । ଆଜି କେବଳ ଏକା ସେ ଶପଥ ନେବେ ବୋଲି କହିଛନ୍ତି ବିଜେପି ନେତା ଦେବେନ୍ଦ୍ର ଫଡନାଭିସ ।

ଶିବସେନାର ବିଦ୍ରୋହୀ ବିଧାୟକ ଏକନାଥ ସିନ୍ଦେ ଗୋଆରୁ ମୁମ୍ବାଇ ପହଁଞ୍ଚିବା ପରେ  ଅପରାହ୍ନ ୪ଟା ୩୦ ସମୟରେ ରାଜ୍ୟପାଳ ଭଗତ ସିଂହ କୋଶିୟାରୀଙ୍କୁ ଭେଟିଥିଲେ । ଦୁଇନେତା  ଗର୍ଭନରଙ୍କ ସହ ମିଶି ସରକାର ଗଠନ କରିବାର ଦାବି ରଖିଥିଲେ।

ଗତକାଲି ମୁଖ୍ୟମନ୍ତ୍ରୀ ପଦରୁ ଉଦ୍ଧବ ଠାକରେ ଇସ୍ତଫା ଦେବା ପରେ ଅନୁମାନ କରାଯାଉଥିଲା କି ଖୁବଶୀଘ୍ର ଦେବେନ୍ଦ୍ର ଫଡନଭିସ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ହେଲେ ସବୁ କଳ୍ପନାର ଅନ୍ତ ଘଟାଇ ଆଜି ସନ୍ଧ୍ୟା ୭ ଟାରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ  ଶପଥ ନେବାକୁ ଯାଉଛନ୍ତି ସିନ୍ଦେ । ଫଡନାଭିସ ମନ୍ତ୍ରୀମଣ୍ଡଳରେ ସାମିଲ ହେବେ ନାହିଁ ବୋଲି କହିଛନ୍ତି ।

Leave A Reply

Your email address will not be published.