ବର୍ମିଂହାମ: ପେସ ବୋଲର ଯଶପ୍ରୀତ ବୁମରାହଙ୍କୁ ଇଂଲଣ୍ଡ ବିପକ୍ଷ ଟେଷ୍ଟ ପାଇଁ ଭାରତୀୟ କ୍ରିକେଟ ଦଳର ଅଧିନାୟକ ନିଯୁକ୍ତ କରାଯାଇଛି । ରିଷଭ ପନ୍ତ ଉପଅଧିନାୟକ ଦାୟିତ୍ୱ ତୁଲାଇବେ । ଜୁଲାଇ ୧ରୁ ଏହି ଏକମାତ୍ର ଟେଷ୍ଟଟି ଖେଳାଯିବ । ବୁମରାହ ଆନ୍ତର୍ଜାତୀୟ ଟେଷ୍ଟ କ୍ରିକେଟରେ ଭାରତର ୩୬ତମ ଅଧିନାୟକ ହେବାର ଗୌରବ ଅର୍ଜନ କରିଛନ୍ତି । ୩୫ ବର୍ଷ ପରେ ଭାରତର ଦ୍ୱିତୀୟ ପେସ ବୋଲର ଭାବେ ଅଧିନାୟକ ହୋଇଛନ୍ତି । ତାଙ୍କ ପୂର୍ବରୁ କପିଳ ଦେବ ୧୯୮୩ରେ ଅଧିନାୟକ ହୋଇଥିଲେ ।
ଭାରତର ଟେଷ୍ଟ ଅଧିନାୟକ ତାଲିକା-
୧.ସିକେ ନାୟୁଡୁ (୧୯୩୨ରୁ୩୪) । ୨.ମହାରାଜା ଅଫ ଭାଇଜାନାଗ୍ରାମ (୧୯୩୬) । ୩.ନୱାବ ପଟୌଦ୍ଦି(ସିନିୟର)(୧୯୪୬) । ୪.ଲାଲ ଅମରନାଥ (୧୯୪୭ରୁ ୫୨) । ୫.ବିଜୟ ହଜାରେ (୧୯୫୧-୫୩) । ୬.ବିନୁ ମଙ୍କଡ (୧୯୫୫-୫୯) । ୭.ଗୁଲାମ ଅହମ୍ମଦ (୧୯୫୫-୫୯) । ୮.ପଲି ଉମ୍ରିଗର (୧୯୫୫-୫୮) । ୯.ହେମୁ ଅଧିକାରୀ (୧୯୫୯) । ୧୦.ଡିକେ ଗାଏକ୍ୱାଡ(୧୯୫୯) । ୧୧.ପଙ୍କଜ ରାୟ (୧୯୫୯) । ୧୨.ଜିଏସ ରାମଚାନ୍ଦ (୧୯୫୯ରୁ୬୦) । ୧୨.ନରି କଂଟ୍ରାକ୍ଟର (୧୯୬୦-୬୨) । ୧୩. ନୱାବ ପଟୌଦ୍ଦି(ଜୁନିୟର) (୧୯୬୨-୭୫) । ୧୪. ଚନ୍ଦୁ ବୋର୍ଡେ (୧୯୬୭) । ୧୫.ଅଜିତ ୱାଡେକର (୧୯୭୧-୭୪) । ୧୬. ଅଜିତ ୱାଡେକର (୧୯୭୧-୭୪) । ୧୭.ଏସ.ଭେଙ୍କଟରାଘବନ (୧୯୭୪-୭୯) । ୧୮. ସୁନୀଲ ଗାଭାସ୍କର (୧୯୭୬-୮୫) । ୧୯.ବିଶେନ ସିଂ ବେଦୀ (୧୯୭୬-୭୮) । ୨୦.ଗୁଣ୍ଡାପ୍ପା ବିଶ୍ୱନାଥ(୧୯୮୦) । ୨୧.କପିଳ ଦେବ (୧୯୮୩-୮୭) । ୨୨.ଦିଲୀପ ଭେଙ୍ଗସରକାର (୧୯୮୭-୮୯) । ୨୩.ରବି ଶାସ୍ତ୍ରୀ(୧୯୮୮) । ୨୪.କେ.ଶ୍ରୀକାନ୍ତ (୧୯୮୯) । ୨୫. ମହମ୍ମଦ ଆଝାରୁଦ୍ଦିନ (୧୯୯୦-୯୯) । ୨୬.ସଚିିନ ତେନ୍ଦୁଲକର (୧୯୯୬-୨୦୦୦) । ୨୭.ସୌରଭ ଗାଙ୍ଗୁଲି (୨୦୦୦-୦୫) । ୨୮.ରାହୁଲ ଦ୍ରାବିଡ (୨୦୦୩-୦୭) । ୨୯.ବୀରେନ୍ଦ୍ର ସେହ୍ୱାଗ (୨୦୦୫-୧୨) । ୩୦. ଅନୀଲ କୁମ୍ବଲେ(୨୦୦୭-୦୮) । ୩୧.ଏମଏସ ଧୋନୀ (୨୦୦୮-୧୪) । ୩୨.ବିରାଟ କୋହଲି (୨୦୧୪-୨୨) । ୩୩.ଅଜିଙ୍କ୍ୟ ରାହାନେ(୨୦୧୭-୨୧) । ୩୪.କେଏଲ ରାହୁଲ (୨୦୨୨) । ୩୫.ରୋହିତ ଶର୍ମା(୨୦୨୨) । ୩୬.ଯଶପ୍ରୀତ ବୁମରାହ(୨୦୨୨) ।
BREAKING NEWS
- Common Broadcasting Regulations:ଟିଭି ଏବଂ ରେଡିଓ ପାଇଁ ଏକକ ପ୍ରସାରଣ ନିୟମ ଆଣିବାକୁ କେନ୍ଦ୍ରର ପ୍ରସ୍ତାବ
- ଭଲ ଖବର: ବର ପକ୍ଷ ଗ୍ରାମର ସମସ୍ତ ଲୋକଙ୍କର କଲେ ଦୁର୍ଘଟଣା ବୀମା
- କୂଅରୁ ୪ଦିନ ପରେ ଯୁବକ ଉଦ୍ଧାର ଘଟଣାର ପର୍ଦ୍ଦାଫାଶ;୪ଅଭିଯୁକ୍ତ ଗିରଫ
- ଜୁନ୍ ୧୫ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି
- ହର୍ମୁଜ୍ ପ୍ରଣାଳୀରେ ଭାରତୀୟ ଜାହାଜ ଉପରେ ଆକ୍ରମଣ ପାଇଁ ଇରାନକୁ ଦାୟୀ କଲେ ଟ୍ରମ୍ପ, ‘ଏହା ବରଦାସ୍ତ କରାଯିବନି’
- ୱିଲିୟମସନଙ୍କ ଅବସର, ଭାବପ୍ରବଣ ହେଲେ କୋହଲି
- Australian Open: ଚୀନ୍ ଖେଳାଳିଙ୍କ ବିପକ୍ଷରେ ପିଭି ସିନ୍ଧୁଙ୍କ ଏକପାଖିଆ ବିଜୟ ହାସଲ; ସେମିଫାଇନାଲରେ କଲେ ପ୍ରବେଶ
- ପୁଣି ଇଣ୍ଡିଗୋ ବିମାନକୁ ମିଳିଲା ବୋମା ଧମକ, ଯାତ୍ରୀ ଆତଙ୍କିତ…
- ଫିଫା ବିଶ୍ୱକପ: ୯୬ ବର୍ଷ ଅପେକ୍ଷାର ହେବ ଅନ୍ତ, ପ୍ରଥମ ଥର ପାଇଁ ସାମ୍ନା ସାମ୍ନି ହେବେ ଏହି ଦୁଇ ଟିମ
- OPTCL କର୍ମଚାରୀଙ୍କୁ ଆକ୍ରମଣ ଘଟଣା; ମୁଖ୍ୟ ଅଭିଯୁକ୍ତ ସମେତ ୫ ଗିରଫ
Comments are closed.