Latest Odisha News

BREAKING NEWS

ବୁମରାହ ହେଲେ ଭାରତର ୩୬ତମ ଟେଷ୍ଟ ଅଧିନାୟକ

ବର୍ମିଂହାମ: ପେସ ବୋଲର ଯଶପ୍ରୀତ ବୁମରାହଙ୍କୁ ଇଂଲଣ୍ଡ ବିପକ୍ଷ ଟେଷ୍ଟ ପାଇଁ ଭାରତୀୟ କ୍ରିକେଟ ଦଳର ଅଧିନାୟକ ନିଯୁକ୍ତ କରାଯାଇଛି । ରିଷଭ ପନ୍ତ ଉପଅଧିନାୟକ ଦାୟିତ୍ୱ ତୁଲାଇବେ । ଜୁଲାଇ ୧ରୁ ଏହି ଏକମାତ୍ର ଟେଷ୍ଟଟି ଖେଳାଯିବ । ବୁମରାହ ଆନ୍ତର୍ଜାତୀୟ ଟେଷ୍ଟ କ୍ରିକେଟରେ ଭାରତର ୩୬ତମ ଅଧିନାୟକ ହେବାର ଗୌରବ ଅର୍ଜନ କରିଛନ୍ତି । ୩୫ ବର୍ଷ ପରେ ଭାରତର ଦ୍ୱିତୀୟ ପେସ ବୋଲର ଭାବେ ଅଧିନାୟକ ହୋଇଛନ୍ତି । ତାଙ୍କ ପୂର୍ବରୁ କପିଳ ଦେବ ୧୯୮୩ରେ ଅଧିନାୟକ ହୋଇଥିଲେ ।
ଭାରତର ଟେଷ୍ଟ ଅଧିନାୟକ ତାଲିକା-
୧.ସିକେ ନାୟୁଡୁ (୧୯୩୨ରୁ୩୪) । ୨.ମହାରାଜା ଅଫ ଭାଇଜାନାଗ୍ରାମ (୧୯୩୬) । ୩.ନୱାବ ପଟୌଦ୍ଦି(ସିନିୟର)(୧୯୪୬) । ୪.ଲାଲ ଅମରନାଥ (୧୯୪୭ରୁ ୫୨) । ୫.ବିଜୟ ହଜାରେ (୧୯୫୧-୫୩) । ୬.ବିନୁ ମଙ୍କଡ (୧୯୫୫-୫୯) । ୭.ଗୁଲାମ ଅହମ୍ମଦ (୧୯୫୫-୫୯) । ୮.ପଲି ଉମ୍ରିଗର (୧୯୫୫-୫୮) । ୯.ହେମୁ ଅଧିକାରୀ (୧୯୫୯) । ୧୦.ଡିକେ ଗାଏକ୍ୱାଡ(୧୯୫୯) । ୧୧.ପଙ୍କଜ ରାୟ (୧୯୫୯) । ୧୨.ଜିଏସ ରାମଚାନ୍ଦ (୧୯୫୯ରୁ୬୦) । ୧୨.ନରି କଂଟ୍ରାକ୍ଟର (୧୯୬୦-୬୨) । ୧୩. ନୱାବ ପଟୌଦ୍ଦି(ଜୁନିୟର) (୧୯୬୨-୭୫) । ୧୪. ଚନ୍ଦୁ ବୋର୍ଡେ (୧୯୬୭) । ୧୫.ଅଜିତ ୱାଡେକର (୧୯୭୧-୭୪) । ୧୬. ଅଜିତ ୱାଡେକର (୧୯୭୧-୭୪) । ୧୭.ଏସ.ଭେଙ୍କଟରାଘବନ (୧୯୭୪-୭୯) । ୧୮. ସୁନୀଲ ଗାଭାସ୍କର (୧୯୭୬-୮୫) । ୧୯.ବିଶେନ ସିଂ ବେଦୀ (୧୯୭୬-୭୮) । ୨୦.ଗୁଣ୍ଡାପ୍ପା ବିଶ୍ୱନାଥ(୧୯୮୦) । ୨୧.କପିଳ ଦେବ (୧୯୮୩-୮୭) । ୨୨.ଦିଲୀପ ଭେଙ୍ଗସରକାର (୧୯୮୭-୮୯) । ୨୩.ରବି ଶାସ୍ତ୍ରୀ(୧୯୮୮) । ୨୪.କେ.ଶ୍ରୀକାନ୍ତ (୧୯୮୯) । ୨୫. ମହମ୍ମଦ ଆଝାରୁଦ୍ଦିନ (୧୯୯୦-୯୯) । ୨୬.ସଚିିନ ତେନ୍ଦୁଲକର (୧୯୯୬-୨୦୦୦) । ୨୭.ସୌରଭ ଗାଙ୍ଗୁଲି (୨୦୦୦-୦୫) । ୨୮.ରାହୁଲ ଦ୍ରାବିଡ (୨୦୦୩-୦୭) । ୨୯.ବୀରେନ୍ଦ୍ର ସେହ୍ୱାଗ (୨୦୦୫-୧୨) । ୩୦. ଅନୀଲ କୁମ୍ବଲେ(୨୦୦୭-୦୮) । ୩୧.ଏମଏସ ଧୋନୀ (୨୦୦୮-୧୪) । ୩୨.ବିରାଟ କୋହଲି (୨୦୧୪-୨୨) । ୩୩.ଅଜିଙ୍କ୍ୟ ରାହାନେ(୨୦୧୭-୨୧) । ୩୪.କେଏଲ ରାହୁଲ (୨୦୨୨) । ୩୫.ରୋହିତ ଶର୍ମା(୨୦୨୨) । ୩୬.ଯଶପ୍ରୀତ ବୁମରାହ(୨୦୨୨) ।

Leave A Reply

Your email address will not be published.