Latest Odisha News

BREAKING NEWS

କବିତା : ମାଗେ ଜଗନ୍ନାଥ

ବିଶ୍ୱରଞ୍ଜନ ମହାନ୍ତି

ହରିବୋଲ ହୁଳହୁଳି
ବାଜୁଥିବ ଶଙ୍ଖ
ଖୋଳ କରତାଳି
ନାଚୁଥିବେ ଭକ୍ତ
ଏକାଳେ ମୋ ପ୍ରାଣବାୟୁ
ନିଅ ଜଗନ୍ନାଥ
ବୈକୁଣ୍ଠ ଯିବି ମୁକତି ଲଭିବି
ଏଇ ଆଜ୍ଞା ସତେ ହେବ
ମାଗେ ଜଗନ୍ନାଥ ll

ବଡ଼ ଦାଣ୍ଡ ପୂରିଥିବ
ବସିଥିବ ରଥେ
ସଂସାର ରଶିକୁ ଧରି
ଭିଡୁଥିବେ ଭକ୍ତେ
ଛିଡ଼ୁ ମୋର ପ୍ରାଣ ରଶି
ଦେଖି ଜଗନ୍ନାଥ
ସ୍ୱର୍ଗଦ୍ୱାର ଯିବି
ମୁକତି ଲଭିବି
ଏଇ ଆଜ୍ଞା ସତେ ହେବ
ମାଗେ ଜଗନ୍ନାଥ ll

ତୋ ଦେଉଳେ ଉଡେ ନେତ
ପତିତ ପାବନ
ଆଗେ ତୋ ଗରୁଡ଼ ସ୍ତମ୍ଭ
ତାରେ ପାପମନ
ତୋ ଦାଣ୍ଡେ ଯାଉ ଜୀବନ
ଭାବି ଜଗନ୍ନାଥ ନାମ
ଏଇ ଆଜ୍ଞା ସତେ ହେବ
ମାଗେ ଜଗନ୍ନାଥ ll

୯୧୭୮୫୨୭୨୩୩

Leave A Reply

Your email address will not be published.