Latest Odisha News

ଦ୍ରୌପଦୀଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରି ମମତାଙ୍କ ଭୋଟ୍ ବ୍ୟାଙ୍କ ଉପରେ ମୋଦୀ, ଶାହଙ୍କ ‘ଷ୍ଟ୍ରାଇକ୍’?

ଭୁବନେଶ୍ୱର: ରାଷ୍ଟ୍ରପତି ନିର୍ବାଚନରେ ​​ଏନଡିଏ ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀ କରିଛି। ଏନଡିଏର ଏହି ନିଷ୍ପତ୍ତି ବିରୋଧୀଙ୍କ ଏକତାକୁ ମଧ୍ୟ ହରଡଘଣାରେ ପକାଇଛି। ମୁଖ୍ୟତଃ ମମତାଙ୍କ ଆହ୍ୱାନକ୍ରମେ ବୈଠକରେ ଉପସ୍ଥିତ ଥିବା ୧୭ ଦଳ ମଧ୍ୟରୁ ଟିଏମସି ଏବଂ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାକୁ ଅଡୁଆରେ ପକାଇଛି। ଏହି ନିର୍ବାଚନରେ ଆରମ୍ଭରୁ ଦମ୍ଭୋକ୍ତି ଦେଖାଉଥିବା ମମତା ନିକଟରେ ବ୍ୟାକଫୁଟରେ ରହିଲା ଭଳି ମନେ ହେଉଛି । ଏହା ପଛର ମୂଳ କାରଣ ପଶ୍ଚିମବଙ୍ଗର ଆଦିବାସୀ ଭୋଟ୍ ବ୍ୟାଙ୍କ।

ପଶ୍ଚିମବଙ୍ଗରେ ୭ ରୁ ୮ ପ୍ରତିଶତ ଆଦିବାସୀ ଭୋଟର ରହିଛନ୍ତି। ଚାରୋଟି ବିଧାନସଭା ନିର୍ବାଚନମଣ୍ଡଳୀରେ ମଧ୍ୟ ଏମାନଙ୍କ ସଂଖ୍ୟା ଗୁରୁତ୍ୱପୂର୍ଣ୍ଣ। ରାଜ୍ୟରେ ଆଦିବାସୀ ଭୋଟରଙ୍କ ସଂଖ୍ୟା ୨୫ ପ୍ରତିଶତରେ ରହିଛି। ପଶ୍ଚିମବଙ୍ଗରେ ଆଦିବାସୀ ଜନସଂଖ୍ୟାର ୮୦% ରୁ ଅଧିକ ସାନ୍ତାଳ ବର୍ଗର।ଦ୍ରୌପଦୀ ମଧ୍ୟ ସାନ୍ତାଳ ବର୍ଗର।

୨୦୧୯ ଲୋକସଭା ନିର୍ବାଚନରେ ​​ବିଜେପି ୨୨ଟି ଆସନରୁ ୧୮ଟି ଆସନରେ ଜିତିଥିଲା। ତେବେ ୨୦୨୧ ବିଧାନସଭା ନିର୍ବାଚନରେ ​​ଟିଏମସି ଏହି ସମସ୍ତ ଆସନ ଦଖଲ କରିଛି।

ତେବେ ମମତାଙ୍କ ଅଡୁଆ ବଢାଇଛନ୍ତି ତାଙ୍କର ପୂର୍ବତନ ସହଯୋଗୀ ତଥା ଏବେର ବିରୋଧୀ ଦଳର ନେତା ଶୁଭେନ୍ଦୁ ଅଧିକାରୀ। ଜୁନ୍ ୩୦ରେ ହୋଲ ଦିବସ (Hool Kranti) ପାଳିତ ହୋଇଛି। ଏହି ଅବସରରେ ପଶ୍ଚିମବଙ୍ଗରେ ଆଦିବାସୀଙ୍କ ଲୋକଙ୍କ ଏହି କ୍ରାନ୍ତି ଦିବସରେ ସାମିଲ ହୋଇଥିଲେ ଶୁଭେନ୍ଦୁ ଅଧିକାରୀ। ୧୮୫୫ରୁ ସାନ୍ତାଳ ବର୍ଗ ବିପ୍ଳବକୁ ସ୍ମରଣ କରିବା ପାଇଁ ଏହି ଦିବସ ପାଳନ କରନ୍ତି। ବ୍ରିଟିଶମାନଙ୍କ ବିରୁଦ୍ଧରେ ସ୍ୱାଧୀନତାର ପ୍ରଥମ ଯୁଦ୍ଧ ଭାବରେ ହୋଲ କ୍ରାନ୍ତି ଦିବସ ପାଳନ କରାଯାଏ।

ଏହି ସମୟରେ ବିଜେପି ଜଣେ ଆଦିବାସୀ ମହିଳାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରି ଜୋରଦାର ପ୍ରଚାର କରୁଛି। କେବଳ ଏତିକି ନୁହେଁ, ଗୋଟିଏ ପଟେ ନରେନ୍ଦ୍ର ମୋଦୀଙ୍କ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଏବଂ ଅନ୍ୟପଟେ ମମତା ବାନାର୍ଜୀଙ୍କ ରାଷ୍ଟ୍ରପତି ପ୍ରାର୍ଥୀ ଯଶବନ୍ତ ସିହ୍ନା। ଶୁଭେନ୍ଦୁ ଅଧିକାରୀ ଆଦିବାସୀଙ୍କ ଏହି ଦିବସରେ ଯୋଗ ଦେଇ କହିଛନ୍ତି ଯେ ମୁର୍ମୁ ବିଜୟ ହେବା ପରେ ସେ ତାଙ୍କୁ ଜଙ୍ଗଲମାହାଲକୁ ଆସିବାକୁ ଅନୁରୋଧ କରିବେ।

ନିକଟରେ ମମତା ବାନାର୍ଜୀ କହିଥିଲେ ଯେ ଯଦି ବିଜେପି ଏହା ପୂର୍ବରୁ କହିଥାନ୍ତା ଯେ ଏନଡିଏ ଜଣେ ଆଦିବାସୀ ମହିଳାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିବାକୁ ଚିନ୍ତା କରୁଛି। ତେବେ ସେ ସମର୍ଥନ ଦେବାକୁ ପ୍ରୟାସ କରିଥାନ୍ତେ।

Leave A Reply

Your email address will not be published.