Latest Odisha News

ଟୁଙ୍ଗୁରୁ ଓ ବର୍ଷାକୁ ପୋଲିସ ଗିରଫ କରିବ କି?

ଭୁବନେଶ୍ବର:   ଟୁଙ୍ଗୁର ଭୋଳ ଓ ବର୍ଷା ଭୋଳକୁ ଗିରଫ କରାଯାଉ । ସେମାନେ ସମାଜକୁ ଭୁଲ ବାର୍ତା ଦେଉଛନ୍ତି । ସେମାନେ ସମାଜକୁ କଳୁଷିତ କରିଛନ୍ତି ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ । ତୁରନ୍ତ ସେମାନଙ୍କ ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଅଟୋ ମହାସଂଘ ଆନ୍ଦୋଳନ କରିବ ବୋଲି ଧମକ ଦେଇଛନ୍ତି ଅନଲାଇନ ଅଟୋ ଡ୍ରାଇଭର ମହାସଂଘର ସଦସ୍ୟମାନେ ।  ବର୍ଷା ଓ ଟୁଙ୍ଗୁରୁକୁ ନେଇ ଗୀତ ହେବା ପରେ ରାସ୍ତାରେ ଅଟୋ ଚଳାଇବାବେଳେ ଟାହି ଟାପରା ଓ ଆକ୍ରୋଶର ଶିକାର ହେବାକୁ ପଡ଼ୁଛି । ଯାହାଦ୍ବାରା ରୋଜଗାର କରିବା ମଧ୍ୟ ଅସମ୍ଭବ ହୋଇପଡ଼ିଛି । ଏଣୁ ଏହା ଏକ  ସାମାଜିକ ସମସ୍ୟା ହୋଇଛି  । ତେଣୁ ପୋଲିସ ଏସବୁ ଉପରେ ତଦନ୍ତ କରି ଗୀତ ଗୁଡ଼ିକୁ ବନ୍ଦ କରିବା ଏବଂ ଉଭୟଙ୍କୁ ଗିରଫ କରିବାକୁ ସ୍ମାର୍ଟସିଟି ଅନଲାଇନ ଅଟୋ ଚାଳକ ଗ୍ରୁପ ଦାବି କରିଛି ।

ଟୁଙ୍ଗୁରୁ ଭୋଳ ଏବଂ ବର୍ଷା ଭୋଳକୁ ନେଇ ଏବେ ଗାଁ ଗଣ୍ଡାରେ କଥା କଟାକଟି ଚାଲିଛି । ସାଧାରଣ ଲୋକେ ଏହି ଡ୍ରାମାବାଜିକୁ ଘୃଣା କରୁଥିବା ବେଳେ ସୋସିଆଲ ମିଡିଆରେ ଏ ଦୁଇଜଣଙ୍କୁ ନେଇ ଗୋଟେ ପରେ ଗୋଟେ ଗୀତ ଭାଇରାଲ ହେବାରେ ଲାଗିଛି ।  ଆଉ  ଉଭୟଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା । ତେବେ ସବୁଠୁ ବଡ଼ କଥା ହେଉଛି  ଟୁଙ୍ଗୁରୁ ଭୋଳଙ୍କୁ ଅନଲାଇନ ଅଟୋ ଡ୍ରାଇଭର ମହାସଂଘର ସଦସ୍ୟମାନେ ତୀବ୍ର ବିରୋଧ କରି ରାଜରାସ୍ତାକୁ ଓହ୍ଲାଇଛନ୍ତି ।

ଅଟୋ ଡ୍ରାଇଭରମାନେ ଖୋଲି  ବିରୋଧ କରିନାହାଁନ୍ତି ରାଜଧାନୀର ସମସ୍ତ ଥାନାରେ ଏତଲା ମଧ୍ୟ ଦେଇଛନ୍ତି । ସମାଜକୁ ଏଭଳି ଉଦାହରଣ ଭୁଲ ବାର୍ତା ଦେଉଛି ଏବଂ ଆମ ଅଟୋ ଡ୍ରାଇଭରଙ୍କୁ କଳୁଷିତ କରୁଥିବା ଟୁଙ୍ଗୁରୁ ଭୋଳ ସହ ଭାଇରଲ ହେଉଥିବା ବର୍ଷାଙ୍କ ବିରୋଧରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଦାବୀ କରାଯାଇଛି । ଏହାସହ ଉଭୟଙ୍କୁ ଗିରଫ କରାଯାଉ ବୋଲି ମଧ୍ୟ ଦାବୀ କରିଛି ମହାସଂଘ ।

ଅଟୋ ଡ୍ରାଇଭର ସଂଘ ଅଭିଯୋଗ କରିଛି ଯେ ଟୁଙ୍ଗୁରୁ ଭୋଳ ଏବଂ ବର୍ଷା ଭୋଳଙ୍କ ସଂପର୍କ ତାଙ୍କର ବ୍ୟକ୍ତିଗତ ସମସ୍ୟା ଏବେ ସୋସିଆଲ ମିଡ଼ିଆ ସମେତ ମ୍ୟୁଜିକ ଆଲବମ ମାଧ୍ୟମରେ ଯାହା ସବୁ ଭାଇରଲ ହେଉଛି ତାହା ସମାଜକୁ ଖରାପ ବାର୍ତା ଦେଉଛି । ଏହି ଭିଡ଼ିଓ ପାଇଁ ଅଟୋ ଚାଳକଙ୍କ ସମ୍ମାନ ହାନୀ ହେଉଛି । ଲୋକମାନେ ଅଟୋରେ ବସିବା ସମୟରେ ଆମର ଟାହିଟାପରା ସହ ମଜା ଉଡାଉଛନ୍ତି ବୋଲି କହିଛି ମହାସଂଘ । ଯାହା ଆମ ସ୍ବାଭିମାନକୁ ବେଶ ବାଧୁଛି । ତେଣୁ ଉଭୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଅଟୋଚାଳକ ମହାସଂଘ ଆନ୍ଦୋଳନକୁ ଓହ୍ଳାଇବ ବୋଲି ଚେତାବନୀ ଦେଇଛି ।

ଗାଁଠୁ ସହରରେ ଏହି ପ୍ରେମ ଏବେ ଚର୍ଚ୍ଚାର ଶିରୋନାମା ପାଲଟିଛି । ଉଭୟଙ୍କୁ ନେଇ ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି ବିଭିନ୍ନ ବ୍ୟଙ୍ଗାତ୍ମକ ଶଦ୍ଦ ଏବଂ ଫଟୋ ଏବଂ ଭିଡିଓ। ଏହାସହ କିଛି ସଙ୍ଗୀତ ନିର୍ଦ୍ଦେଶକମାନେ ଟୁଙ୍ଗୁରୁ ଓ ବର୍ଷାକୁ ନେଇ ଜାରି ରଖିଛନ୍ତି ନିଜର ଆଲବମ୍ । ଯାହାକୁ ନେଇ ରାଜରାସ୍ତାରେ ଏବେ ମହିଳାମାନଙ୍କୁ କମେଣ୍ଟର ଶିକାର ହେବାକୁ ମଧ୍ୟ ପଡ଼ୁଛି । ଖାଲି ମହିଳା ନୁହେଁ ଅଟୋ ଡ୍ରାଇଭରମାନେ ମଧ୍ୟ ଏବେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯାହା ଫଳରେ ତାଙ୍କର ରୋଜଗାରରେ ବାଧା ସୃଷ୍ଟି ହେଉଥିବା ନଜର ଆସୁଛି ବୋଲି ଅଟୋ ଚାଳକମାନେ ଅଭିଯୋଗ କରିଛନ୍ତି । ତେବେ ଅଟୋ ଚଳାଇବା ବେଳେ ରାସ୍ତାଘାଟରେ ବିଭିନ୍ନ କମେଣ୍ଟ ଶୁଣିବାକୁ ମିଳୁଛି । ଲୋକେ ଏବେ ଅଟୋ ବାଲାଙ୍କୁ ଖରାପ ନଜରରେ ଦେଖୁଛନ୍ତି ।  ବିରୋଧ କରି ସ୍ମାର୍ଟ ସିଟି ଅନଲାଇନ ଅଟୋ ଗ୍ରୁପ ଏବେ ଆଗକୁ ଆସିଛି । ଏ ନେଇ ଅଟୋ ଗ୍ରୁପର ଅଧ୍ୟକ୍ଷ ଦୀନବନ୍ଧୁ ନାୟକ କହିଛନ୍ତି କି, ଟୁଙ୍ଗୁରୁ ଲାଗି ଅଟୋ ଡ୍ରାଇଭରମାନଙ୍କ ମାନ ସମ୍ମାନ ଉପରେ ଆଘାତ ଲାଗିଛି । ଟୁଙ୍ଗୁରୁ ଭୋଳକୁ ରାତାରାତି ଷ୍ଟାର ବନାଇ ଓଡ଼ିଆ ଜାତି ପାଇଁ କଳଙ୍କିତ ଅଧ୍ୟାୟ ସୃଷ୍ଟି କରୁଛନ୍ତି ଆଲବମ ନିର୍ମାତାମାନେ । ସ୍ମାର୍ଟସିଟି ଅନଲାଇନ ଅଟୋ ଗ୍ରୁପର ପ୍ରତ୍ୟେକ ଡ୍ରାଇଭର ଭାଇମାନେ ଏହି ଗୀତ ଦ୍ବାରା ନିଜକୁ ଅତି ଲଜ୍ଜିତ ଓ ଅପମାନିତ ମନେ କରୁଛନ୍ତି । ସମାଜସେବା କ୍ଷେତ୍ରରେ ଡ୍ରାଇଭର ଭାଇମାନେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି । ଉଦାହରଣ ସୂରୁପ ବିନା ମୂଲ୍ୟରେ ରକ୍ତ ଦେଇ ରୋଗୀର ଜୀବନ ବଞ୍ଚାଇବା, ଦୁର୍ଘଟଣା ଗସ୍ତ ରୋଗୀକୁ ଡାକ୍ତରଖାନାରେ ପହଞ୍ଚାଇବା ଭଳି କାମ କରୁଛନ୍ତି ।

ମାତ୍ର ବର୍ଷା ଓ ଟୁଙ୍ଗୁରୁକୁ ନେଇ ଗୀତ ହେବା ପରେ ରାସ୍ତାରେ ଅଟୋ ଚଳାଇବାବେଳେ ଟାହି ଟାପରା ଓ ଆକ୍ରୋଶର ଶିକାର ହେବାକୁ ପଡ଼ୁଛି । ଯାହାଦ୍ବାରା ରୋଜଗାର କରିବା ମଧ୍ୟ ଅସମ୍ଭବ ହୋଇପଡ଼ିଛି । ଏଣୁ ଏଭଳି ସମସ୍ୟା ଉପରେ ତଦନ୍ତ କରି ଗୀତ ଗୁଡ଼ିକୁ ବନ୍ଦ କରିବା ଏବଂ ଉଭୟଙ୍କୁ ଗିରଫ କରିବାକୁ ସ୍ମାର୍ଟସିଟି ଅନଲାଇନ ଅଟୋ ଚାଳକ ଗ୍ରୁପ ଦାବି କରିଛି । ତେବେ ଟୁଙ୍ଗୁରୁ ଭୋଳ ଓ ବର୍ଷା ଭୋଳକୁ ପୋଲିସ ଗିରପ କରୁଛି ନା ଏମିତି ଡ୍ରାମା ବାଜିକୁ ପ୍ରୋତ୍ସାହନ ଦେଉଛି ତାହା ଦେଖିବାକୁ ବୁଦ୍ଧିଜୀବୀମାନେ ଅପେକ୍ଷାରେ ଅଛନ୍ତି ।

Leave A Reply

Your email address will not be published.