Latest Odisha News

ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ପଂଏଟ ଟେବୁଲରେ ଭାରତର ଅବନ୍ନତି, ଫାଇନାଲ ପ୍ରବେଶ ଆଶା କ୍ଷୀଣ

ମୁମ୍ବାଇ: ଇଂଲଣ୍ଡ ନିକଟରୁ ୫ମ ଟେଷ୍ଟରେ ଭାରତ ପରାଜିତ ହେବା ମହଙ୍ଗା ସାବ୍ୟସ୍ତ ହୋଇଛି । ଏହି ପରାଜୟ ଯୋଗୁ ଭାରତ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ପଂଏଟ ଟେବୁଲରେ ୪ର୍ଥ ସ୍ଥାନକୁ ଖସି ଆସିଛି । ଫଳରେ ଭାରତର ଫାଇନାଲ ପ୍ରବେଶ ଆଶା କ୍ଷୀଣ ରହିଛି । ଅପରପକ୍ଷରେ ପାକିସ୍ତାନ ତୃତୀୟ ସ୍ଥାନକୁ ଉନ୍ନୀତ ହୋଇଛି । ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଧୀମା ବୋଲିଂ ହାର ଯୋଗୁ ଭାରତର ୨ ପଂଏଟ କଟାଯାଇଛି । ଯାହାର ଫାଇଦା ପାକିସ୍ତାନକୁ ମିଳିଥିଲା । ୨୦୨୧-୨୩ ଟେଷ୍ଟ ଚାମ୍ପିୟନଶିପରେ ଭାରତ ଏ ପର୍ଯ୍ୟନ୍ତ ୧୨ଟି ଟେଷ୍ଟ ଖେଳିଛି । ଏଥିରେ ୬ଟିରେ ବିଜୟୀ ହୋଇଥିବା ବେଳେ ୪ ମ୍ୟାଚରେ ପରାଜିତ ହୋଇଛି । ୨ ଟେଷ୍ଟ ଡ୍ର ରହିଥିଲା ।

ଭାରତ ହାତରେ ଆଉ ୬ ମ୍ୟାଚ(ଅଷ୍ଟ୍ରେଲିଆ ବିପକ୍ଷରେ ୪, ବାଂଲାଦେଶ ୨) ରହିଛି । ବିଜୟ ପ୍ରତିଶତ ବୃଦ୍ଧି ଏବଂ ପଂଏଟ ହାସଲ ପାଇଁ ଭାରତକୁ ବାକିଥିବା ସମସ୍ତ ମ୍ୟାଚରେ ବିଜୟ ହାସଲ କରିବାକୁ ପଡିବ । ଯାହାକି କିଛି ମାତ୍ରାରେ ଅସମ୍ଭବ ମନେ ହେଉଛି । ଅଷ୍ଟ୍ରେଲିଆ ଆଉ ୧୧ଟି ଲେଖାଁଏ ମ୍ୟାଚ ଖେଳିବାକୁ ବାକି ଅଛି । ଏଥିରେ ୬ଟି ମ୍ୟାଚ ଜିତିଲେ ସେମାନଙ୍କ ଫାଇନାଲ ପ୍ରବେଶ ନିଶ୍ଚିତ ହୋଇଯିବ । ସେହିପରି ଦକ୍ଷିଣ ଆଫ୍ରିକାକୁ ବିଦେଶ ମାଟିରେ ଇଂଲଣ୍ଡ କିମ୍ବା ଅଷ୍ଟ୍ରେଲିଆ ବିପକ୍ଷରେ ସିରିଜ ବିଜୟୀ ହେବାକୁ ପଡିବ । ସେହିପରି ପାକିସ୍ତାନ ଟିମ ଇଂଲଣ୍ଡ ବିପକ୍ଷରେ ୩ଟି ଏବଂ ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ବିରୋଧରେ ୨ଟି ଲେଖାଁଏ ଟେଷ୍ଟ ଖେଳିବ । ଏଥିରେ ୫ଟିରେ ବିଜୟ ହାସଲ କଲେ ପାକିସ୍ତାନ ଫାଇନାଲରେ ପ୍ରବେଶ କରିପାରିବ ।
ପଂଏଟ ଟେବୁଲ
୧.ଅଷ୍ଟ୍ରେଲିଆ-୭୭.୭୮%-୮୪ପଂଏଟ, ୨.ଦକ୍ଷିଣଆଫ୍ରିକା-୭୧.୪୩-୬୦, ୩.ପାକିସ୍ତାନ-୫୨.୩୮-୪୪, ୪.ଭାରତ-୫୨.୦୮-୭୫, ୫.ୱେଷ୍ଟଇଣ୍ଡିଜ-୫୦-୫୪, ୬.ଶ୍ରୀଲଙ୍କା-୪୭.୬୨-୪୦, ୭.ଇଂଲଣ୍ଡ-୩୩.୩୩-୬୪, ୮.ନ୍ୟୁଜିଲାଣ୍ଡ-୨୫.୯୩-୨୮

Comments are closed.