Latest Odisha News

[ଦେଖନ୍ତୁ ଭିଡିଓ] ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନ ‘ଟେମ୍ପଲ୍‌ ଟ୍ରି’କୁ ଦଖଲ । ପ୍ରତିବାଦକାରୀମାନେ ରୋଷେଇବାସ ଆରମ୍ଭ କରିଛନ୍ତି

ଶ୍ରୀଲଙ୍କା  : ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀଙ୍କ କଲମ୍ବୋସ୍ଥିତ ସରକାରୀ ବାସଭବନ ‘ଟେମ୍ପଲ୍‌ ଟ୍ରି’କୁ  ଦଖଲ ।  ପ୍ରତିବାଦକାରୀମାନେ ସେଠାରେ ଡେରା ପକାଇ ରୋଷେଇବାସ ଆରମ୍ଭ କରି ରନ୍ଧାବଢ଼ା କରିଛନ୍ତି ।  ପ୍ରଧାନମନ୍ତ୍ରୀ ବିକ୍ରମସିଂଘେ ଏବଂ ରାଷ୍ଟ୍ରପତି ରାଜପକ୍ଷେଙ୍କ ଇସ୍ତଫା ପାଇଁ ଆମେ ଆନ୍ଦୋଳନ କରୁଛୁ। ସେମାନେ ଇସ୍ତଫା ଦେଲେ ଯାଇ ଆମେ ପ୍ରଧାନମନ୍ତ୍ରୀଙ୍କ ବାସଭବନ ପରିସରରୁ ବାହାରକୁ ଚାଲିଯିବୁ  ବୋଲି ଜଣେ ପ୍ରତିବାଦକାରୀ କହିଛନ୍ତି  ।

ଏହା ବ୍ୟତିତ ବାସଭବନରେ କ୍ୟାରମ୍‌ ଖେଳୁଥିବା, ଗଡ଼ପଡ଼ ହୋଇ ଆରାମ କରୁଥିବା ଏବଂ ପରିସର ମଧ୍ୟରେ ବୁଲାବୁଲି କରୁଥିବା ମଧ୍ୟ ଦେଖାଯାଉଛି।  ପ୍ରତିବାଦକାରୀମାନେ କ୍ୟାରମ୍‌ ଖେଳୁଥିବା, ଆଳସ୍ୟପରାୟଣ ହୋଇ ଶୋଉଥିବା ଏବଂ ଚାଲବୁଲ କରୁଥିବା  ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନ ‘ଟେମ୍ପଲ୍‌ ଟ୍ରି’ ପରିସର ମଧ୍ୟକୁ ଶନିବାର ଦିନ ଅସଂଖ୍ୟ ପ୍ରତିବାଦକାରୀ ଧଷେଇ ପଶିଥିଲେ।

କେବଳ ବିକ୍ରମସିଂଘେ ନୁହନ୍ତି, ପ୍ରତିବାଦକାରୀମାନେ ଶନିବାର ଦିନ ରାଷ୍ଟ୍ରପତି ଗୋତବୟା ରାଜପକ୍ଷେଙ୍କ ସରକାରୀ ବାସଭବନ ମଧ୍ୟକୁ ବି ଧଷେଇ ପଶିଥିଲେ। ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେଉଥିବା ଭିଡିଓରେ ଦେଖାଯାଉଛି ପ୍ରତିବାଦକାରୀମାନେ ‘ସୁଇମିଙ୍ଗ୍‌ ପୁଲ୍‌’ରେ ବୁଡ଼ି ପହଁରୁଛନ୍ତି, ଆଲମାରିରୁ ବାହାର କରି ରାଷ୍ଟ୍ରପତିଙ୍କ ପୋଷାକପତ୍ର ପିନ୍ଧାପିନ୍ଧି କରୁଛନ୍ତି ଓ ମିଛିମିଛିକା କ୍ୟାବିନେଟ୍‌ ବୈଠକ ମଧ୍ୟ ବସାଉଛନ୍ତି।

ସମ୍ପ୍ରତି ରାଷ୍ଟ୍ରପତି ରାଜପକ୍ଷେ ସମୁଦ୍ରରେ ଥିବା କୌଣସି ଗୋଟାଏ ଜାହାଜରେ ଆଶ୍ରୟ ନେଇଛନ୍ତି। ଶ୍ରୀଲଙ୍କାର ଅନ୍ୟତମ ଛାତ୍ରନେତା ଲାହିରୁ ବୀରଶେକର କହିଛନ୍ତି, ଆମ ଆନ୍ଦୋଳନର ଅବସାନ ଘଟିନାହିଁ।

କେବେ ଏମାନେ ଇସ୍ତଫା ଦେଉଛନ୍ତି ଆଉ କେବେ ଏହି ପ୍ରତିବାଦକାରୀ ବାସଭବନ ଛାଡି ଚାଲିଯାଉଛନ୍ତି ତା ଉପରେ ସମସ୍ତଙ୍କ ଅପେକ୍ଷା।

Comments are closed.