Latest Odisha News

BREAKING NEWS

ଜାଣନ୍ତୁ କ’ଣ ପାଇଁ ପୁଅ ତୈମୁରକୁ ଲଣ୍ଡନରେ ଛାଡି ମୁମ୍ବାଇ ଆସିଲେ କରିନା

ଭୁବନେଶ୍ୱର: ପରିବାର ସହ ଲଣ୍ଡନରେ ରିଲାକ୍ସ କରୁଛନ୍ତି କରିନା କାପୁର ଖାନ୍ । ସାଙ୍ଗରେ ଅଛନ୍ତି ସ୍ୱାମୀ ସୈଫ ଅଲ୍ଲୀ ଖାନ୍, ପୁଅ ତୈମୁର, ଭଉଣୀ କରିସ୍ମା କାପୁର ଓ ତାଙ୍କର ଦୁଇ ପିଲା । ଏମାନଙ୍କ ଏକାଠି ଖୁସି ମଜା କରୁଥିବା ସମୟର ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିବା ଦେଖିବାକୁ ମିଳିଛି ।

ତେବେ ହଠାତ୍ ଗୁରୁବାର ମୁମ୍ବାଇ ଏୟରପୋର୍ଟରେ କରିନାଙ୍କୁ ସ୍ପଟ୍ କରାଯାଇଥିଲା । ମାତ୍ର ତାଙ୍କ ସହ ଦେଖିବାକୁ ମିଳିନଥିଲା କୌଣସି ପରିବାର ସଦସ୍ୟଙ୍କୁ । ତେବେ କଣ ଥିଲା କାରଣ କରିନାଙ୍କର ହଠାତ ଭାରତ ଫେରିବାର?

ଜାଣିବାକୁ ମିଳିଛି କରିନା ରିଆଲିଟି ଶୋ ‘ଡାନ୍ସ ଇଣ୍ଡିଆ ଡାନ୍ସ’ର ଶୁଟିଂ ପାଇଁ ମୁମ୍ବାଇ ଆସିଛନ୍ତି। ତେବେ୧୨ ଘଣ୍ଟା ପାଇଁ କରିନା ମୁମ୍ବାଇ ଆସିଥିବା ବେଳେ ପୁଅ ତୈମୁରଙ୍କୁ ସାଙ୍ଗରେ ନଆଣିଥିବା ଚର୍ଚ୍ଚା ହେଉଛି ।

କାମ ପ୍ରତି ଡେଡିକେଟେଡ୍ କରିନା ନିଜ କମିଟମେଣ୍ଟରେ ପରଫେକ୍ଟ । ନିଜ ଭେକେସନରୁ ଟାଇମ ବାହାର କରି ଶୁଟିଂ ପାଇଁ ସେ ଲଣ୍ଡନରୁ ମୁମ୍ବାଇ ଆସିଛନ୍ତି । ତେବେ ଶୁଟିଂ ସାରି କରିନା ପୁଣି ହଲିଡେ ମନାଇବା ପାଇଁ ନିଜ ପରିବାର ପାଖକୁ ଲଣ୍ଡନ ଫେରିଯାଇଛନ୍ତି ।

‘ଡାନ୍ସ ଇଣ୍ଡିଆ ଡାନ୍ସ’ ଶୋ ଜରିଆରେ କରିନା ପ୍ରଥମକରି ଟେଲିଭିଜନ ଦୁନିଆରେ ପାଦ ରଖିବାକୁ ଯାଉଛନ୍ତି । ଏଥିରେ ସେ ଜଜ୍ ଭାବେ ନଜର ଆସିବେ ।

Comments are closed.