ଓଡ଼ିଶା ସମ୍ବାଦ ବ୍ୟୁରୋ: କୁଖ୍ୟାତ ଆତଙ୍କବାଦୀ ସଂଗଠନ ଆଇଏସଆଇଏସର ସିରିୟା ମୁଖ୍ୟର ମୃତ୍ୟୁ । ବାଇକରେ ଯାଉଥିବା ବେଳେ ତାର ମୃତ୍ୟୁ ହୋଇଛି । ଆମେରିକାର ଡ୍ରୋନ ମାଡ଼ରେ ନିହତ ହୋଇଥିବା ସ୍ପଷ୍ଟ ମଧ୍ୟ ହୋଇଛି । ଆମେରିକା ପକ୍ଷରୁ ହୋଇଥିବା ଆକ୍ରମଣରେ ଏପରି ଘଟଣା ଘଟିଥିବା ପେଣ୍ଟାଗନ ପକ୍ଷରୁ ସୂଚନା ଦିଆଯାଇଛି।
ଆମେରିକାର ଡ୍ରୋନ ମାଡ଼ରେ ଆଇଏସଆଇଏସର ସିରିୟା ମୁଖ୍ୟ ମାହେର ଅଲ-ଅଗଲ ନିହତ ହୋଇଛି। ସେ ସିରିୟାର ଜିନ୍ଦାୟାରିସ ନିକଟରେ ବାଇକ ନେଇ ଯାଉଥିବା ବେଳେ ଡ୍ରୋନ ମାଡ଼ର ଶିକାର ହୋଇଛି। ଏଥିରେ ତା’ର ମୃତ୍ୟୁ ଘଟିଥିବା ବେଳେ ତା’ର ଜଣେ ଘନିଷ୍ଠ ସହଯୋଗୀ ଗୁରୁତର ଆହତ ହୋଇଛି ବୋଲି ସେ କହିଛନ୍ତି।
Comments are closed.