Latest Odisha News

BREAKING NEWS

ବାଇକରେ ଗଞ୍ଜେଇ ଚାଲାଣ ବେଳେ ଧରାପଡ଼ିଲେ ଦୁଇ ଯୁବକ

ଗୋଳାମୁଣ୍ଡା: ବାଇକରେ ଗଞ୍ଜେଇ ଚାଲାଣ ବେଳେ ଧରାପଡ଼ିଲେ ଦୁଇ ଯୁବକ । କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ପୋଲିସ ଦ୍ୱାରା ଉଦେଶୃଙ୍ଗରୁ ୬ କିଲୋ ୫୦୦ ଗ୍ରାମ ଗଞ୍ଜେଇ ଜବତ ହୋଇଛି । ଓଡି ୦୩ କ୍ୟୁ ୫୮୯୮ ନମ୍ବର ବିଶିଷ୍ଟ ଲାଲ୍ ରଙ୍ଗର ହୋଣ୍ଡା ବାଇକରେ ଦୁଇ ଜଣ ଯୁବକ ଗଞ୍ଜେଇ ଚାଲାଣ ବେଳେ ଗୋଳାମୁଣ୍ଡା ପୋଲିସ ହାତରେ ଧରା ପଡ଼ିଛନ୍ତି ।

ଆଇଆଇସି ଯୁଗଳ ଶବର ଦୁଇ ଯୁବକଙ୍କୁ ଠାରୁ ଗଞ୍ଜେଇ ସହ ମୋବାଇଲ୍ ଜବତ କରିଛି । କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନାର ଘାସିରାମ ଦଳେଇ ଓ କାମୁ ଖେମୁଡୁଙ୍କୁ ପୋଲିସ ଗିରଫ କରୁଛି । ଏନେଇ ଗୋଳାମୁଣ୍ଡା ପୋଲିସ ଏକ ମାମଲା ରୁଜୁ କରିଥିବା ବେଳେ ଦୁଇ ଅଭିଯୁକ୍ତଙ୍କୁ ଧର୍ମଗଡ଼ କୋର୍ଟ ଚାଲାଣ କରାଯାଇଛି ।

Leave A Reply

Your email address will not be published.