Latest Odisha News

BREAKING NEWS

ରିୟା ଚକ୍ରବର୍ତ୍ତୀଙ୍କ ନାଁରେ ଚାର୍ଜସିଟ ଦାୟର କଲା NCB

ମୁମ୍ବାଇ: ଅଡ଼ୁଆରେ ଫସିଲେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ । ଆଜି ମୁମ୍ବାଇର ଏକ ସ୍ୱତନ୍ତ୍ର କୋର୍ଟରେ ଚାର୍ଜସିଟ ଦାୟର କରିଛି ଏନସିବି ।ପରଲୋକଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଲାଗି ସେ ବେଆଇନ ସାମଗ୍ରୀ ଯୋଗାଇବା ସହ ସୁଶାନ୍ତଙ୍କୁ ଅତ୍ୟଧିକ ନିଶାସକ୍ତ କରାଇବା ଲାଗି ସେ ଚେଷ୍ଟା କରିଥିଲେ ବୋଲି ଦର୍ଶାଇଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ । ଗତ ୨୦୨୦ ଜୁନ ୧୪ରେ ନିଜର ବାସଭବନରେ ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କରିବା ପରେ ଏହାର ତଦନ୍ତ ଜାରି ରହିଥିଲା । ତଦନ୍ତ ପ୍ରକ୍ରିୟାରେ ଏନସିବି ୩୫ ଅଭିଯୁକ୍ତଙ୍କ ବିରୋଧରେ ୩୮ଟି ଅଭିଯୋଗ ଆଣିଥିଲା ।

ଦାୟର ହୋଇଥିବା ଚାର୍ଜସିଟରେ ଦର୍ଶାଯାଇଛି- ରିୟା ହେଉଛନ୍ତି ୧୦ନମ୍ବର ଅଭିଯୁକ୍ତ । ସେ ସାମୁଏଲ ମିରାଣ୍ଡା, ସୌଭିକ  ଚକ୍ରବର୍ତ୍ତୀ ଓ ଦୀପେଶ ସାଓ୍ୱନ୍ତଙ୍କଠାରୁ ଗଞ୍ଜେଇ ଆଣି ଅଭନେତା ସୁଶାନ୍ତ ସିଂ ରାଜପୁତଙ୍କୁ  ଦେଇଥିଲେ ବୋଲି ଚାର୍ଜସିଟରେ ଦର୍ଶାଯାଇଛି । ଏହି ନିଶାଦ୍ରବ୍ୟ ଯୋଗାଣ ଲାଗି ରିୟା ଅର୍ଥ ନେଉଥିଲେ ।

ମାର୍ଚ୍ଚ ୨୦୨୦ରୁ ସେପ୍ଟେମ୍ବର ୨୦୨୦ ଯାଏ ଏହି ନିଶାଦ୍ରବ୍ୟକୁ ରିୟା ଯୋଗାଇଆସୁଥିଲେ । ଚାର୍ଜସିଟରେ ଦର୍ଶାଯାଇଛି ମାର୍ଚ୍ଚ ୨୦୨୦ରୁ ଡିସେମ୍ବର ୨୦୨୦ ମଧ୍ୟରେ ଏହି ସମସ୍ତ ୩୫ ଅଭିଯୁକ୍ତ ଅଅପରାଧ ଷଡ଼ଯନ୍ତ୍ର କରିଥିଲେ ଏବଂ ବେଆଇନ ସାମଗ୍ରୀ ହାସଲ କରିବା, ବିକ୍ରି କରିବା, ବଣ୍ଟନ କରିବା ଆଦି କାର୍ଯ୍ୟରେ ଲିପ୍ତ ରହିଥିଲେ ।

Comments are closed.