Latest Odisha News

ବ୍ରିଟେନ ପ୍ରଧାନମନ୍ତ୍ରୀ ଦୌଡ଼ରେ ଋଷି ସୁନକ ସମସ୍ତଙ୍କଠୁ ଆଗରେ

ଓଡ଼ିଶା ସମ୍ବାଦ ବ୍ୟୁରୋ: ବ୍ରିଟେନ ପ୍ରଧାନମନ୍ତ୍ରୀ ପଦରୁ ବୋରିସ ଜନସନଙ୍କ  ଇସ୍ତଫା ପରେ  କଞ୍ଜର୍ଭେଟିଭ୍ ପାର୍ଟିର ନେତା ଏବଂ ପ୍ରଧାନମନ୍ତ୍ରୀ ଦୌଡ଼ରେ ଆଗରେ ଅଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ଋଷି ସୁନକ। ପ୍ରଥମ ରାଉଣ୍ଡ ଭୋଟରେ ସେ ଆଗରେ ଅଛନ୍ତି ।

 

ଋଷି ସୁନକ ହିଁ ଗତ ସପ୍ତାହରେ ବୋରିସ୍ ଜନସନ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ଘଟଣାରେ ପ୍ରମୁଖ ଭୂମିକା ନେଇଥିଲେ । ଋଷି ଇସ୍ତଫା ଦେବା ପରେ ଅନ୍ୟମନ୍ତ୍ରୀମାନେ ମଧ୍ୟ ଜଣଙ୍କ ପରେ ଜଣେ ଇସ୍ତଫା ଦେଇଥିଲେ ।

ବୁଧବାର କଞ୍ଜରଭେଟିଭ  ସାଂସଦଙ୍କ ପ୍ରଥମ ମତଦାନରେ,  88  ସାଂସଦଙ୍କ ଭୋଟ ପାଇ ପ୍ରଥମ ରାଉଣ୍ଡ ଭୋଟରେ ଆଗରେ ଅଛନ୍ତି । ପୂର୍ବତନ ବାଣିଜ୍ୟ ମନ୍ତ୍ରୀ 67 ଟି ଭୋଟ ପାଇଥିବା ବେଳେ ପୂର୍ବତନ ବିଦେଶ ମନ୍ତ୍ରୀଙ୍କୁ 50 ସାଂସଦଙ୍କ ସମର୍ଥନ ମିଳିଛି ।

ଏପରିକି କିଛି ପ୍ରାର୍ଥୀ ରେସରୁ ବାହାରି ଯାଇଛନ୍ତି । ଏବେ 6 ଜଣ ପ୍ରାର୍ଥୀ ପରବର୍ତ୍ତି ଭୋଟ ପାଇଁ ରହିଛନ୍ତି ।  ଦଳର ନେତୃତ୍ବ ଏବଂ ପ୍ରଧାନମନ୍ତ୍ରୀ ପଦ ପାଇଁଏବେ ଋଷି ସମସ୍ତଙ୍କଠାରୁ ଆଗରେ ଅଛନ୍ତି ।  ନୂଆ ପ୍ରଧାନମନ୍ତ୍ରୀ ଙ୍କ ନାମ ସେପ୍ଟେମ୍ବର ୫ରେ ଘୋଷଣା କରାଯିବ।

Comments are closed.