ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟିର ପୂର୍ବତନ ନେତା ତଥା କବି କୁମାର ବିଶ୍ୱାସଙ୍କ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି । ଏବେ ୱାଇ ବଦଳରେ ତାଙ୍କୁ ୱାଇ ପ୍ଲସ ସୁରକ୍ଷା ବ୍ୟବସ୍ଥା ପ୍ରଦାନ କରାଯିବା ପାଇଁ ନିଷ୍ପତି ନିଆଯାଇଛି । ସେଂଟ୍ରାଲ ରିଜର୍ଭ ପୋଲିସ ଫୋର୍ସକୁ ଏହି ଦାୟିତ୍ୱ ପ୍ରଦାନ କରାଯାଇଛି । ଇଂଟେଲିଜେନ୍ସ ରିପୋର୍ଟ ଏବଂ ବିଭିନ୍ନ ଆତଙ୍କବାଦୀ ସଂଗଠନ ପକ୍ଷରୁ ଧମକ ଦିଆ ଯାଉଥିବାରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ପଞ୍ଜାବ ନିର୍ବାଚନ ବେଳେ ସେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଖଲିସ୍ତାନୀଙ୍କ ସହ ସମ୍ପର୍କ ରଖିଥିବା ଅଭିଯୋଗ କରିଥିଲେ । ସେ ଶେୟାର କରିଥିବା ଭିଡିଓ କ୍ଲିପ ଭାଇରାଲ ହୋଇଥିଲା । ଅବଶ୍ୟ ଏହାର ପ୍ରଭାବ ପଡି ନ ଥିଲା, ଆପ ପଞ୍ଜାବ ନିର୍ବାଚନ ଜିତିଥିଲା । ପୂର୍ବରୁ ମଧ୍ୟ ଆପ ଓ କେଜ୍ରିୱାଲଙ୍କୁ ନେଇ ସେ ଅନେକ ଚାଂଚଲ୍ୟକର ମନ୍ତବ୍ୟ ଦେଇଛନ୍ତି । କେନ୍ଦ୍ର ସରକାର ଫେବୃୟାରୀରେ ତାଙ୍କୁ ୱାଇ ସୁରକ୍ଷା ବ୍ୟବସ୍ଥା ପ୍ରଦାନ କରିଥିଲେ ।
BREAKING NEWS
- ଜନସେବା କେନ୍ଦ୍ର ମାଲିକଙ୍କୁ ହତ୍ୟା ଅଭିଯୋଗ
- Odisha CAG Expose: ସିଏଜି ରିପୋର୍ଟରେ ଓଡ଼ିଶାରେ ମାଳମାଳ ଅନିୟମିତତା; ୬୪୦ କୋଟି ଜରିମାନା ଆଦାୟ ହୋଇନି, DMF ଟଙ୍କାରେ ହକି ଷ୍ଟାଡିୟମ!
- ଆୟ ବହିର୍ଭୂତ ସମ୍ପତ୍ତି ଠୁଳ; ଫ୍ୟାକ୍ଟ୍ରିଜ୍ ଆଣ୍ଡ ବଏଲର୍ସର ସହକାରୀ ନିର୍ଦ୍ଦେଶକଙ୍କ ୭ ସ୍ଥାନରେ ରେଡ୍
- ଭାଲୁକୁଣି ବିସର୍ଜନ ବେଳେ ଅଘଟଣ; DJ ସାଉଣ୍ଡ ବକ୍ସ ପଡ଼ି ୭ ଆହତ
- ଭୂକମ୍ପରେ ଥରିଲା ଓଡ଼ିଶା; ଏହି ସ୍ଥାନରେ ୩.୯ ତୀବ୍ରତାର ଝଟକା…
- ସର୍ଭେ ରିପୋର୍ଟ : ୭୦% ରୁ ଅଧିକ ୟୁକ୍ରେନବାସୀ ଦୁର୍ନୀତି ପାଇଁ ଜେଲେନସ୍କିଙ୍କୁ ଦାୟୀ ମନେକରୁଛନ୍ତି
- ଇରାନ-ଆମେରିକା ସଂଘର୍ଷ: ଭୟ ଆଉ ଚିନ୍ତା ଭିତରେ ଇରାନରେ ଖୋଲିଲା ସ୍କୁଲ୍
- ବସରୁ ଖସି ପଡ଼ିଲେ ରୋହିତ ଶର୍ମା; ଚିନ୍ତାରେ ଫ୍ୟାନ୍ସ
- ବିଜେପି ନେତାଙ୍କୁ ପ୍ରାଣାନ୍ତକ ଆକ୍ରମଣ; ଡାକ୍ତରଖାନାରେ ଭର୍ତ୍ତି
- Odisha Vigilance:୩୫ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ଆସିଷ୍ଟାଣ୍ଟ ଇଞ୍ଜିନିୟର ଓ ତାଙ୍କ ସହଯୋଗୀ

Comments are closed.