Latest Odisha News

BREAKING NEWS

ଜାଣନ୍ତୁ; ବ୍ରହ୍ମପୁରରେ କେଉଁଠି ମିଳିବ ବୁଷ୍ଟର ଡୋଜ୍‌

ବ୍ରହ୍ମପୁର: ବ୍ରହ୍ମପୁର ସହରରେ ଶୁକ୍ରବାର ଠାରୁ କରୋନା ଟୀକାର ବୁଷ୍ଟର୍‌ ଡୋଜ୍‌ ୧୮ରୁ ୫୯ ବର୍ଷ ବୟସ୍କଙ୍କୁ ପ୍ରଦାନ କରାଯିବ । ଏନେଇ ବ୍ରହ୍ମପୁର ମହାନଗର ନିଗମ ତରଫରୁ ଘୋଷଣା କରାଯାଇଛି । ସହରରେ ଥିବା ସମସ୍ତ ୮ଟି ସହରାଞ୍ଚଳ ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ର(ୟୁପିଏଚ୍‌ସି)ରେ ସହରବାସୀ ବୁଷ୍ଟର ଡୋଜ୍‌ ନେଇପାରିବେ ।

ଅନଲାଇନ ଏବଂ ଅଫଲାଇନରେ ବୁକିଂ ହୋଇପାରିବ । ତେବେ ଶୁକ୍ରବାର ସକାଳ ୯ଟା ବେଳେ ଅନଲାଇନରେ ସ୍ଳଟ୍‌ ବୁକିଂ ଆରମ୍ଭ ହେବ । ମହାନଗର ନିଗମ ତରଫରୁ ସୁରୁଖୁରୁରେ ଟିକାକରଣ ଅଭିଯାନ ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି ।

ଦୈନିକ କୋଭାକ୍ସିନର ୧୩ଶହ ଟିକା ବୁଷ୍ଟର ଡୋଜ୍‌ ପାଇଁ ଉପଲବ୍ଧ ହେବ । ସେଥିରେ ୯ଶହ ଅନଲାଇନ ଏବଂ ୪ଶହ ଅଫଲାଇନ ବୁକିଂରେ ମିଳିବ ।

ସେହିଭଳି କୋଭିସିଲ୍‌ଡ ମଧ୍ୟ ଦୈନିକ ୧୩ ଶହ ବୁଷ୍ଟର ଡୋଜ୍‌ ପାଇଁ ଉପଲବ୍ଧ ହେବ । ସେଥିରୁ ୯ଶହ ଅନଲାଇନ ଏବଂ ୪ଶହ ଅଫଲାଇନ ବୁକିଂରେ ମିଳିପାରିବ।

ଶୁକ୍ରବାର ବୈକୁଣ୍ଠନଗର ସହରାଞ୍ଚଳ ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ରରେ ଶୁଭାରମ୍ଭ କାର୍ଯ୍ୟକ୍ରମ ରହିଛି । ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ ଏବଂ ଆୟୁକ୍ତ ଜେ. ସୋନାଲ ଉପସ୍ଥିତ ରହିବେ ।

Leave A Reply

Your email address will not be published.