କମ୍ପାଲା: ଉଗାଣ୍ଡାରେ ଓସାମା ଆତଙ୍କ ସୃଷ୍ଟି କରିଥିଲା । ୧୯୯୧ରୁ ୨୦୦୫ ମଧ୍ୟରେ ଓସାମା ୮୦ରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ଖାଇଥିଲା । ଆମେ ଆତଙ୍କବାଦୀ ଓସାମା ବିନ ଲାଡେନଙ୍କ କଥା କହୁ ନାହିଁ । ଏହି ଓସାମା ହେଲା ଏକ ବିଶାଳକାୟ କୁମ୍ଭୀର । ହ୍ରଦ କୂଳରେ ଛପି କରି ଏହା ରହିଥାଏ, ଆଉ ସେ ସମୟରେ ଯିଏ ତା ହାବୁଡରେ ପଡିଲା ତାର ବଂଚିବା ଅସମ୍ଭବ । ଆଫ୍ରିକାର ସବୁଠାରୁ ବଡ ହ୍ରଦ ଭିକ୍ଟୋରିଆରେ ରହୁଥିବା ଓସାମା ନୌକା ତଳେ ଶାନ୍ତ ଭାବେ ଯାଉଥାଏ । ଆଉ ଯେଉଁଠାରେ ସୁଯୋଗ ମିଳିଲା……..ସେଠି ଆକ୍ରମଣ କରିବାକୁ ପଛାଏ ନାହିଁ । ବହୁ କଷ୍ଟରେ ଏହି ଚର୍ଚ୍ଚିତ କୁମ୍ଭୀରକୁ ୨୦୦୫ରେ ଧରା ଯାଇଥିଲା । ଏଥିପାଇଁ ବନ୍ୟ ଅଧିକାରୀଙ୍କୁ ୭ ଦିନ ସମୟ ଲାଗିଥିଲା । ଅବଶ୍ୟ ଧରାପଡିବା ପରେ ଏହି କୁମ୍ଭୀରକୁ ମରାଯାଇ ନ ଥିଲା । ଏକ ବ୍ରିଡିଂ ପ୍ରୋଗ୍ରାମରେ ତାକୁ ପଠା ଯାଇଥିଲା । ସେ ଏତେ ବିଶାଳକାୟ (ପାଖାପାଖି ୧୬ ଫୁଟ)ଥିଲା ଯେ, ତାକୁ ସ୍ଥାନୀୟ ବାସିନ୍ଦା ଭାବେ ଅମର ବୋଲି ଭାବି ନେଇଥିଲେ । ବିଶେଷ କରି ଲୁଗାଂଗା ଗ୍ରାମରେ ଆତଙ୍କ ସୃଷ୍ଟି କରିଥିଲା । ଆଜିର ଦିନରେ ଓସାମା ଧରା ପଡିଥିବାରୁ ପୁନର୍ବାର ଏହାର ଆଲୋଚନା ଜୋର ଧରିଛି ।
BREAKING NEWS
- ନନ୍ଦନକାନନରେ ସାମିଲ ୩୬ ନୂଆ ପ୍ରଜାତିର ପଶୁପକ୍ଷୀ
- ୧୦ ବର୍ଷ ବୟସରେ ମା’ଙ୍କୁ ହରାଇଲେ, ବର୍ଷକ ପରେ ପିତାଙ୍କୁ:ଏବେ ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣ ଜିତି ରଚିଲେ ଇତିହାସ
- ଖୁଦୁରୁକୁଣୀ ଭସାଣି ବେଳେ ଏସ୍ଆଇଙ୍କୁ ଆକ୍ରମଣ;ଡିଜେ ବଜାଇବାକୁ ନେଇ…
- ଫ୍ଲାଇଦୁବାଇ କୋ-ପାଇଲଟଙ୍କ ଆକ୍ରମଣ ଘଟଣାରେ କଣ କହିଲା ୟୁଏଇ?
- Odisha Travel Bazaar Inauguration ଓଡିଶା ହେଉ ପର୍ଯ୍ୟଟକଙ୍କ ସ୍ୱର୍ଗ: ମୁଖ୍ୟମନ୍ତ୍ରୀ
- କାର୍ ଭିତରୁ ଯୁବକଙ୍କ ମୃତଦେହ ଉଦ୍ଧାର: ହତ୍ୟା ମାମଲା ରୁଜୁ
- ପୁରୀରେ ନିର୍ମାଣ ହେବ ନୂଆ ପତିତପାବନ ଭକ୍ତ ନିବାସ, ସେବାୟତ ଓ ତୀର୍ଥଯାତ୍ରୀଙ୍କୁ ମିଳିବ ଅଧିକ ସୁବିଧା
- ସୁବର୍ଣ୍ଣରେଖାରେ ଭାସିଗଲେ ପର୍ଯ୍ୟଟକ, ଉତ୍ତରପ୍ରଦେଶରୁ ଆସିଥିଲେ…
- ଘରୋଇ ବିଶ୍ୱବିଦ୍ୟାଳୟ ହଷ୍ଟେଲ ଖାଦ୍ୟରେ ପୋକ, କ୍ୟାମ୍ପସରେ ଉତ୍ତେଜନା
- Asian Games: ଏସୀୟ କ୍ରୀଡ଼ାରେ ଇତିହାସ ରଚିଲା ଭାରତ, ପାକିସ୍ତାନକୁ ହରାଇ ଗୋଲ୍ଡ ହାତେଇଲା ଟିମ୍ ଇଣ୍ଡିଆ

Comments are closed.