କମ୍ପାଲା: ଉଗାଣ୍ଡାରେ ଓସାମା ଆତଙ୍କ ସୃଷ୍ଟି କରିଥିଲା । ୧୯୯୧ରୁ ୨୦୦୫ ମଧ୍ୟରେ ଓସାମା ୮୦ରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ଖାଇଥିଲା । ଆମେ ଆତଙ୍କବାଦୀ ଓସାମା ବିନ ଲାଡେନଙ୍କ କଥା କହୁ ନାହିଁ । ଏହି ଓସାମା ହେଲା ଏକ ବିଶାଳକାୟ କୁମ୍ଭୀର । ହ୍ରଦ କୂଳରେ ଛପି କରି ଏହା ରହିଥାଏ, ଆଉ ସେ ସମୟରେ ଯିଏ ତା ହାବୁଡରେ ପଡିଲା ତାର ବଂଚିବା ଅସମ୍ଭବ । ଆଫ୍ରିକାର ସବୁଠାରୁ ବଡ ହ୍ରଦ ଭିକ୍ଟୋରିଆରେ ରହୁଥିବା ଓସାମା ନୌକା ତଳେ ଶାନ୍ତ ଭାବେ ଯାଉଥାଏ । ଆଉ ଯେଉଁଠାରେ ସୁଯୋଗ ମିଳିଲା……..ସେଠି ଆକ୍ରମଣ କରିବାକୁ ପଛାଏ ନାହିଁ । ବହୁ କଷ୍ଟରେ ଏହି ଚର୍ଚ୍ଚିତ କୁମ୍ଭୀରକୁ ୨୦୦୫ରେ ଧରା ଯାଇଥିଲା । ଏଥିପାଇଁ ବନ୍ୟ ଅଧିକାରୀଙ୍କୁ ୭ ଦିନ ସମୟ ଲାଗିଥିଲା । ଅବଶ୍ୟ ଧରାପଡିବା ପରେ ଏହି କୁମ୍ଭୀରକୁ ମରାଯାଇ ନ ଥିଲା । ଏକ ବ୍ରିଡିଂ ପ୍ରୋଗ୍ରାମରେ ତାକୁ ପଠା ଯାଇଥିଲା । ସେ ଏତେ ବିଶାଳକାୟ (ପାଖାପାଖି ୧୬ ଫୁଟ)ଥିଲା ଯେ, ତାକୁ ସ୍ଥାନୀୟ ବାସିନ୍ଦା ଭାବେ ଅମର ବୋଲି ଭାବି ନେଇଥିଲେ । ବିଶେଷ କରି ଲୁଗାଂଗା ଗ୍ରାମରେ ଆତଙ୍କ ସୃଷ୍ଟି କରିଥିଲା । ଆଜିର ଦିନରେ ଓସାମା ଧରା ପଡିଥିବାରୁ ପୁନର୍ବାର ଏହାର ଆଲୋଚନା ଜୋର ଧରିଛି ।
BREAKING NEWS
- Naxal Encounter: ଏହି ଜିଲ୍ଲାରେ ଦେଖାଦେଇଛି ମାଓ ଗତିବିଧି… ଜଙ୍ଗଲରେ ସୁରକ୍ଷାକର୍ମୀ -ମାଓବାଦୀ ମୁହାଁମୁହିଁ
- ୧୬ ମାସରେ ସରକାରୀ କଲେଜରୁ ରାଗିଂ ଜନିତ ୮ ଅଭିଯୋଗ: ମନ୍ତ୍ରୀ
- ୨୦୨୫ରେ ଭାରତୀୟମାନେ ଗୁଗୁଲରେ ଅଧିକ କଣ କରିଥିଲେ ସର୍ଚ୍ଚ? ଜାଣିଲେ ଆଶ୍ଚର୍ଯ୍ୟ ହେବେ…
- କାହିଁକି ଫିଲ୍ମ ସାଇନ୍ କରୁନଥିଲେ ଐଶ୍ୱର୍ଯ୍ୟା, ଖୁଲାସା କଲେ ଅଭିନେତ୍ରୀ…
- ଆମେରିକା ଲୋକ ଅଧିକ କିଣୁଛନ୍ତି Made In India ସ୍ମାର୍ଟଫୋନ୍, ଜାଣନ୍ତୁ କାହିଁକି…
- ୧୦୦ ବର୍ଷରେ ଡା. ଲକ୍ଷ୍ମୀ ବାଈ; ଏମ୍ସକୁ ୩ କୋଟି ୪୦ ଲକ୍ଷ ଦାନ କରିଥିଲେ, ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି
- ପୁଟିନଙ୍କ ରୁଷିଆରେ ଭାରତର ୧୦୦ ଟଙ୍କା ହୋଇଯାଏ କେତେ?
- Temple money belongs to deity: ମନ୍ଦିରର ଟଙ୍କା କାହାର? ଜାଣନ୍ତୁ କ’ଣ କହିଲେ ସୁପ୍ରିମକୋର୍ଟ
- IndiGo ପାଇଲଟଙ୍କୁ କେତେ ମିଳେ ଦରମା? ଜାଣିଲେ ହୋଇଯିବେ କାବା !
- ଭାରତର ସବୁଠୁ ବଡ ପରମାଣୁ ଶକ୍ତି କେନ୍ଦ୍ରକୁ ନେଇ ପୁଟିନ କଲେ ଏହି କମିଣ୍ଟମେଣ୍ଟ…
Comments are closed.