Latest Odisha News

BREAKING NEWS

[ଶୁଣନ୍ତୁ] ଦିନର ଟପ୍ ହେଡଲାଇନ୍ସ

  • ଆସନ୍ତାକାଲି ରାଷ୍ଟ୍ରପତି ନିର୍ବାଚନ । ଭାରତର ୧୬ତମ ରାଷ୍ଟ୍ରପତି ବାଛିବ ଦେଶ । ଓଡ଼ିଶା ବିଧାନସଭା ପକ୍ଷରୁ ସବୁ ପ୍ରସ୍ତୁତି ଶେଷ ହୋଇଛି ।  ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ । ସେପଟେ ମାଟିର ଝିଅକୁ ଦେଶର ଶୀର୍ଷ ପଦରେ ବସାଇବାକୁ ଲାଗିପଡ଼ିଛି ବିଜେଡି । ଦଳମତ ନିର୍ବିଶେଷରେ ୧୪୭ ଜଣ ବିଧାୟକଙ୍କ ଭୋଟ ଦ୍ରୌପଦୀଙ୍କ ସପକ୍ଷରେ କେମିତି ଯିବ, ସେ ନେଇ ବିଜେଡି କରୁଛି ପ୍ରୟାସ । ଦ୍ରୈପଦୀଙ୍କୁ ଜିତାଇବା ଲାଗି ବିଭିନ୍ନ ସ୍ଥାନରେ ପୂଜାର୍ଚ୍ଚନା । 
  • ଆସନ୍ତାକାଲିଠାରୁ ସଂସଦର ମୌସୁମୀ ଅଧିବେଶନ, ସୁରୁଖୁରୁରେ ଗୃହ ଚଳାଇବା ନେଇ ସର୍ବଦଳୀୟ ବୈଠକରେ ହୋଇଛି ଆଲୋଚନା । ଚଳିତ ଅଧିବେଶନରେ ୨୪ଟି ବିଲ୍ ଆଣିବେ କେନ୍ଦ୍ର ସରକାର ।  ଅଗ୍ନିପଥ ଯୋଜନାକୁ ନେଇ ହୁଲସ୍ତୁଲ ହେବ ଗୃହ । ସେହିପରି ଦରଦାମ୍ ବୃଦ୍ଧି, ବେକାରୀ ସମସ୍ୟା ନେଇ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ହୋଇଛନ୍ତି ବିରୋଧୀ । ଅଗଷ୍ଟ ୧୨ ତାରିଖ ପର୍ଯ୍ୟନ୍ତ ଏହି ଅଧିବେଶନ ଚାଲିବ ।
  • ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୮୭୨ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୫୧୨ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୩୬୦ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରେ ୧୨୩ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ- କିଶୋର ଥିବା ଜଣାଯାଇଛି। 

  • ବର୍ଷାରେ ଭିଜୁଛି ସାରା ଓଡ଼ିଶା… ଲଗାଣ ବର୍ଷାରେ ବଢ଼ୁଛି ଲୋକଙ୍କ ଦୁର୍ଦ୍ଦଶା, ଆଗାମୀ ୨୪ଘଣ୍ଟା ମଧ୍ୟରେ ସମଗ୍ର ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ରହିଥିବା ବେଳେ ରାଜ୍ୟର ୬ଟି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ଏବଂ ୯ଟି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ଏନେଇ ୬ଜିଲ୍ଲାକୁ ଅରେଞ୍ଜ , ୯ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି ।
  • ଟାପୁରେ ଫସିଛି ଜୀବନ। ରାୟଗଡ଼ା ନାଗାବଳୀ ନଦୀ ମଝିରେ ଫସି ରହିଛନ୍ତି ୨ ପର୍ଯ୍ୟଟକ । ରାୟଗଡ଼ା ନିକଟ ଝୁଲାପୋଲ ନିକଟରେ ହଠାତ୍ ପାଣି ଆସିଯିବାରୁ ପର୍ଯ୍ୟଟକ ଦୁଇଜଣ ଫସି ରହିଛନ୍ତି। ନନଦୀରେ ବନ୍ୟାପାଣି ବୃଦ୍ଧି ପାଉଥିବାରୁ ବଢୁଛି ଆଶଙ୍କା। ଖବର ପାଇବା ପରେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର ପାଇଁ ଉଦ୍ୟମ ଜାରି ରଖିଛି
  • ମାଲକାନଗିରି ଜିଲ୍ଲା ମୋଟୁ ଅଞ୍ଚଳରେ ବନ୍ୟା ପରିସ୍ଥିତି ସଙ୍ଗୀନ: କାଲେ ପୋଲ ଉପରେ ଚାଲିଲା ଡ଼ଙ୍ଗା ,ମୋଟୁ ବନ୍ୟା ଯୋଗୁଁ ଏବେ ବି ଅନେକ ଗାଁ ଜଳ ମଗ୍ନ ହୋଇ ରହିଛି ।  ସେଠାରେ ଡଙ୍ଗା ଯୋଗେ ରିଲିଫ ପ୍ରଦାନ କରାଯାଉଛି । ଆନ୍ଧ୍ର କାଲେରୁ ଅଂଚଳରେ ମଧ୍ୟ ଅଗ୍ନିଶମ କର୍ମଚାରୀ ଓ ତହସିଲ କର୍ମଚାରୀ ମାନେ ରିଲିଫ ପ୍ରଦାନ କରିଛନ୍ତି ।

  • ରାତି ପାହିଲେ ଶ୍ରାବଣ ମାସ ପ୍ରଥମ ସୋମବାର ।  ବିଭିନ୍ନ ଜଳାଶୟରୁ ପାଣି ଉଠାଇବା ପାଇଁ କାଉଡ଼ିଆଙ୍କ ଲାଗିଲାଣି ଭିଡ଼ । କାନ୍ଧରେ ବାହୁଙ୍ଗି ଧରି ମହାଦେବଙ୍କ ନାଁ ଜପି ଜପି ଚାଲୁଛନ୍ତି ଶ୍ରଦ୍ଧାଳୁ ।  ଦୀର୍ଘ ଦୁଇ ବର୍ଷର କଟକଣା ପରେ କାଉଡିଆ ମହାଦେବଙ୍କ ଠାରେ ଲାଗି କରିବେ ଜଳ ।
  • ପୁଣିଥରେ ସୁରକ୍ଷାକର୍ମୀଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ । ଜଣେ ଯବାନ ଶହୀଦ । ଦକ୍ଷିଣ କାଶ୍ମୀର ପୁଲୱାମାର ଗୋଙ୍ଗୁ କ୍ରସିଙ୍ଗ ଅଞ୍ଚଳରେ ଏହି ଘଟଣା ଘଟିଛି । ସ୍ଥାନୀୟ ପୋଲିସ ଏବଂ ସିଆରପିଏଫର ଯବାନମାନେ ଚେକପୋଷ୍ଟରେ ଚେକିଂ କରିବା ସମୟରେ ଆତଙ୍କବାଦୀମାନେ ଅଚାନକ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ସିଆରପିଏଫର ଜଣେ ଏଏସଆଇଙ୍କ ମୃତ୍ୟ ଘଟିଛି । ଆକ୍ରମଣ ଜବାବରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ମଧ୍ୟ ପାଲଟା ଜବାବ ଦିଆଯାଉଛି ।

  • ବ୍ରିଟେନରେ ‘ଋିଷି ରାଜ୍’! ପଢନ୍ତୁ ଋିଷି ସୁନକଙ୍କ ପ୍ରଧାନମନ୍ତ୍ରୀ ପଦକୁ ଯିବା ପୂର୍ବର ଲଢେଇ, ୪୨ ବର୍ଷୀୟ ଋିଷି ସୁନକଙ୍କୁ ଜୋରଦାର ସମର୍ଥନ ମିଳିବାରେ ଲାଗିଛି । ଚାରିଆଡେ ରେଡି ଫର ଋିଷିର ନାରା ମଧ୍ୟ ଲାଗୁଛି ।  ଦଳର ନେତା ନିର୍ଣ୍ଣୟ କରିବା ପାଇଁ ତିନୋଟି ପର୍ଯ୍ୟାୟରେ ପ୍ରକ୍ରିୟା ହୋଇଥାଏ ।  ଗୋଟିଏ ଗୋଟିଏ ପ୍ରକ୍ରିୟା ଶେଷ ହେବାକୁ ଯାଉଥିବା ବେଳେ ଋିଷିଙ୍କ ସ୍ଥିତି ଦୃଢ ହେବାରେ ଲାଗିଛି ।
  • ଶ୍ରୀଲଙ୍କା ରାଷ୍ଟ୍ରପତି ନିର୍ବାଚନ ପ୍ରକ୍ରିୟା ଆରମ୍ଭ, ଦୌଡ଼ରେ ୪ ପ୍ରାର୍ଥୀ  , ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷଙ୍କ ଇସ୍ତଫା ପରେ ଖାଲି ପଡ଼ିଥିବା ଏହି ପଦବୀ ଲାଗି ପ୍ରାର୍ଥୀ ସଂଖ୍ୟା ବଢ଼ିବାରେ ଲାଗିଛି । ଦେଶ ଇତିହାସରେ ପ୍ରଥମ ଥର ଲାଗି ରାଷ୍ଟ୍ରପତି ନିର୍ବାଚନ ପରୋକ୍ଷ ଭାବେ ହେବ । ରାଷ୍ଟ୍ରପତି ନିର୍ବାଚନ ପ୍ରକ୍ରିୟାରେ ଗତକାଲି ସଂସଦ ଅଧିବେଶନ କିଛି ସମୟ ଲାଗି ସରଗରମ ହୋଇଥିଲା । 
  • ପଞ୍ଜାବ ସରକାର ଟ୍ରାଫିକ ନିୟମ ଉଲଙ୍ଘନକାରୀଙ୍କ ପାଇଁ ନୂଆ ଦିଶା ନିର୍ଦ୍ଦେଶ ଜାରି କରିଛନ୍ତି ।  କେହି ଯଦି ପ୍ରଥମଥର ପାଇଁ ଟ୍ରାଫିକ ନିୟମ ଉଲଙ୍ଘନ କରୁଛନ୍ତି ତେବେ ତାଙ୍କୁ କେବଳ ଜରିମାନା ଦେବାକୁ ପଡିବ । ହେଲେ ଦ୍ୱିତୀୟ ଥର ପାଇଁ ନିୟମ ଉଲଙ୍ଘନ କଲେ ଜରିମାନା ରାଶି ଦ୍ୱିଗୁଣିତ କରାଯିବ । ହେଲେ ଯଦି ମଦ୍ୟପାନ କରି ଗାଡି ଚଳାଉଥିବା ବେଳେ ଧରାପଡିବ ତେବେ  ଡ୍ରାଇଭିଂ ଲାଇସେନ୍ସ ରଦ୍ଦ ସହ  ସଂପୃକ୍ତ ଚାଳକଙ୍କ ଠାରୁ ଗୋଟିଏ ୟୁନିଟ ରକ୍ତ ସଂଗ୍ରହ କରାଯିବ ।

  • ସିଙ୍ଗାପୁର ଓପନରେ ଚମକିଲେ ପିଭି ସିନ୍ଧୁ । ଭାରତୀୟ ବ୍ୟାଡମିଣ୍ଟନ ଷ୍ଟାର୍ ପିଭି ସିନ୍ଧୁ ଦମଦାର ଖେଳ ପ୍ରଦର୍ଶନ କରି ଟାଇଟଲ୍ ନିଜ ନାଁରେ କରିଛନ୍ତି । ଦୁଇ ଥର ଅଲମ୍ବିକ ପଦକ ବିଜେତା ସିନ୍ଧୁ ଫାଇନାଲରେ ଚୀନର ଓ୍ୱାଙ୍ଗ୍ ଜି ଇଙ୍କୁ ୨୧-୯, ୧୧-୨୧, ୨୧-୧୫ରେ ମାତ୍ ଦେଇଛନ୍ତି । ଏହାପୂର୍ବରୁ ବିଶ୍ୱର ନମ୍ବର ୭ ବ୍ୟାଡମିଣ୍ଟନ୍ ଷ୍ଟାର୍ ପିଭି ସିନ୍ଧୁ ସେମିଫାଇନାଲରେ ଜାପାନର ସାଇନା କାବାକାମୀଙ୍କୁ ପରାସ୍ତ କରିଥିଲେ । 
  • ଓଡ଼ିଶା କ୍ରିକେଟର ମୁଖ୍ୟ କୋଚ୍‌ ପଦରୁ ଇସ୍ତଫା ଦେଲେ ୱାସିମ ଜାଫର , ୱାସିମଙ୍କ ଇସ୍ତଫା ପତ୍ରକୁ ଗ୍ରହଣ କରିଛି ଓସିଏ। ଓଡ଼ିଶା ରଣଜୀ ଟିମର କୋଚ ପଦ ପାଇଁ ୱାସିମ ଓସିଏ ସହିତ ଦୁଇ ବର୍ଷୀୟା ଚୁକ୍ତି କରିଥିଲେ। ଗତବର୍ଷ ସେପ୍ଟେମ୍ବର ମାସରେ ଏହି ଚୁକ୍ତି ହୋଇଥିବା ବେଳେ ଆସନ୍ତା ବର୍ଷ ପର୍ଯ୍ୟନ୍ତ ଏହି ଚୁକ୍ତି ବଳବତ୍ତର ରହିଥାନ୍ତା, ହେଲେ ଏହା ପୂର୍ବରୁ ୱାସିମ ଜାଫର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। 

  • ବିରାଟଙ୍କ ସପକ୍ଷରେ ବାହାରିଲେ ସୋଏବ, ସମାଲୋଚକଙ୍କୁ କଡା ଜବାବ ମଧ୍ୟ ଦେଇଛନ୍ତି, କହିଲେ- ‘୭୦ ଶତକ ଲଗାଇବା କ୍ୟାଣ୍ଡିକ୍ରସ୍ ଗେମ୍ ନୁହେଁ’  ।  ବିରାଟ ଖୁବ୍ ଶୀଘ୍ର ଫର୍ମକୁ ଫେରିବେ ବୋଲି ସୋଏବ ଆଶା କରିଥିବା ବେଳେ ବିରାଟଙ୍କୁ ନିଜ ସମାଲୋଚକ ଓ ସୋଆଲ ମିଡିଆଠୁ ଦୂରରେ ରହିବାକୁ ପରାମର୍ଶ ଦେଇଛନ୍ତି ।
  • ଅପେକ୍ଷାର ଅନ୍ତ ହୋଇଛି ।  ବଲିଉଡର ହ୍ୟାଣ୍ଡସମ୍‌ ଅଭିନେତା ରଣବୀର କପୁର ଏବଂ ଚୁଲ୍‌ବୁଲି ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଫିଲ୍ମ ବ୍ରହ୍ମାସ୍ତ୍ରର କେଶରିଆ ଗୀତ ରିଲିଜ ହୋଇଛି । ଏହାକୁ ସୋସିଆଲ୍‌ ମିଡିଆ ପ୍ଲାଟଫର୍ମରେ ସେୟାର କରାଯାଇଛି । ଯାହା ବର୍ତ୍ତମାନ ଭାଇରାଲ୍‌ ହେବା ସହ ଟ୍ରେଣ୍ଡ କରୁଛି ।
  • ୮ ବର୍ଷ ପରେ ବଡ ପରଦାକୁ ଫେରୁଛି ଏକ୍‌ ଭିଲେନ୍‌ର ସିକ୍ବେଲ୍‌।  ଫିଲ୍ମର ଗୀତ ‘ଶାମତ’ ଗୀତ ରିଲିଜ୍‌ ସହ ସୋସିଆଲ୍‌ ମିଡିଆରେ ଧମାଲ୍‌ କରୁଛି । ନିକଟରେ ‘ଏକ ଭିଲେନ୍ ରିଟର୍ନସ’ର କିଛି ପୋଷ୍ଟର ରିଲିଜ୍‌ ହୋଇଥିଲା ​। ଫିଲ୍ମର ଷ୍ଟାର କାଷ୍ଟ ଦିଶା ପାଟାନି, ଜନ୍ ଆବ୍ରହାମ, ଅର୍ଜୁନ କପୁର ଏବଂ ତାର ସୁତାରିଆଙ୍କୁ ଦେଖିବାକୁ ମିଳିଥିଲା।  

 

 

 

Leave A Reply

Your email address will not be published.