Latest Odisha News

BREAKING NEWS

ଦୁର୍ବଳ ଆଫଗାନିସ୍ତାନକୁ ଭାରତ ଦେଲା ୨୨୫ ରନର ବିଜୟ ଲକ୍ଷ୍ୟ

ସାଉଥଆମ୍ପଟନ୍: ବିଶ୍ୱକପରର ଦାବିଦାର ଟିମ୍ ଇଣ୍ଡିଆ ଦୁର୍ବଳ ଆଫଗାନିସ୍ତାନ ଆଗରେ ୨୨୫ ରନର ସ୍ୱଳ୍ପ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି । ଆଫଗାନିସ୍ତାନ ଟିମ ସୁନ୍ଦର ବୋଲିଂ ଓ ଫିଲ୍ଡିଂ କରିବା ଫଳରେ ଭାରତୀୟ ଦଳ ଏହି ଧୀମା ପିଚରେ କମ୍ ସ୍କୋର କରିବାକୁ ବାଧ୍ୟ ହୋଇଛି ।

ଭାରତୀୟ ଦଳର ଆଶାନୁରୁପ ବ୍ୟାଟିଂ ପ୍ରଦର୍ଶନ କରିନଥିଲେ ମଧ୍ୟ କପ୍ତାନ ବିରାଟ କୋହଲୀ ଓ ଅଲରାଉଣ୍ଡର୍ କେଦାର ଯାଦବଙ୍କ ପ୍ରଶଂସନୀୟ ବ୍ୟାଟିଂ ପ୍ରଦର୍ଶନ ଯୋଗୁଁ ଦଳର ସ୍କୋର ୨୨୪ରେ ପହଞ୍ଚିପାରିଥିଲା ।

ଭାରତର ୨୨୪/୮ ସ୍କୋରକୁ ପିଛା କରି ଏବେ ସୁଦ୍ଧା ଆଫଗାନିସ୍ତାନ ୧୯ ଓଭରରେ ୨ଟି ୱିକେଟ ହରାଇ କରିଛି ୬୯ ରନ୍ ।

ଟସ୍ ଜିତି ବିିରାଟ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଦଳର ସ୍କୋର ମାତ୍ର ୭ ରନ ହୋଇଥିଲା ବେଳେ ପ୍ରଥମ ୱିକେଟର ପତ୍ତନ ହୋଇଥିଲା । ଦୁର୍ଦ୍ଧଶ ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ଦୁର୍ଭାଗ୍ୟବଶତଃ ୧ ରନ କରି ଆଉଟ ହୋଇଥିବା ବେଳେ ଦଳୀୟ ସ୍କୋର କ୍ରମେ ଧିମା ପଡ଼ିଯାଇଥିବା ଲକ୍ଷ୍ୟ କରାଯାଇଥିଲା । ଲାଗୁଥିଲା ବିରାଟ କୋହଲୀ କଷ୍ଟକର ପିଚରେ ପରୀକ୍ଷାମୂଳକ ଭାବେ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ତେବେ କପ୍ତାନ ଭାବେ ବିରାଟ ଚିରାଚରିତ ଢଙ୍ଗରେ ବ୍ୟାଟିଂ କରି ଦଳକୁ ଅଗ୍ରସର କରିଥିଲେ । ତାଙ୍କୁ ସାଥ୍ ଦେଇଥିଲେ ସାଥୀ ବିଜୟ ଶଙ୍କର ଓ କେ ଏଲ ରାହୁଲ । ମାତ୍ର ୧୩୫ ରନ ଦଳୀୟ ସ୍କୋର ହୋଇଥିବା ବେଳେ ୪ଟି ୱିକେଟର ପତ୍ତନ ଘଟିଥିଲା ।

ବିରାଟ କୋହଲୀ ପ୍ରଶଂସନୀୟ ୬୭ ରନ କରିଥିବା ବେଳେ କେଦାର ଯାଦବ ଉପଯୋଗୀ ୫୨ ରନ କରି ଦଳକୁ ଉଦ୍ଧାର କରିଥିଲେ । ସେହିପରି କେ ଏଲ ରାହୁଲ ୩୦ ରନ, ବିଜୟ ଶଙ୍କର ୨୯ ରନ ଏବଂ ମହେନ୍ଦ୍ର ସିଂହ ଧୋନୀ ୨୮ ରନ ସ୍କୋର କରିପାରିଥିଲେ ।

ଆଫଗାନିସ୍ତାନ ଦଳ ପକ୍ଷରୁ ଅଧିନାୟକ ଗୁଲବାଦିନ ନୈବ୍ ଓ ମହମ୍ମଦ ନବୀ ୨ଟି କରି ୱିକେଟ ହାସଲ କରିଥିଲେ । ଦଳର ଷ୍ଟାର୍ ବୋଲର୍ ରସିଦ୍ ଖାନ ଗୋଟିଏ ମାତ୍ର ଭାରତୀୟ ୱିକେଟ ଅକ୍ତିଆର କରିପାରିଛନ୍ତି ।

Leave A Reply

Your email address will not be published.