ଭୁବନେଶ୍ୱର: ଓଡ଼ିଶା ମାନବାଧିକାର କମିଶନ ବିଜେବି କଲେଜ ରୁଚିକା ମହାନ୍ତି ଆତ୍ମହତ୍ୟା, ଦେବଗଡ଼ ଏଏନଏମ ଛାତ୍ରୀ ରାଗିଂ ଏବଂ ଅନ୍ୟ ଏକ ରାଗିଂ ମାମଲାର ଶୁଣାଣି କରିଛନ୍ତି । ରାଗିଂ ମୁକ୍ତ କ୍ୟାମ୍ପସ ଅଭିଯାନ ପକ୍ଷରୁ ତେଜେଶ୍ୱର ପରିଡ଼ା ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ତିନୋଟି ମାମଲା ଦାଖଲ କରିଥିଲେ । ମଙ୍ଗଳବାର କମିଶନ ଏହି ସବୁ ମାମଲାର ବିଚାର କରି ଶୁଣାଣି କରିଛନ୍ତି ।
କେସ ନଂ- ୭୫୪/୨୦୨୧, ୧୩୩୬/୨୦୨୨ ଏବଂ ୧୯୨୩/୨୦୨୨ ରାଗିଂ ମୁକ୍ତ କ୍ୟାମ୍ପସ ଅଭିଯାନ ଦ୍ୱାରା ମାମଲା ଦାଖଲ ହୋଇଥିଲା । କେସ ନଂ- ୭୫୪ର ଶୁଣାଣି କରି, ଏକ ଆଣ୍ଟିରାଗିଂ ହେଲପଲାଇନ ଗଠନ କରିବାକୁ ପୋଲିସ ଡିଜିଙ୍କୁ ଅନ୍ତରୀଣ ପ୍ରସ୍ତାବ ଦେଇଛନ୍ତି । ଏହି ହେଲପଲାଇନ ମାନବ ଅଧିକାର ସୁରକ୍ଷା ସେଲରେ ଗଠନ କରାଯିବ ବୋଲି କମିଶନ ନିର୍ଦ୍ଦେଶ ଦେଇଛନ୍ତି ।
କେସ ନଂ- ୧୩୩୬ ଅର୍ଥାତ୍ ଦେବଗଡ଼ ଏଏନଏମ ଛାତ୍ରୀ ରାଗିଂ ମାମଲାରେ କମିଶନ ନିଜ ତଦନ୍ତକାରୀ ସଂସ୍ଥା ଜରିଆରେ ଘଟଣାର ତଦନ୍ତ କରିବାକୁ ଶୁଣାଣି କରିଛନ୍ତି । ମାନବାଧିକାର କମିଶନ ତଦନ୍ତ ବିଭାଗର ନିର୍ଦ୍ଦେଶକ ତଥା ଏଡିଜିଙ୍କୁ ଏହି ତଦନ୍ତ କରିବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି ।
କେସ ନଂ- ୧୯୨୩ ଅର୍ଥାତ୍ ବିଜେବି କଲେଜ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାର ବିଚାର କରି ଭୁବନେଶ୍ୱର ପୋଲିସ କମିଶନରଙ୍କୁ ତଦନ୍ତ ରିପୋର୍ଟ ମାଗିଛନ୍ତି । ଏହା ସହିତ କମିଶନରେଟ ପୋଲିସର ତଦନ୍ତ ସ୍ଥିତାବସ୍ଥା ଉପରେ ଏକ ରିପୋର୍ଟ ଦାଖଲ କରିବାକୁ ମାନବାଧିକାର କମିଶନ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ମାସ ତାରିଖରେ ହେବ ବୋଲି କମିଶନ ଶୁଣାଣିରେ ଉଲ୍ଲେଖ କରିଛନ୍ତି ।
Comments are closed.