ଲଣ୍ଡନ: ଚଳିତ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ ଜାଭେଲିନରେ ଭାରତର ନୀରଜ ଚୋପ୍ରା ଓ ରୋହିତ ଯାଦବ ଫାଇନାଲରେ ପ୍ରବେଶ କରି ପଦକ ସମ୍ଭାବନା ସୃଷ୍ଟି କରିଛନ୍ତି । ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ପ୍ରଥମ ଥ୍ରୋ ୮୮.୩୯ ମିଟର ଦୂରତାକୁ କରି ଫାଇନାଲରେ ପ୍ରବେଶ କରିଥିଲେ । ରୋହିତ ୮୦.୪୨ ମିଟର ଦୂରତାକୁ ଜାଭେଲିନ ଥ୍ରୋ କରି ଗ୍ରୁପ ୨ରେ ୧୧ତମ ସ୍ଥାନରେ ରହିଥିଲେ । ପ୍ରଥମ ଥର ପାଇଁ ଜାଭେଲିନରେ ୨ଜଣ ଭାରତୀୟ ଫାଇନାଲରେ ପ୍ରବେଶ କରିଛନ୍ତି । ଫାଇନାଲ ମୁକାବିଲା ଭାରତୀୟ ସମୟ ସନ୍ଧ୍ୟା ୭.୦୫ରେ ହେବ । ସେହିପରି ଟ୍ରିପଲ ଜମ୍ପରେ ଭାରତର ଆଲଡୋସ ପାଓଲ ଫାଇନାଲକୁ ଉନ୍ନୀତ ହୋଇଛନ୍ତି । ପାଓଲ ୧୬.୬୮ ମିଟର ଡେଇଁ ଏହି ସଫଳତା ହାସଲ କରିଛନ୍ତି । ଅନ୍ୟ ଦୁଇ ଭାରତୀୟ ପରବୀନ ଓ ଅବଦୁଲ୍ଲା ଅବେବ୍ରେକର ଫାଇନାଲ ରାଉଣ୍ଡରୁ ବାଦ ପଡିଛନ୍ତି ।
BREAKING NEWS
- ଭାରତୀୟ ଚେସର ସୁନା ଭାଇ-ଭଉଣୀ ଯୋଡି
- ଶିଶୁ ଯୌନ ଶୋଷଣ: ସୁପ୍ରିମକୋର୍ଟଙ୍କ ଗୁରୁତ୍ଵପୂର୍ଣ୍ଣ ରାୟକୁ ରାଜ୍ୟ ସରକାରଙ୍କ ସମର୍ଥନ
- କୋଣାର୍କ ସୂର୍ଯ୍ୟ ମନ୍ଦିର ଚାରି ପାର୍ଶ୍ୱରେ ହେଲା ଜିପିଆର୍ ସର୍ଭେ
- ସଂକ୍ରମିତ ୨ ଜିଲ୍ଲାରେ ବାର୍ଡ ଫ୍ଲୁ ନିୟନ୍ତ୍ରଣାଧୀନ: ମନ୍ତ୍ରୀ
- AI ନିର୍ମିତ ପ୍ରଥମ ଓଡିଆ ମ୍ୟୁଜିକ ଭିଡିଓ ଲଞ୍ଚ
- ଓଡିଶା ସିନିୟର ମହିଳା ହକି ଚାମ୍ପିୟନଶିପ ଆରମ୍ଭ
- ୪ ହଜାରରୁ ଉର୍ଦ୍ଧ୍ବ କଫ୍ ସିରପ ବୋତଲ ଜବତ, ୧୭ ଗିରଫ
- କ୍ଷୀରରେ ଅପମିଶ୍ରଣ, ଚଢାଉ ପରେ ତନାଘନା
- ରିଲିଜ ହେଲା ଆଇସିସି ମହିଳା ଟି୨୦ ବିଶ୍ୱକପ ୨୦୨୪ର ଥିମ ସଙ୍ଗ
- ଦେଶରେ ପ୍ରଥମ ମଙ୍କିପକ୍ସ କ୍ଲେଡ ୧ ଭ୍ୟାରିଆଣ୍ଟ ଚିହ୍ନଟ
Comments are closed.