Latest Odisha News

BREAKING NEWS

ଭାଷା ଭାଗବତ : ପଦସ୍ଥ କିଂବା ଦିବଂଗତ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୮୮

ପଦସ୍ଥ କିଂବା ଦିବଂଗତ
ଲେଖକ ଏଠି ସମାଦୃତ
ଜୀବିତ ହୋଇ ସୃଷ୍ଟିରତ
ପ୍ରାୟତଃ ହୁଏ ଉପେକ୍ଷିତ

ଏହି ପ୍ରଥାର ଅବସାନ
ସତେ ଘଟିବ କେଉଁ ଦିନ
କରିହୁଏନି ଅନୁମାନ
ଶଂକାପୀଡ଼ିତ ସବୁ ମନ

ଯାହା ଭୋଗଂତି ନିଜ ଅଂଗେ
ରହଂତିନାହିଁ ତାହା ସଂଗେ
ଯାହା ବି ଅଟଇ ପ୍ରାଚୀନ
ଭାବଂତି ତାହା ମୂଲ୍ୟବାନ

ବହିରୁ ପାଇଲେ ପ୍ରେରଣା
କଳ୍ପନାଶକ୍ତି ହୁଏ ଊଣା
ପୂର୍ବଲିଖିତ ପଦାବଳି
ପୁନଶ୍ଚ ଲେଖି ଯାଉଁ ଚଳି

ନ ଥିଲେ କିଛି ନୂତନତା
ଶୁଣି ବା ପଢ଼ି ପୂର୍ବ କଥା
ଶୁଣାଳି, ପାଠକ ବିରକ୍ତ
ହେଲେ, ହୁଏନି ଭାଷାହିତ

ଶବ୍ଦଗଠନ ସୂତ୍ରାବଳି
ନ ଜାଣି ପାରୁଁ ଯଦି ଚଳି
ଭାଷାର ବିକାଶ ବର୍ଧନ
ପାଲଟିଯାଏ ଦିବାସ୍ୱପ୍ନ

 

Comments are closed.