ମୁମ୍ବାଇ: ବଲିଉଡର ଲୋକପ୍ରିୟ ଯୋଡି ଭିକ୍କି କୌଶଲ ଓ କ୍ୟାଟ୍ରିନା କୈଫଙ୍କୁ ବାରମ୍ବାର ହତ୍ୟା ଧମକ ଦେଉଥିବା ଅଭିଯୋଗରେ ଜଣେ ଯୁବକଙ୍କୁ ପୋଲିସ ଗିରଫ କରିଛି । ଏହି ଯୁବକର ନାମ ମାନୱିନ୍ଦର ସିଂ । ସେ କ୍ୟାଟ୍ରିନାଙ୍କ ବଡ ପ୍ରଶଂସକ ଅଟନ୍ତି । ଭିକ୍କିଙ୍କ ସହ ବିବାହ ପରେ ସୋସିଆଲ ମିଡିଆରେ ସେ କ୍ୟାଟ୍ରିନାଙ୍କୁ ହଇରାଣ କରୁଥିଲେ । ଭିକ୍କି ଶେଷରେ ଏ ନେଇ ପୋଲିସରେ ଅଭିଯୋଗ କରିଥିଲେ । ଆଇପିସି ଧାରା ୫୦୬-୨ ଓ ୩୫୪-ଡିରେ ମାନୱିନ୍ଦରଙ୍କ ବିରୁଦ୍ଧରେ ମାମଲା ରାଜୁ କରାଯାଇଛି । ମେ ୨୯ରେ ପଞ୍ଜାବର ଲୋକପ୍ରିୟ ଗାୟକ ସିଦ୍ଧୁ ମୁସେୱାଲଙ୍କ ହତ୍ୟା ପରେ ସିନେମା ଜଗତରେ ଭୟର ବାତାବରଣ ଖେଳିଯାଇଛି । ଏହା ପରେ ସଲମାନ ଖାଁଙ୍କ ଧମକ ଆସିବା ପରେ ପୋଲିସ ମଧ୍ୟ ଏହାକୁ ଗୁରୁତର ସହ ବିଚାର କରୁଛି । କ୍ୟାଟ୍ରିନା ଓ ଭିକ୍କି ଗତ ବର୍ଷ ଡିସେମ୍ବର ୯ରେ ଯୋଧପୁରରେ ବିବାହ କରିଥିଲେ ।
BREAKING NEWS
- ଖୁବଶିଘ୍ର ମହାନଦୀ ଜଳ ବିବାଦର ହେବ ସମାଧାନ
- ‘ଓଡ଼ିଶାରେ ପର୍ଯ୍ୟାୟକ୍ରମେ କମିବ ମଦ କାରବାର, ନିଶା ମୁକ୍ତ ହେବ ରାଜ୍ୟ’
- ରତ୍ନଭଣ୍ଡାର ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସୁଦର୍ଶନ ପଟ୍ଟନାୟକ
- ମହିଳା ସାମ୍ବାଦିକଙ୍କ ଉପରକୁ କୁକୁର ଛାଡ଼ିଦେବା ଘଟଣା, ବିଜେଡି ନେତାଙ୍କ ଘରେ ପୋଲିସ
- ରାଜଧାନୀ ଭୁବନେଶ୍ବରରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା
- ଚାରି ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ସ୍ଥିର ହେଲା ଗସ୍ତ ସୂଚୀ
- ସଂସଦରେ ଦୁର୍ଲଭ ଦୃଶ୍ୟ! ହାତ ମିଳାଇଲେ ପିଏମ ମୋଦୀ ରାହୁଲ ଗାନ୍ଧୀ
- ପୁଞ୍ଜି ନିବେଶ ପ୍ରସ୍ତାବ କ୍ଷେତ୍ରରେ ଓଡ଼ିଶା ଶ୍ରେଷ୍ଠ ସ୍ଥାନରେ, ଖୁସି ପ୍ରକାଶ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ
- ଆସନ୍ତୁ ଜାଣିବା କଣ ହେବ ଯଦି ଭାରତ-ଇଂଲଣ୍ଡ ସେମିଫାଇନାଲରେ ବର୍ଷା ହୁଏ
- ‘ଜୟ ପାଲେଷ୍ଟାଇନ’ ନାରା ଦେଇ ଫସିଲେ ଓୱେସି, ଦାଏର ହେଲା ମାମଲା