Latest Odisha News

BREAKING NEWS

ଆଜିଠୁ +୩ ନାମଲେଖା ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର : ରାଜ୍ୟରେ ୨୦୧୯-୨୦ ଶିକ୍ଷାବର୍ଷ ପାଇଁ ଯୁକ୍ତ ୩ରେ ନାମଲେଖା ପ୍ରକ୍ରିୟା ସୋମବାର ଦିନ ଠାରୁ ଆରମ୍ଭ ହୋଇଛି ।

ଆଜି ଦିନ ୧୧ଟା ପରେ ଅନଲାଇନ୍ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ ବୋଲି ଜଣାପଡିଛି । WWW.samsodisha.gov.in ରେ ଆଡମିଶନ୍ ଫର୍ମ ଉପଲବ୍ଧ । ଛାତ୍ରଛାତ୍ରୀମାନେ ଏଥିରେ ଅନଲାଇନ୍ ଫର୍ମ ଫିଲଅପ୍ କରିପାରିବେ ।

ଶିକ୍ଷା ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ଛାତ୍ରଛାତ୍ରୀମାନେ ଆଡମିସନ୍ ଲାଗି ଜୁନ୍ ୨୪ରୁ ଜୁଲାଇ ୮ ମଧ୍ୟରେ ଅନଲାଇନ୍ ଆବେଦନ କରିପାରିବେ । ପ୍ରଥମ ମେରିଟ ଲିଷ୍ଟ ଜୁଲାଇ ୧୮ ତାରିଖରେ ପ୍ରକାଶ ପାଇବାକୁ ଥିବାବେଳେ ଛାତ୍ରଛାତ୍ରୀମାନେ ଜୁଲାଇ ୧୯ରୁ ୨୩ ତାରିଖ ମଧ୍ୟରେ ନାମ ଲେଖାଇପାରିବେ ।

ସେହିପରି ଅଗଷ୍ଟ ୫ ରେ ଦ୍ୱିତୀୟ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ । ଅପରପକ୍ଷରେ ବଳକା ସିଟ୍ ଲାଗି ସ୍ପଟ୍ ଆଡମିଶନ କରାଯିବ ବୋଲି ସୁତ୍ରରୁ ପ୍ରକାଶ ।

ତେବେ ଯୁକ୍ତ ତିନି ଲାଗି ରେଗୁଲାର କ୍ଲାସ୍ ଅଗଷ୍ଟ ୨୪ ତାରିଖରୁ ଆରମ୍ଭ ହେବ ବୋଲି ବିଜ୍ଞପ୍ତିରୁ ଜଣାପଡିଛି ।

Leave A Reply

Your email address will not be published.