ସିଡନୀ: ଅଷ୍ଟ୍ରେଲିଆର ମହାନ ଖେଳାଳି ରିକି ପଂଟି ଆଗାମୀ ଟି୨୦ ବିଶ୍ୱକପ କ୍ରିକେଟକୁ ନେଇ ଭବିଷ୍ୟବାଣୀ କରିଛନ୍ତି । ସେ କହିଛନ୍ତି ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯିବ ଏବଂ ଏଥିରେ କଙ୍ଗାରୁ ଦଳ ବାଜି ମାରିବ । ପଂଟି କହିଛନ୍ତି ଭାରତ, ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ଟିମ ଟାଇଟଲ ଫେଭରାଇଟ ରହିଛନ୍ତି । ଜୋସ ବଟଲରଙ୍କ ନେତୃତ୍ୱରେ ଇଂଲଣ୍ଡକୁ ଅଟକାଇବା ଏତେଟା ସହଜ ହେବ ନାହିଁ । ଅକ୍ଟୋବର ୨୩ରେ ପାକିସ୍ତାନ ବିପକ୍ଷରେ ଭାରତ ତାର ଅଭିଯାନ ଆରମ୍ଭ କରିବ । ଟି୨୦ ବିଶ୍ୱକପର ପୂର୍ବ ସଂସ୍କରଣରେ ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତର ପ୍ରଦର୍ଶନ ଉତ୍ସାହଜନକ ନ ଥିଲା । ସୁପର ୧୨ ମୁକାବିଲାରେ ପାକିସ୍ତାନ ଓ ନ୍ୟୁଜିଲାଣ୍ଡଠାରୁ ହାରି ଭାରତ ବିଦା ନେଇଥିଲା । ତେବେ ଏଥର ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ପ୍ରଭାବୀ ପ୍ରଦର୍ଶନ ଜାରୀ ରଖିଛି । ଏହି ଫର୍ମାଟରେ ଭାରତ ବିଶ୍ୱକପ ପରଠାରୁ ଗୋଟିଏ ବି ସିରିଜ ହାରି ନାହିଁ ।
BREAKING NEWS
- ରାୟଗଡ଼ାରେ ଗୌତମ ଓ କରନ ଆଦାନୀ; ୧.୦୮ ଲକ୍ଷ କୋଟିର ସମନ୍ୱିତ ଆଲୁମିନିୟମ ପ୍ରକଳ୍ପ…
- ଶ୍ରୀଲଙ୍କା ଟେଷ୍ଟ ସିରିଜ୍ରୁ ବାଦ୍ ପଡ଼ିଲେ ଜସପ୍ରୀତ ବୁମରା
- ଫ୍ଲାଏଓଭର ପ୍ରକଳ୍ପ ପାଇଁ ମାଟି ପରୀକ୍ଷା: ଭୁବନେଶ୍ୱରର ଏସବୁ ସ୍ଥାନରେ ଟ୍ରାଫିକ ସମସ୍ୟା…
- Odisha flood:କାହିଁକି ବନ୍ୟା ପରିସ୍ଥିତି ସୃଷ୍ଟି ହେଲା ସ୍ପଷ୍ଟ କଲେ EIC
- ନିଶା କ୍ଷେତ୍ରରେ ‘ଜିରୋ ଟୋଲେରାନ୍ସ’: ମାଫିଆଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚେତାବନୀ; କହିଲେ “ସୁଧୁର, ନଚେତ୍ ବୁଲଡୋଜର ଆକ୍ସନ୍ ପାଇଁ ପ୍ରସ୍ତୁତ ରୁହ!”
- ରାଜ୍ୟରେ ବନ୍ୟା ସ୍ଥିତି; ପ୍ରଥମ ପର୍ଯ୍ୟାୟ UG ଆଡମିସନ୍ ପ୍ରକ୍ରିୟାର ଶେଷ ତାରିଖ ବୃଦ୍ଧି
- Monsoon Fury: ଆସମରୁ କାଶ୍ମୀର, ଗୁଜରାଟରୁ ଓଡ଼ିଶା…ବିତ୍ପାତ ରଚୁଛି ବନ୍ୟା! ପାଣି ନେଉଛି କୁଢ କୁଢ ପ୍ରାଣ…
- Soumya Ranjan Death Case: ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ବଡ଼ ଆକ୍ସନ, ସରେଣ୍ଡର ପରେ ସସପେଣ୍ଡ ହେଲେ IFS ଅଧିକାରୀ ସଂଗ୍ରାମ କେଶରୀ ବେହେରା
- Middle East Tensions: ଇରାନ ଉପରେ ବଡ଼ ଆକ୍ରମଣ କରିବେ ଟ୍ରମ୍ପ? ମଧ୍ୟପ୍ରାଚ୍ୟ ଛାଡ଼ିବାକୁ ଆମେରିକୀୟ ନାଗରିକଙ୍କୁ ପରାମର୍ଶ, ବଢ଼ିଲା ଯୁଦ୍ଧ ଆଶଙ୍କା!
- Odisha Floods: ବନ୍ୟା ପ୍ରଭାବିତ ଅଞ୍ଚଳ ପାଇଁ ବଡ ସହାୟତା, ଓଡିଶା ପାଇଁ ୫୦୦ କୋଟି ଟଙ୍କା ମଞ୍ଜୁର କଲେ କେନ୍ଦ୍ର ସରକାର
Comments are closed.