Latest Odisha News

BREAKING NEWS

କବିତା : ନିଦାଘ ସାଧିଲା ଦାଉ

ପ୍ରତିଭା ସାହୁ

ଆଉ ସୁଖ ନିଦ୍ରା ଯିବି ମୁଁ କେମିତି
ନିଦାଘ ସାଧିଲା ଦାଉ
ଦୁଃସମୟ ବେଳା ଏମିତି ନାସିବ
କିଏ ଜାଣିଥିଲା ଆଉ । (0)

କୁଳ ଛାଡିଦେଲା ସାହାରା ଡ଼ଙ୍ଗା ମୋ
ଆହୁଲା ଧରିଚି ହାତେ
କେମିତି କେଜାଣି ଅକାତ ପାଣିରେ
ପାରି ହେବିବାଟ ଏତେ।

ସତେକି ଫେରିବ ନିରାଶ ନ କରି
ବେଳ ଟିକେ ଥାଉ ଥାଉ
ଆଉ ସୁଖ ନିଦ୍ରା ଯିବି ମୁଁ କେମିତି
ନିଦାଘ ସାଧିଲା ଦାଉ।( ୧)

ଘଡ଼ିକ ପହଡେ ଅନେକ ଭାବନା
ଛଟପଟ କରି ମାରେ
କହ କହ କାହିଁ ଛାଡି ଦେଲୁ କୂଳ
ପାପ ଚିନ୍ତା ମତେ ଘାରେ ।

ସୂରୁଜ ନଇଁଲେ ତମସା ଘୋଟିଲେ
ଭୟ ମାଡିଆସେ କାହୁଁ
ଆଉ ସୁଖ ନିଦ୍ରା ଯିବି ମୁଁ କେମିତି
ନିଦାଘ ସାଧିଲା ଦାଉ ।

ପ୍ରାଚୀ ବିହାର, ପଳାଶୁଣୀ, ଭୁବନେଶ୍ୱର
ଦୂ. ଭା : ୮୯୧୭୪୨୩୭୪୬

Leave A Reply

Your email address will not be published.