ମୁମ୍ବାଇ: ହତ୍ୟା ଧମକ ପରେ ସଲମାନଙ୍କ ଭୟ ବଢ଼ିବାରେ ଲାଗିଛି । ଅସ୍ତ୍ର ରଖିବା ଲାଇସେନ୍ସ ଆବେଦନ କରିବା ପରେ ଏବେ ତାଙ୍କ କାରକୁ ଅପଗ୍ରେଡ କରିଛନ୍ତି । ଏହା ବ୍ୟତୀତ ନିଜର ବ୍ୟକ୍ତିଗତ ସୁରକ୍ଷା ଆହୁରି ବୃଦ୍ଧି କରିଛନ୍ତି । ସେ ଏବେ ଲ୍ୟାଣ୍ଡ କ୍ରୁଜର (ବୁଲେଟ ପ୍ରୁଫ) ଗାଡିରେ ଯିବା ଆସିବା କରିବେ । ଗତ ମାସରେ ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗ ସଲମାନଙ୍କୁ ହତ୍ୟା ଧମକ ଦେଇଥିଲେ । ତାଙ୍କ ପିତା ସଲୀମ ଖାଁଙ୍କୁ ୫ ଜୁନରେ ଧମକପୂର୍ଣ୍ଣ ପତ୍ର ମିଳିଥିଲା । ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲଙ୍କ ହତ୍ୟା ପରେ ବିଶ୍ନୋଇ ଗ୍ରୁପ ପ୍ରତି କଳାକାରଙ୍କ ଭୟ ସୃଷ୍ଟି ହୋଇଛି । ୧୯୯୮ କୃଷ୍ଣସାର ମୃଗ ଶୀକାର ଘଟଣା ପରଠାରୁ ବିଶ୍ନୋଇ ଗ୍ରୁପ ତାଙ୍କ ଉପରେ କ୍ରୋଧୀତ ଅଛି । ସେମାନଙ୍କ ସଭ୍ୟାତରେ କୃଷ୍ଣସାର ମୃଗଙ୍କୁ ପୂଜା କରାଯାଇଥାଏ । ସଲମାନଙ୍କୁ ମାରିବା ପାଇଁ ସ ୨୦୧୮ରେ ଯୋଜନା ପ୍ରସ୍ତୁତ କରିଥିଲେ ମଧ୍ୟ ସଫଳ ହୋଇପାରି ନ ଥିଲେ ।
BREAKING NEWS
- Trump’s Gold Card: ଆରମ୍ଭ ହେଲା ଟ୍ରମ୍ପଙ୍କ ଗୋଲ୍ଡ କାର୍ଡ ଯୋଜନା…
- କିଏ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉତ୍ତରାଧିକାରୀ?
- Rahul Gandhi Meets PM Modi :ଏକାଠି ବସି ୮୮ ମିନିଟ୍ କ’ଣ କଥା ହେଲେ ମୋଦି-ରାହୁଲ?
- ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ; ଥାଇଲାଣ୍ଡରୁ ଲୁଥ୍ରା ବ୍ରଦର୍ସ ଗିରଫ
- ମହିଳାଙ୍କ ବିଷୟରେ ଆପତ୍ତିଜନକ ମନ୍ତବ୍ୟ ଦେଇ ଫସିଲେ ଅନିରୁଦ୍ଧାଚାର୍ଯ୍ୟ
- Cold Wave: ହାଡଭଙ୍ଗା ଶୀତରେ ଥରୁଛି ଓଡିଶା: ୧୦ ଡିଗ୍ରୀ ତଳେ ୧୨ ସହର
- ରାୟବରେଲି-ଆମେଠି-ଇଟାୱାରେ ମଧ୍ୟ ମୁସଲମାନମାନେ ଜିତିପାରିବେ: ଏପରି କାହିଁକି କହିଲେ ଓୱେସି ?
- Firing: ଅନୁଗୁଳରେ ଫୁଟିଲା ଗୁଳି; ଜଣେ ଗୁରୁତର,କାରଣ…
- PM Modi-Netanyahu Phone Call: ନେତାନ୍ୟାହୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କାହିଁକି କଲେ ଫୋନ୍ ?
- Buildings collapse: ଭୁଷୁଡ଼ି ପଡିଲା ୨ଟି କୋଠା; ଚାଲିଗଲା ୨୨ ଜୀବନ,ଅନେକ ଆହତ
Comments are closed.