Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନାରେ ଘୋଟାଲା। ପାଉଣା ନମିଳିଲେ ଆନ୍ଦୋଳନ ଜୋରଦାର

ନୂଆପଡ଼ା : ଗାଁର ଗରିବଙ୍କ ପାଇଁ କର୍ମ ନିଯୁକ୍ତି ଯୋଜନା ଯେମିତି ପ୍ରହସନ ପାଲଟିଛି । କିଛି ଅସାଧୁ କର୍ମଚାରୀ ମାଲାମାଲ ହେଉଥିବା ବେଳେ ଗାଁର ଗରିବ କାମ କରି ଦି ପଇସା ପାଇବାକୁ ଚାହିଁ ବସିଛି । ଯେମତି ଏହି ଖଡ଼ିଆଳ ଦାବ୍ରି ପଞ୍ଚାୟତର ବିଭିନ୍ନ ଗାଁର ଉନ୍ନତିକରଣ ପାଇଁ ରାସ୍ତାରୁ ନେପଇ ପୋଖରୀ ପର୍ଯ୍ୟନ୍ତ କାମ ହୋଇଛି । ଗାଁର ଲୋକେ ବି ଏଥିରେ କାମ କରିଛନ୍ତି। ହେଲେ ମାସ ମାସ ବତିଚାଲିଥିଲେ ବି କୌଣସି ପାଉଣା ସେମାନଙ୍କୁ ମିଳନି । ସମସ୍ୟା ନେଇ ବିଭିନ୍ନ ଅଧିକାରୀଙ୍କୁ ଜଣାଇଛନ୍ତି।

ହେଲେ ସେମାନଙ୍କର ଦୁଃଖ ଶୁଣିବାକୁ ଯେମିତି କେହି ନାହିଁ । କାମ ପାଇଁ ଆସିଥିବା ଅର୍ଥ ହରିଲୁଟ୍ ହୋଇଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ସଲାସୁତୁରା ନେଇ ହେଉଛି ଚର୍ଚ୍ଚା । ପୁରା ଦୁର୍ନୀତି ହୋଇଛି ।  ଆଉ ଅଧିକାରୀ ମାନେ ଜାଣିଶୁଣି ଶ୍ରମିକଙ୍କୁ ଜାଣିଶୁଣି ପଇସା ଦିଆଯାଉନି। ତେବେ ସମସ୍ୟା ସମାଧାନ ନହେଲେ ଆଗକୁ ଆନ୍ଦୋଳନ ଜୋରଦାର ଚେତାବନୀ ଦେଇଛନ୍ତି ଶ୍ରମିକ ମାନେ।

ଖଡ଼ିଆଳ ବିଡ଼ିଓଙ୍କ ଠାରୁ ନେଇ ଜିଲ୍ଳାପାଳ ପର୍ଯ୍ୟନ୍ତ ଅଭିଯୋଗ ହୋଇଛି । କାମ ଦାୟିତ୍ୱରେ ଥିବା ଯନ୍ତ୍ରୀ କି ଠିକାଦାରଙ୍କୁ ଘଟଣା ନେଇ କିଛି ପ୍ରଶ୍ନ କରାଯାଇନଥିବା ବେଳେ ଘଟଣାର ତଦନ୍ତ ଚାଲିଥିବା କହିଛନ୍ତି ଭିଡ଼ିଓ । ଶ୍ରମିକଙ୍କ ପାରିଶ୍ରମିକ ସେମାନଙ୍କୁ ଖୁବଶିଘ୍ର ଦିଆନଗଲେ ଜୋରଦାର ଆନ୍ଦୋଳନ କରାଯିବାକୁ ଚେତବାନୀ ମଳିଛି ।

 

 

 

 

Leave A Reply

Your email address will not be published.