ମୁମ୍ବାଇ: ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ ରାମସେତୁକୁ ନେଇ ବିବାଦ ବଢ଼ିବାରେ ଲାଗିଛି । ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ ଅଭିଯୋଗ କରିଛନ୍ତି ଯେ, ଏହି ଫିଲ୍ମରେ ଭୁଲ ତଥ୍ୟ ପ୍ରଦାନ କରାଯାଇଛି । ଶନିବାର ସେ ମେକର୍ସ ଏବଂ ଅକ୍ଷୟଙ୍କ ବିରୋଧରେ କେସ କରିବେ ବୋଲି ସୋସିଆଲ ସାଇଟରେ ସୂଚନା ଦେଇଛନ୍ତି । ମୋ ଓକିଲ ସତ୍ୟ ସଭରୱାଲ କେସର ଡ୍ରାଫ୍ଟ ପ୍ରସ୍ତୁତ କରି ସାରିଛନ୍ତି, ଏହା କେବଳ ରୁଜୁ ହେବାକୁ ବାକି ରହିଛି । ରାମସେତୁର ଛବିକୁ ଫିଲ୍ମ ମାଧ୍ୟମରେ ତଳେ ପକାଇବା ପାଇଁ ଉଦ୍ୟମ କରାଯାଇଛି ବୋଲି ସ୍ୱାମୀ କହିଛନ୍ତି । ଆଉ ଏକ ଟୁଇଟରେ ସେ ଉଲ୍ଲେଖ କରିଛନ୍ତି, ଅକ୍ଷୟ ଯଦି ଜଣେ ବିଦେଶୀ ନାଗରିକ ହୋଇଥିବେ ତାହାହେଲେ ଆମେ ତାଙ୍କୁ ଗିରଫ କରାଇବା ସହ ଦେଶ ବାହାରକୁ ପଠାଇବା ପାଇଁ ବ୍ୟବସ୍ଥା କରିବୁ । ନିକଟରେ ରାମସେତୁର ଏକ ପୋଷ୍ଟର ରିଲିଜ ହେବା ପରେ ସୋସିଆଲ ସାଇଟରେ ଏହା ଟ୍ରୋଲ ହୋଇଥିଲା । ପୋଷ୍ଟରରେ ଅକ୍ଷୟ ମଶାଲ ଜଳାଇ ରଖିଥିବା ବେଳେ ଫିଲ୍ମର ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ଟର୍ଚ୍ଚ ଧରିଥିଲେ । ବିକ୍ରମ ମାଲହୋତ୍ରା ଓ ଅରୁଣା ଭାଟିୟା ଏହାର ପ୍ରଡ୍ୟୁସର ହୋଇଥିବା ବେଳେ ଅଭିଷେକ ଶର୍ମା ନିର୍ଦ୍ଦେଶନା ଦେଇଛନ୍ତି ।
BREAKING NEWS
- Spying For Pakistan: ପାକ୍ ଗୁପ୍ତଚରଙ୍କୁ ଗୋପନୀୟ ତଥ୍ୟ ପଠାଉଥିବା ଅଭିଯୋଗରେ ଅବସରପ୍ରାପ୍ତ IAF ଅଧିକାରୀ ଗିରଫ
- Odisha Masters 2025:ଡିସେମ୍ବର ୧୪ରେ ଫାଇନାଲ ମ୍ୟାଚ; ଏହି ଭାରତୀୟ ଖେଳାଳୀ ଦେଖାଇବେ ଦମ୍
- କୃଷିର ନିରନ୍ତର ଅଭିବୃଦ୍ଧି ପାଇଁ ଶୀତଳ ଭଣ୍ଡାର ଏକ ସହାୟକ ପରିବେଶ ସୃଷ୍ଟି କରିବ: କୃଷି ମନ୍ତ୍ରୀ
- ପରଲୋକରେ ବରିଷ୍ଠ ସାମ୍ବାଦିକ ଦୁଲାଲ ମିଶ୍ର
- ଟାଟା ଷ୍ଟିଲ୍ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣରେ ସମ୍ବର୍ଦ୍ଧିତ ହେଲେ ରାଜ୍ୟର ୩୦ ଛାତ୍ରଛାତ୍ରୀ; ଯିବେ ISRO
- ବନ୍ଦେ ଭାରତ ଟ୍ରେନରେ ମିଳିବ ସ୍ଥାନୀୟ ଖାଦ୍ୟ, ପରେ ଅନ୍ୟ ଟ୍ରେନରେ ବି ହେବ ଉପଲବ୍ଧ…
- ସତରେ କଣ ଘରର ସୁନା ଯୋଗିଥାଏ ସାପ ? କ’ଣ କହୁଛି ଧର୍ମ…
- ଆପଣଙ୍କ ଶରୀରରେ ରହିଛିକି ଭିଟାମିନ ଡି ଅଭାବ: ସାବଧାନ! ମନକୁ ଆସିପାରେ ଆତ୍ମତ୍ୟା କରିବାର ଚିନ୍ତା…
- ନିଜ ଦେହର ମାଂସ ଖାଇଗଲେ କଏଦୀ ! ଛାତିଥରା ଘଟଣା
- ଆପଣଙ୍କ ପାସୱାର୍ଡ ଆଉ ଜଣଙ୍କ ପାଖରେ! ଜାଣନ୍ତୁ କିଏ…
Comments are closed.