ମୁମ୍ବାଇ: ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ ରାମସେତୁକୁ ନେଇ ବିବାଦ ବଢ଼ିବାରେ ଲାଗିଛି । ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ ଅଭିଯୋଗ କରିଛନ୍ତି ଯେ, ଏହି ଫିଲ୍ମରେ ଭୁଲ ତଥ୍ୟ ପ୍ରଦାନ କରାଯାଇଛି । ଶନିବାର ସେ ମେକର୍ସ ଏବଂ ଅକ୍ଷୟଙ୍କ ବିରୋଧରେ କେସ କରିବେ ବୋଲି ସୋସିଆଲ ସାଇଟରେ ସୂଚନା ଦେଇଛନ୍ତି । ମୋ ଓକିଲ ସତ୍ୟ ସଭରୱାଲ କେସର ଡ୍ରାଫ୍ଟ ପ୍ରସ୍ତୁତ କରି ସାରିଛନ୍ତି, ଏହା କେବଳ ରୁଜୁ ହେବାକୁ ବାକି ରହିଛି । ରାମସେତୁର ଛବିକୁ ଫିଲ୍ମ ମାଧ୍ୟମରେ ତଳେ ପକାଇବା ପାଇଁ ଉଦ୍ୟମ କରାଯାଇଛି ବୋଲି ସ୍ୱାମୀ କହିଛନ୍ତି । ଆଉ ଏକ ଟୁଇଟରେ ସେ ଉଲ୍ଲେଖ କରିଛନ୍ତି, ଅକ୍ଷୟ ଯଦି ଜଣେ ବିଦେଶୀ ନାଗରିକ ହୋଇଥିବେ ତାହାହେଲେ ଆମେ ତାଙ୍କୁ ଗିରଫ କରାଇବା ସହ ଦେଶ ବାହାରକୁ ପଠାଇବା ପାଇଁ ବ୍ୟବସ୍ଥା କରିବୁ । ନିକଟରେ ରାମସେତୁର ଏକ ପୋଷ୍ଟର ରିଲିଜ ହେବା ପରେ ସୋସିଆଲ ସାଇଟରେ ଏହା ଟ୍ରୋଲ ହୋଇଥିଲା । ପୋଷ୍ଟରରେ ଅକ୍ଷୟ ମଶାଲ ଜଳାଇ ରଖିଥିବା ବେଳେ ଫିଲ୍ମର ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ଟର୍ଚ୍ଚ ଧରିଥିଲେ । ବିକ୍ରମ ମାଲହୋତ୍ରା ଓ ଅରୁଣା ଭାଟିୟା ଏହାର ପ୍ରଡ୍ୟୁସର ହୋଇଥିବା ବେଳେ ଅଭିଷେକ ଶର୍ମା ନିର୍ଦ୍ଦେଶନା ଦେଇଛନ୍ତି ।
BREAKING NEWS
- ପୁଷ୍ପା ନିର୍ଦ୍ଦେଶକ ସୁକୁମାରଙ୍କ ସହ ହାତ ମିଳାଇଲେ ସାଉଥ ସୁପରଷ୍ଟାର ରାମ ଚରଣ
- Subhadra Yojana:ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ସୁଭଦ୍ରା ଟଙ୍କା;୨୫ ଜୁଲାଇ ସୁଦ୍ଧା ଆବେଦନଗୁଡ଼ିକର…
- ଶ୍ରୀଲଙ୍କାର ସ୍ପିନ୍ ଟ୍ରାକରେ ଜିତିବାକୁ ଟିମ ଇଣ୍ଡିଆର ସ୍ୱତନ୍ତ୍ର ଯୋଜନା
- ରେଭେନ୍ସା ଅଚଳାବସ୍ଥା ଉପରେ କୁଳପତିଙ୍କ ବଡ଼ ବୟାନ, ଖୁବଶୀଘ୍ର ସମାଧାନ ନେଇ ଦେଲେ ଆଶ୍ୱାସନା
- ବାଲେଶ୍ୱରରେ ଘନଉଛି ବନ୍ୟା ବିପତ୍ତି, ବିପଦ ସଙ୍କେତ ଟପିଲା ଜଳକା ନଦୀ
- ଓଡ଼ିଶାରେ ଦାଦନ ସମସ୍ୟା ରୋକିବ ‘ପ୍ରୋଜେକ୍ଟ ବ୍ଲେସ୍’: ସରକାରଙ୍କ ବଡ଼ ପଦକ୍ଷେପ
- ଯୌତୁକ ନିର୍ଯାତନା ଓ ହତ୍ୟା ଉଦ୍ୟମ ମାମଲାରେ ବନ୍ଧା ହେଲେ ପୂର୍ବତନ ବିଧାୟକଙ୍କ ଜ୍ୱାଇଁ
- ମହିଳା ଥାନାରୁ ଚମ୍ପଟ ମାରିଥିବା ଦୁଷ୍କର୍ମ ଅଭିଯୁକ୍ତ ବେଙ୍ଗାଲୁରୁରୁ ଗିରଫ
- ବିବାଦୀୟ ଏଫସିଆରଏ ବିଲକୁ ବିରୋଧ ପାଇଁ କଂଗ୍ରେସର ବଡ଼ ରଣନୀତି, ଜାରି ହେଲା ହୁଇପ୍
- କେନ୍ଦୁଝରରେ ବଡ଼ ଧରଣର ବ୍ୟାଙ୍କ ଠକେଇ: ଗ୍ରାହକଙ୍କ ଆକାଉଣ୍ଟରୁ ୩ କୋଟି ଲୁଟିଲେ ବାପା ପୁଅ

Comments are closed.