ବର୍ମିଂହାମ: ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡାରେ ୱେଟଲିଫ୍ଟିଂରେ ଭାରତକୁ ଆଉ ଏକ ପଦକ ମିଳିଛି । ୬୧ କେଜି ବିଭାଗରେ ଗୁରୁରାଜା ପୂଜାରୀ ବ୍ରୋଞ୍ଜ ପଦକ ଜିତିଛନ୍ତି । ପୂର୍ବରୁ ୫୫ କେଜିରେ ସଙ୍କେତ ସରଗର ରୌପ୍ୟ ପଦକ ହାସଲ କରିଥିଲେ । କର୍ଣ୍ଣାଟକର ଗୁରୁରାଜା ସ୍ନାଚରେ ୧୧୮ ଓ କ୍ଲି ଆଣ୍ଡ ଜର୍କରେ ୧୫୧ କେଜି ଭାର ଉଠାଇଥିଲେ । ସେ ଓଭରାଲ ୨୬୯ କେଜିର ଭାର ଉଠାଇଥିଲେ । ଏହି ବର୍ଗରେ ମାଲେସିଆର ମହମ୍ମଦ ଅଜନିଲ ବିଡିନ (୨୮୫ କେଜି) ସ୍ୱର୍ଣ୍ଣ ଏବଂ ପିଏନଜିର ମୋରେଆ ବାରୁ (୨୭୩ କେଜି) ରୌପ୍ୟ ପଦକ ହାସଲ କରିଥିଲେ । ୨୦୧୮ ଗୋଲ୍ଡକୋଷ୍ଟରେ ବି ଗୁରୁରାଜା ଭାରତ ପାଇଁ ପଦକ ଜିତିଥିଲେ । ଗୋଟିଏ ଦିନରେ ୨ଜଣ ୱେଟଲିଫ୍ଟର ଭାରତ ପାଇଁ ପଦକ ଜିତିଥିବାରୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି । ସୂଚନାଯୋଗ୍ୟ, ଗୁରୁରାଜାଙ୍କ ବାପା ଟ୍ରକ ଡ୍ରାଇଭର ଥିବା ବେଳେ ସଙ୍କେତଙ୍କ ବାପା ପାନ ଓ ସ୍ନାକ୍ସ ଦୋକାନ କରି ଘର ଚଳାଇଥାନ୍ତି । ଆର୍ଥୀକ ଅସୁବିଧା ସତ୍ୱେ ସେମାନେ ତାଙ୍କ ପୁଅମାନଙ୍କ ପାଇଁ ଯେଉଁ ନିଷ୍ଠାପର ତ୍ୟାଗର ପ୍ରଦର୍ଶନ କରିଛନ୍ତି ସେଥିଯୋଗୁ ଆଜି ଦେଶ ଗର୍ବିତ ହୋଇପାରିଛି ।
BREAKING NEWS
- Asian Games 2026: ଝିଅ ଦେଖାଇଲେ ଦମ୍…୮୫ ପଦକ ପରେ ବି ଭାରତ ଆଗରେ ବଡ଼ ଚ୍ୟାଲେଞ୍ଜ! ପୂର୍ବ ଅପେକ୍ଷା କମିଲା ସଂଖ୍ୟା, ‘ସ୍ୱର୍ଣ୍ଣ’ରେ କାହିଁକି ପଛରେ ପଡ଼ିଲା ଭାରତ?
- Modi Cabinet: ବିଦା ହେବେ କି ୨ କେନ୍ଦ୍ରମନ୍ତ୍ରୀ? ରାଜ୍ୟସଭା ଲିଷ୍ଟରୁ ନାଁ ଗାଏବ! ମୋଦୀ କ୍ୟାବିନେଟରେ ବଡ଼ ପରିବର୍ତ୍ତନ ଆଭାସ!
- SCB ମେଡିକାଲରେ ହାଇଡ୍ରାମା; ପାଣିଟାଙ୍କିରୁ ଡେଇଁ ପଡ଼ିଲେ ଯୁବକ
- Gold Coin for Brides: ନବଜାତ ଶିଶୁଙ୍କୁ ସୁନାମୁଦି ପରେ ଏବେ ନୂଆ ବୋହୂଙ୍କୁ ସୁନା! ମୁଖ୍ୟମନ୍ତ୍ରୀ ହେବା ପରେ ଥାଲାପତି ବିଜୟଙ୍କ ଆଉ ଏକ ଚର୍ଚ୍ଚିତ ଯୋଜନା
- ୧୩୦ ବର୍ଷ ଇତିହାସରେ ପୁରୀରେ ଦ୍ୱିତୀୟ ସର୍ବୋଚ୍ଚ ତାପମାତ୍ରା
- ଋଷ ଆକ୍ରମଣରେ ଛାରଖାର ୟୁକ୍ରେନର ରେଳସେବା: ସଙ୍କଟରେ କିଭ୍ !
- ଯନ୍ତର ମନ୍ତର ଯୌନ ନିର୍ଯାତନା ଅଭିଯୋଗ: ଦିଲ୍ଲୀ ACP ବିବେକ ଭଗତଙ୍କ ପଦୋନ୍ନତି ଉପରେ ରୋକ୍
- ଆଜିଠାରୁ ହବିଷ୍ୟାଳୀଙ୍କ ଅନଲାଇନ ଆବେଦନ…
- ଭୂକମ୍ପରେ ଥରିଲା ଆସାମର ନାଗାଓଁ; ତୀବ୍ରତା ୪.୫…
- Redeveloped Kalinga Studio:ପୁନର୍ବିକଶିତ ଅତ୍ୟାଧୁନିକ ‘କଳିଙ୍ଗ ଷ୍ଟୁଡିଓ’ର ଭବ୍ୟ ଲୋକାର୍ପଣ;ରହିଛି ସ୍ନୋ-ହାଉସ୍ ସହ ଏହି ସମସ୍ତ ବ୍ୟବସ୍ଥା

Comments are closed.