Latest Odisha News

ଆର୍ଥିକ ହେରଫେର ଏବଂ ସଞ୍ଜୟ ରାଉତ ଗିରଫ ମାମଲାରେ ଆହୁରି ଅନେକ ତଦନ୍ତ ପରିସର ଭୁକ୍ତ

ମୁମ୍ବାଇ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପତ୍ର ଚଲ ମାମଲା ଦୁର୍ନୀତି ମାମଲାରେ ସଞ୍ଜୟ ରାଉତଙ୍କୁ ଗିରଫ କରିବା ସହ ଆଉ କିଛି ଲୋକଙ୍କୁ ସମନ ଜାରି କରିଛି । ରବିବାର ଠାରୁ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ଘରେ ଆର୍ଥିକ ହେରଫେର ମାମଲାର ତଦନ୍ତ କରି ସୋମବାର ଗିରଫ କରିଛି ।

ମଙ୍ଗଳବାର ଏହି ମାମଲାରେ ଆଉ କିଛି ଲୋକଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜେରା କରିବା ପାଇଁ ସମନ ଜାରି କରିଛି । ଏମାନେ ସମସ୍ତେ ଶିବସେନାର ନେତା ସଞ୍ଜୟ ରାଉତଙ୍କ ଘନିଷ୍ଠ ସହଯୋଗୀ ବୋଲି କୁହାଯାଉଛି ।

ସଞ୍ଜୟ ରାଉତ ଏବେ ଅଗଷ୍ଟ ୪ ତାରିଖ ପର୍ଯ୍ୟନ୍ତ ଇଡି ହାଜତରେ ଅଛନ୍ତି । ସୋମବାର ତାଙ୍କୁ ଜେରା କରିବା ପାଇଁ ସ୍ପେଶାଲ ପିଏମଏଲଏ କୋର୍ଟରୁ ଜେରା ଅନୁମତି ପାଇଛି । ଗୁରୁ ଆଶିଷ କନଷ୍ଟ୍ରକସନ ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶକ ପ୍ରବୀଣ ରାଉତ ହେରଫେରରେ ମୁଖ୍ୟ କାର୍ପଟଦାର ବୋଲି ଏହି ଅବସରରେ କୋର୍ଟଙ୍କୁ କହିଛି ।

ଏହା ଭିତରେ ସଞ୍ଜୟ ରାଉତଙ୍କ ବିରୋଧର ଆଉ ଏକ ମାମଲା ରୁଜୁ କରାଯାଇଛି । ବକୋଡ଼ା ପୋଲିସ ଷ୍ଟେସନରେ ଆଇପିସି ଧାରା- ୫୦୪, ୫୦୬ ଏବଂ ୫୦୯ ତାଙ୍କ ବିରୋଧରେ ଲଗାଯାଇଛି ବୋଲି ମହାରାଷ୍ଟ୍ର ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ସ୍ୱପ୍ନା ପଟକରଙ୍କୁ ଧମକାଉଥିବା ଅଭିଯୋଗରେ ଏହି ଏତଲା ଦାଏର ହୋଇଛି ।

ଏକ ଅଡିଓ କ୍ଲିପ୍ ଭାଇରାଲ ହୋଇଛି । ଯେଉଁଥିରେ ସଞ୍ଜୟ ରାଉତ ସ୍ୱପ୍ନା ପଟକରଙ୍କୁ ଧମକାଉଛନ୍ତି ବୋଲି ପୋଲିସ କହିଛି । ସ୍ପପ୍ନା ପତ୍ର ଚଲ ମାମଲାର ଜଣେ ପ୍ରମୁଖ ସାକ୍ଷୀ ପଡ଼ିଛନ୍ତି । ସଞ୍ଜୟ ତାଙ୍କୁ ଧମକାଇ ତଦନ୍ତର ମୋଡ଼ ବଦଳାଇବାକୁ ଚେଷ୍ଟା କରୁଛନ୍ତି ବୋଲି ଇଡି କହିଛି ।

Leave A Reply

Your email address will not be published.