Latest Odisha News

ମିସେସ ସାଉଥ୍ ଇଣ୍ଡିଆ ପ୍ରତିଯୋଗିତାରେ ପ୍ରଥମ ରନର୍ସ ଅପ ହେଲେ ଗଞ୍ଜାମ ଝିଅ

ବ୍ରହ୍ମପୁର: ସୁନ୍ଦରୀ ପ୍ରତିଯୋଗିତାରେ ଚମକିଲେ ଗଞ୍ଜାମ ଝିଅ । ବେଙ୍ଗଳୁରୁ ଠାରେ ଆୟୋଜିତ ହୋଇଥିବା ନ୍ୟାସନାଲ ଲେବେଲ କ୍ଲାସି ଆଇକନ୍ସ ଅଫ ସାଉଥ ଇଣ୍ଡିଆ ସୁନ୍ଦରୀ ପ୍ରତିଯୋଗିତାରେ ପ୍ରଥମ ରନର୍ସ ଅପ ହୋଇଛନ୍ତି ହିଞ୍ଜିଳିକାଟୁ ସିକିରି ଗ୍ରାମର ତପସ୍ୱିନୀ ବରାଡ଼ । ଏହି ପ୍ରତିଯୋଗିତାରେ ସେ କର୍ଣ୍ଣାଟକ ରାଜ୍ୟ ପକ୍ଷରୁ ଭାଗ ନେଇ ତିନୋଟି ରାଉଣ୍ଡରୁ ପ୍ରଥମେ ଅଡିସନ, ଦ୍ୱିତୀୟ ସେମିଫାଇନାଲିଂ ଏବଂ ଶେଷରେ ଫାଇନାଲ ରାଉଣ୍ଡର ବିଜେତା ହୋଇ ପ୍ରଥମ ରନର୍ସ ଅଫ ହୋଇଛନ୍ତି ।

ପୂର୍ବରୁ ପୁନେ ଠାରେ ମିସେସ ମହାରାଷ୍ଟ୍ର ଟାଲେଣ୍ଟେଡ଼ରେ ଭାଗ ନେଇ ସଫଳତା ଅର୍ଜନ କରିଥିଲେ । ତପସ୍ୱିନୀ ସମ୍ପ୍ରତି ବେଙ୍ଗଳୁରୁରେ ସ୍ୱାମୀ ଶ୍ରୀକାନ୍ତ ବରାଡ଼ ଏବଂ ପୁଅଙ୍କ ସହ ରହୁଛନ୍ତି । ସ୍ୱାମୀ ଶ୍ରୀକାନ୍ତ ଏକ ଆଇଟି କମ୍ପାନୀରେ କାମ କରୁଥିବା ବେଳେ ତପସ୍ୱିନୀ ଫାଇନାନ୍ସ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି ।

ପୁରୁଷୋତ୍ତମପୁର ବ୍ଲକ ଅନ୍ତରୀ ଗାଁ ହେଉଛି ତପସ୍ୱିନୀଙ୍କ ଶାଶୂ ଘର । କିନ୍ତୁ ସେ ଅନେକ ବର୍ଷ ହେଲା ବେଙ୍ଗଳୁରୁରେ ରହୁଛନ୍ତି । ନିଜ ପରିବାର ଲୋକ ତଥା ସ୍ୱାମୀ, ଶାଶୂ, ଶ୍ୱଶୁର ଏବଂ ବାପାମାଆଙ୍କ ଯୋଗୁଁ ସଫଳତା ପାଇଥିବା କହିଛନ୍ତି । ବ୍ୟସ୍ତ ବହୁଳ କର୍ମ ଜୀବନ ଭିତରେ ଏଭଳି ପ୍ରତିଯୋଗିତାରେ ଭାଗ ନେବା ସହଜ ହେଉନାହିଁ । ତଥାପି ଉଦ୍ୟମ ଜାରି ରଖିଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.