Latest Odisha News

BREAKING NEWS

ନୂତନ ଟେକ ଅଫ ସିଷ୍ଟମ ଶ୍ରୀଶଙ୍କର ହାତରୁ ଛଡାଇ ନେଲା ସ୍ୱର୍ଣ୍ଣ ପଦକ

ବର୍ମିଂହାମ: ଭାରତର ଲଙ୍ଗଜମ୍ପର ମୁରଲୀ ଶ୍ରୀଶଙ୍କର ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ରୌପ୍ୟ ପଦକ ଜିତି ଭାରତକୁ ଗୌରବାନ୍ୱିତ କରିଛନ୍ତି । ତେବେ ଶ୍ରୀଶଙ୍କର ସ୍ୱର୍ଣ୍ଣ ପଦକ ଦାବୀଦାର ଥିଲେ । ନୂତନ ଭାବେ ଲାଗୁ କରାଯାଇଥିବା ଟେକ ଅଫ ସିଷ୍ଟମ ତାଙ୍କୁ ୨ ଥର ପାଉଲ ଘୋଷିତ କରିଥିଲା । ଏହି ଟେକନିକର ଆକ୍ୟୁରେଶୀ ନେଇ ମଧ୍ୟ ସଂଶୟ ସୃଷ୍ଟି ହୋଇଛି । ଜଣେ ଅଧିକାରୀ ମାନୁଆଲ ଭାବେ ଟେକ ଅଫ ବୋର୍ଡର ତଦାରଖ କରିଥାନ୍ତି । ଯେଉଁଥିରେ ଏକ ଲେଜର ବିମ ଟେକ ଅଫ ଲାଇନ ଭଳି କାର୍ଯ୍ୟ କରିଥାଏ । ଏହି ଲେଜର ବିମକୁ ଅତିକ୍ରମ କରିବା କିମ୍ବା ପାର କରିବା ନେଇ ଜମ୍ପରଙ୍କ ଉଦ୍ୟମକୁ ଫାଉଲ ଘୋଷିତ କରାଯାଇଥାଏ ।

୨ ଥର ଫାଉଲ ହେବା ପରେ ଶ୍ରୀଶଙ୍କର ମଧ୍ୟ ଆଶ୍ଚର୍ଯ୍ୟଚକିତ ହୋଇ ଯାଇଥିଲେ । ତାଙ୍କ ପାଦର ଆଙ୍ଗୁଳି ରେଖାର ଏକ ମିଲିମିଟର ବାହାରକୁ ରହିଥିଲା । ଫଳରେ ତାଙ୍କ ଜମ୍ପକୁ ଅଯୋଗ୍ୟ ଘୋଷିତ କରା ଯାଇଥିଲା । ଶ୍ରୀଶଙ୍କର ରୌପ୍ୟ ପାଇଥିଲେ ମଧ୍ୟ ତାଙ୍କୁ ସ୍ୱର୍ଣ୍ଣ ବିଜେତା ଭଳି ଅଭନନ୍ଦନ କରାଯାଉଛି ।

Leave A Reply

Your email address will not be published.