Latest Odisha News

BREAKING NEWS

ରାହୁଲ ମାଗିଲେ ଜବାବ, ପ୍ରଶ୍ନ ପଚାରିଲେ ଜେଲରେ ପୁରାଉଛି କେନ୍ଦ୍ର ସରକାର

ଦରଦାମ ବୃଦ୍ଧିକୁ ନେଇ ରାଜଧାନୀ ଦିଲ୍ଲୀରେ କଂଗ୍ରେସର ଜବରଦସ୍ତ ବିକ୍ଷୋଭ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଜନମାରଣ ନୀତି ବିରୋଧରେ କଂଗ୍ରେସ ପକ୍ଷରୁ ସାରା ଦେଶରେ ଆଜି ବିରୋଧ ପ୍ରଦର୍ଶନ କରାଯାଇଥିବା ବେଳେ ଦିଲ୍ଲୀରେ ପ୍ରବଳ ବିରୋଧ ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ବରିଷ୍ଠ କଂଗ୍ରେସ ନେତାମାନେ ବିଜେପି ସରକାର ବିରୋଧରେ ରଣହୁଙ୍କାର କରିଥିଲେ । କଳାପୋଷାକ ପିନ୍ଧି ରାଜରାସ୍ତାରେ ବିରୋଧ ପ୍ରଦର୍ଶନ କରିଥିଲେ ।  କଂଗ୍ରେସ ପୂର୍ବତନ ରାଷ୍ଟ୍ରୀୟ ସଭାପତି ରାହୁଲ ଗାନ୍ଧି ମଧ୍ୟ ବିଜେପି ସରକାର ବିରୋଧରେ ଅନେକ ଅନେକ ଅଭିଯୋଗ ଆଣିଥିଲେ ।

 

ରାହୁଲ କହିଥିଲେ  ଭାରତରେ ଆଜି ଏକଛତ୍ରବାଦ ଶାସନ ଚାଲିଛି । ବିରୋଧୀଙ୍କୁ ସଂସଦରେ କହିବାକୁ ମୋଦି ସରକାର ସମୟ ଦେଉନାହାଁନ୍ତି ।   କେନ୍ଦ୍ରୀୟ ସଂସ୍ଥାକୁ ବିରୋଧୀଙ୍କ ବିରୋଧରେ ଜାଣିଶୁଣି ଲଗାଯାଇ ନିର୍ଯ୍ୟାତନା ଦିଆଯାଉଛି ।

 

ସବୁ କେନ୍ଦ୍ରୀୟ ସଂସ୍ଥା ଏବେ ଆରଏସଏସର ନିୟନ୍ତ୍ରଣରେ ରହିଛି । ଆମ ସରକାର ଥିବାବେଳେ ଏହି ସବୁ ଏପରି ନଥିଲେ, ସେମାନଙ୍କର ସ୍ବାଧୀନତା ଥିଲା । ଏବେ ଏହାକୁ  ଆରଏସଏସ ଏବଂ ବିଜେପି ନେତାମାନେ ନିୟନ୍ତ୍ରଣ କରୁଛନ୍ତି ।

ରାହୁଲ ଗାନ୍ଧି ପୁଣି କହିଥିଲେ ଏବେ ସବୁଠୁ ଅଧିକ ବେରୋଜଗାରୀ ଭାରତରେ ରହିଛନ୍ତି । ସରକାର ନିଯୁକ୍ତିର ନାଗନ୍ଧ ଧରୁନାହାଁନ୍ତି । କହିଲେ ଓଲଟି ଜେଲରେ ପୁରାଇବାକୁ ଧମକ ଦେଉଛନ୍ତି । ସବୁଠୁ ଅଧିମ ଦରବୃଦ୍ଧି ମଧ୍ୟ ଭାରତରେ ଦେଖାଦେଇଛି । ବିଶେଷ କରି ଖାଦ୍ୟ ଶସ୍ୟରେ ଯେଉଁଭଳି ଜିଏସଟି ଲଗାଯାଉଛି ତାହାକୁ ଏ ସରକାର ଠିକ ବୋଲି କହୁଛନ୍ତି ।   ବିଜେପି କେନ୍ଦ୍ରୀୟ ଏଜେନିସକୁ ଲଗାଇ କଂଗ୍ରେସ ନେତାଙ୍କ ଉପରେ ନିର୍ଯ୍ୟାତନା ଦେଉଛି ବୋଲି କହିଛନ୍ତି ପ୍ରିୟଙ୍କା ଗାନ୍ଧି । ସେ ମଧ୍ୟ କଳା ପୋଷାକ ପିନ୍ଧି ବିରୋଧ ପ୍ରଦର୍ଶନ କରିଥିଲେ ।

କଂଗ୍ରେସର ସମସ୍ତ ବରିଷ୍ଠ ନେତା ଆଜି ଦିଲ୍ଲୀରେ କେନ୍ଦ୍ର ସରକାରଙ୍କୁ ବିରୋଧ ପ୍ରଦର୍ଶନରେ ସାମିଲ ହୋଇ ନିଜର ଅସନ୍ତୋଷ ପ୍ରକାଶ କରିଥିଲେ । ବିରୋଧ ପ୍ରଦର୍ଶନ ବେଳେ ବହୁ ବରିଷ୍ଠ ନେତାଙ୍କୁ ଅଟକ ରଖିଥିଲେ ପୋଲିସ । ପରେ ସେମାନଙ୍କୁ ଛଡା ଯାଇଥିବା ଜଣାପଡିଛି ।

 

Leave A Reply

Your email address will not be published.