ବର୍ମିଂହାମ: ଓଡିଶାର ୨ ଷ୍ଟାର ଆଥଲେଟ ଦୂତି ଚାନ୍ଦ ଓ ଶ୍ରାବଣୀ ନନ୍ଦଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଭାରତ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡା ମହିଳା ୪ ଗୁଣନ ୧୦୦ ମିଟର ରିଲେର ଫାଇନାଲରେ ପ୍ରବେଶ କରିଛି । ଦୂତି, ଶ୍ରାବଣୀଙ୍କ ବ୍ୟତୀତ ଏଥିରେ ହିମା ଦାସ ଓ ଜ୍ୟୋତି ୟାରାଜି ମଧ୍ୟ ଅଂଶଗ୍ରହଣ କରିଥିଲେ । ପ୍ରଥମ ଲେଗରେ ଦୂତି ରେସ ଆରମ୍ଭ କରିଥିଲେ ଏହା ପରେ ହିମା ଦାସ ଏବଂ ଶ୍ରାବଣୀ ଏହାକୁ ଆଗକୁ ବଢ଼ାଇଥିଲେ । ଜ୍ୟୋତି ରେସ ଫିନିଶ କରିଥିଲେ । ଭାରତ ୪୪.୫ ସେକେଣ୍ଡ ସମୟ ନେଇ ଦ୍ୱିତୀୟ ସ୍ଥାନରେ ଥିବା ବେଳେ ୪୩.୬୬ ସେକେଣ୍ଡ ସହ ଜାମାଇକା ପ୍ରଥମ ସ୍ଥାନରେ ରହିଛି । ଜାମାଇକା, ଭାରତ, ନାଇଜେରିଆ, ଇଂଲଣ୍ଡ, ଅଷ୍ଟ୍ରେଲିଆ, ସ୍କଟଲାଣ୍ଡ ଓ ତ୍ରିନିଦାଦ ଆଣ୍ଡ ଟବାଗୋ, ଘାନା ଟିମ ମଧ୍ୟରେ ସ୍ୱର୍ଣ୍ଣ ପଦକ ପାଇଁ ମୁକାବିଲା ହେବ । ପୂର୍ବରୁ ୪ ଗୁଣନ ୪୦୦ ରିଲେରେ ଭାରତ ପୁରୁଷ ଟିମ ଫାଇନାଲରେ ପ୍ରବେଶ କରି ସାରିଛି । ରବିବାର ଫାଇନାଲ ମ୍ୟାଚ ଖେଳାଯିବ ।
BREAKING NEWS
- ପିଆରଏସଆଇ ଭୁବନେଶ୍ୱର ଚାପଟରର ନୂତନ ଅଧ୍ୟକ୍ଷ ଓ କାର୍ଯ୍ୟକର୍ତ୍ତା ନିର୍ବାଚିତ
- ୯୨ ବର୍ଷରେ ପ୍ରଥମ; ଆଇଏମଏରେ ସାମିଲ ହେବେ ମହିଳା କ୍ୟାଡେଟ୍
- ବଦଳିବ ଦିଲ୍ଲୀ ବସ୍ତି ବାସିନ୍ଦାଙ୍କ ଭାଗ୍ୟ; ବଜେଟରେ ବଡ ଘୋଷଣା କଲେ ରେଖା ସରକାର
- ମୁସଲମାନଙ୍କ ପାଇଁ ଇଦ୍ ଗିଫ୍ଟ; ବିଜେପି ଲଞ୍ଚ କଲା ‘ସୌଗାତ-ଏ-ମୋଦୀ’
- ଭଙ୍ଗା ହେବ ଐତିହାସିକ ଗାବା ଷ୍ଟାଡିୟମ
- ଶୀତ ଋତୁରେ ଓଡ଼ିଶା ଆସିଛନ୍ତି ୨୩ ଲକ୍ଷ ୫୫ ହଜାରରୁ ଉର୍ଦ୍ଧ୍ବ ବିଦେଶୀ ପକ୍ଷୀ
- ସେଲିବ୍ରିଟି ମାଷ୍ଟରସେଫ୍ ଇଣ୍ଡିଆରେ ସ୍ଵତନ୍ତ୍ର ପଖାଳ ଥାଳି
- ଦକ୍ଷିଣ ଓଡ଼ିଶାର ୬ ହସ୍ପିଟାଲରେ ‘ସ୍ୱାସ୍ଥ୍ୟ ଏଟିଏମ୍ ମେସିନ୍’ ସ୍ଥାପିତ
- ଲୋକସଭାରେ ଆଗତ ହେଲା ବଏଲର୍ସ ବିଲ୍ ୨୦୨୪
- ନୂଆ ରୂପରେ ବଜାରକୁ ଆସିବ ଦେଶର ସବୁଠାରୁ ଶସ୍ତା ୭-ସିଟର କାର୍
Comments are closed.