Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ନୂଆପଡ଼ାର ୯ ଗାଁରେ ବୁଲୁଛି ମହାବଳ ବାଘ ! ଲୋକେ ଭୟଭୀତ

ନୂଆପଡ଼ା: ନୂଆପଡ଼ାରେ ବାଘ ମାତିଛି । ମହାବଳ ବାଘ ଗାଁକୁ ଗାଁ ଘୁରି ବୁଲୁଛି । ନୂଆପଡ଼ା ଜିଲ୍ଲା ସିନାପାଲି ରେଞ୍ଜ ଘାଟମାଳ ଅଞ୍ଚଳରେ ବାଘକୁ ନେଇ ଭୟଭୀତ ୯ଟି ଗାଁର ଲୋକ । ସିନାପାଲିର ଘାଟମାଲ, ଯୋଗଭଟା, ବଡ଼ମାଲ, ପଲନାପଡ଼ା, ପଣ୍ଡରିପାଣି, ଅରମେଳା, ମାନ୍ଦଳପଖାନ ଆଦି ୯ଟି ଗାଁରେ ୪ଟି ମହାବଳ ବୁଲୁଥିବା କହିଛନ୍ତି ଗ୍ରାମବାସୀ । ବାଘର ପାଦଚିହ୍ନ ମଧ୍ୟ ସ୍ଥାନେ ସ୍ଥାନେ ରହିଛି ।

ଲୋକେ ଦିନ ବେଳା ଘରୁ ବାହାରିବାକୁ ଡରୁଥିବା ବେଳେ ଚାଷ ଜମିକୁ ଯାଉ ନାହାନ୍ତି । ବଡ଼ମଲା ଗାଁର ଶିବୁ ମାଝୀଙ୍କ ବଳଦକୁ ମହାବଳ ମାରି ଖାଇ ଦେଇଥିବା କୁହାଯାଉଛି । ବାଘକୁ ନେଇ ଭୟରେ ଚାରିଆଡ଼ ଶୂନଶାନ ହୋଇ ପଡ଼ିଛି । ତେବେ ନୂଆପଡ଼ା ଜିଲ୍ଲାରେ ବାଘ ଆତଙ୍କ ନୂଆ ନୁହେଁ । ପୂର୍ବରୁ ନୂଆପଡ଼ା, କୋମନା, ବୋଡେନରେ ବାଘ ମାତିଥିଲା । ୫ ବର୍ଷ ତଳେ ନୂଆପଡ଼ା ହଳଦୀ ଗାଁରେ ବାଘ ମାଆ କୋଳରୁ ୪ ବର୍ଷର ଛୁଆକୁ ନେଇ ମାରି ଦେଇଥିଲା ।

ଏବେ ପୁଣି ଥରେ ସିନାପାଲି ଅଞ୍ଚଳରେ ବାଘ ଭୟ ଦେଖା ଦେଇଛି । ମହାବଳକୁ ନେଇ ଲୋକଙ୍କ ମଧ୍ୟରେ କୋକୁଆ ଭୟ ପରେ ବନ ବିଭାଗ ତଦନ୍ତ କରିବା ସହ କ୍ୟାମେରା ଲଗାଇବ ବୋଲି କହିଛନ୍ତି ରେଞ୍ଜର । କେବେ ଭାଲୁ ତ କେବେ ବାରହା ଆକ୍ରମଣ କରୁଥିବା ବେଳେ ଧନ ଜୀବନ ଯାଉଛି । ଏବେ ପୁଣି ବାଘ ଆତଙ୍କ ଲୋକଙ୍କୁ ଭୟଭୀତ କରାଇଥିବା ବେଳେ ବନ ବିଭାଗ ସୁରକ୍ଷା ଯୋଗାଇ ଦେବା ଜରୁରୀ ହୋଇ ପଡ଼ିଛି ।

Leave A Reply

Your email address will not be published.