Latest Odisha News

ଜଗଦୀପ ଧନଖଡ଼ ଭାରତର ଉପରାଷ୍ଟ୍ରପତି

ନୂଆଦିଲ୍ଲୀ: ଜଗଦୀପ ଧନଖଡ଼ ଭାରତର ଉପରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି । ଉପରାଷ୍ଟ୍ରପତି ନିର୍ବାଚନରେ ସେ ବିଜୟୀ ହୋଇଛନ୍ତି ।  ଭୋଟଗ୍ରହଣ ପରେ  ଫଳାଫଳ ଘୋଷଣା କରାଯାଇଛି ।

528 ଭୋଟ ପାଇ ଧନଖଡ ବିଜୟୀ ହୋଇଛନ୍ତି । ମିଳିତ ବିରୋଧୀ ପ୍ରାର୍ଥୀ ମାର୍ଗାରେଟ ଆଲଭାକୁ ହରାଇ ଧନଖଡ ଉପରାଷ୍ଟ୍ରପତି ନିର୍ବାଚିତ ହୋଇଥିବା ଘୋଷଣା କରାଯାଇଛି । 182 ଖଣ୍ଡ ଭୋଟ ପାଇଛନ୍ତି  ମିଳିତ ବିରୋଧୀ ପ୍ରାର୍ଥୀ ମାର୍ଗାରେଟ୍ ଆଲଭା । 15ଟି ଭୋଟ ନାକଚ ହୋଇଛି ।

780 ସାଂସଦଙ୍କ ମଧ୍ୟରୁ 725ଜଣ ସାଂସଦ ଭୋଟ ଦେଇଥିଲେ । 93 ପ୍ରତିଶତ ସାଂସଦ ଭୋଟ ଦେଇଥିଲେ ।

Leave A Reply

Your email address will not be published.