Latest Odisha News

BREAKING NEWS

ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତର ପଦକ ବର୍ଷା: ବକ୍ସିଂରେ ନିଖତଙ୍କୁ ସ୍ୱର୍ଣ୍ଣ

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତୀୟ ଆଥଲେଟ ପଦକ ବର୍ଷା କରାଇବାରେ ଲାଗିଛନ୍ତି । ରବିବାର ମହିଳା ବକ୍ସିଂରେ ନିଖତ ଜରୀନ ଭାରତ ଖାତାରେ ଆଉ ଏକ ସ୍ୱର୍ଣ୍ଣ ଯୋଡିଛନ୍ତି । ବିଶ୍ୱ ଚାମ୍ପିୟନ ନିଖତ ୫୦ କେଜି ବିଭାଗର ଫାଇନାଲରେ ନଦର୍ଣ୍ଣ ଆୟର୍ଲାଣ୍ଡର କାର୍ଲି ମ୍ୟାକନଲଙ୍କୁ ୫-୦ରେ ପରାସ୍ତ କରିଥିଲେ । ନିଖତଙ୍କ ଫୁର୍ତି ଏବଂ ସ୍କିଲ ଆଗରେ କାର୍ଲି ସମ୍ପୂର୍ଣ୍ଣ ଭାବେ ହାର ମାନିଥିଲେ କହିଲେ ଭୁଲ ହେବନି । ସେମିଫାଇନାଲରେ ସେ ଇଂଲଣ୍ଡର ସବନ୍ନା ଅଲ୍ଫିୟାଙ୍କୁ ପରାସ୍ତ କରି ସ୍ୱର୍ଣ୍ଣ ମୁକାବିଲାରେ ଅବତୀର୍ଣ୍ଣ ହୋଇଥିଲେ । ଏଥିସହ ଭାରତ ଏ ପର୍ଯ୍ୟନ୍ତ ବକ୍ସିଂରେ ୩ଟି ସ୍ୱର୍ଣ୍ଣ ଜିତିଛି । ଓଭରାଲ ଟିମ ଇଣ୍ଡିଆର ସ୍ୱର୍ଣ୍ଣ ସଂଖ୍ୟା ୧୭ରେ ପଂହଚିବା ସହ ପଦକ ତାଲିକାରେ ୪ର୍ଥ ସ୍ଥାନକୁ ଉନ୍ନୀତ ହୋଇଛି । ପୂର୍ବରୁ ବକ୍ସିଂରେ ନୀତୁ ଘଙ୍ଘାଂସ ଓ ଅମିତ ଫଙ୍ଗାଲ ସ୍ୱର୍ଣ୍ଣ ପଦକ ଜିତିଥିଲେ ।

Leave A Reply

Your email address will not be published.