ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡାର ୧୧ତମ ଦିନରେ ଭାରତୀୟ ବ୍ୟାଡମିଂଟନ ଖେଳାଳି ଦେଶ ପାଇଁ ୨ଟି ସ୍ୱର୍ଣ୍ଣ ଜିତିଛନ୍ତି । ସେମାନେ ହେଲେ ଲକ୍ଷ୍ୟ ସେନ ଓ ପିଭି ସିନ୍ଧୁ । ପୁରୁଷ ସିଙ୍ଗଲ୍ସରେ ଲକ୍ଷ୍ୟ ସେନ ମାଲେସିଆର ଜେଇ ୟଙ୍ଗଙ୍କୁ ୧୯-୨୧, ୨୧-୯ ଓ ୨୧-୧୬ରେ ପରାସ୍ତ କରି ଏହି ସଫଳତା ହାସଲ କରିଛନ୍ତି । ୨୦ ବର୍ଷୀୟ ଲକ୍ଷ୍ୟ ପ୍ରଥମ ଗେମ ହାରିଥିଲେ ମଧ୍ୟ ଏହା ପରେ ଜବରଦସ୍ତ ପ୍ରତ୍ୟାବର୍ତନ କରି କ୍ରମାଗତ ୨ଟି ଗେମ ଜିତି ମ୍ୟାଚରେ ବିଜୟୀ ହୋଇଥିଲେ । ଏହା ପୂର୍ବରୁ ପୁରୁଷ ସିଙ୍ଗଲ୍ସରେ ଭାରତ ପକ୍ଷରୁ ୨୦୧୪ରେ ପି.କାଶ୍ୟପ ସ୍ୱର୍ଣ୍ଣ ଜିତିଥିଲେ । ମହିଳା ସିଙ୍ଗଲ୍ସରେ ଅଲିମ୍ପିକ୍ସ ପଦକ ବିଜେତା ସିନ୍ଧୁ କାନାଡାର ମିଶେଲ ଲୀଙ୍କୁ ୨୧-୧୫ ଓ ୨୧-୧୩ ସିଧାସଳଖ ଗେମରେ ପରାସ୍ତ କରି ସ୍ୱର୍ଣ୍ଣ ପଦକ ହାତେଇଥିଲେ । ଏହା ପୂର୍ବରୁ ୨୦୧୮ରେ ସେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ଭାରତର ସ୍ୱର୍ଣ୍ଣ ସଂଖ୍ୟା ଏବେ ୨୦ରେ ପଂହଚିଛି । ଟେବୁଲ ଟେନିସ ପୁରୁଷ ସିଙ୍ଗଲ୍ସରେ ସାଥିୟାନ ଗଣନାଶେଖରନ ଇଂଲଣ୍ଡର ଡ୍ରକ ହେଲଙ୍କୁ ୧୧-୯, ୧୧-୩, ୧୧-୫, ୮-୧୧, ୯-୧୧, ୧୦-୧୨ ଓ ୧୧-୯ରେ ପରାସ୍ତ କରି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି ।
BREAKING NEWS
- କିନିଷିରୁ ମୋଦୀଙ୍କ ବଡ଼ ଦାବି, ତ୍ରିପୁରା ଭଳି ଏଥର ଓଡ଼ିଶାର ନିର୍ବାଚନ ଫଳାଫଳ ହେବ?
- ଆନ୍ଧ୍ର ଡିଜିପିଙ୍କୁ ବଦଳି ନିର୍ଦ୍ଦେଶ ଦେଲେ ନିର୍ବାଚନ କମିଶନ
- ବ୍ରହ୍ମପୁରରେ ମୋଦିଙ୍କ ଅଭିଭାଷଣ; ଜୁନ୍ ୪ରେ ବିଜେଡି ସରକାରର ଏକ୍ସପାଏରୀ ଡେଟ୍, ୧୦ରେ ମୁଖ୍ୟମନ୍ତ୍ରୀଙ୍କ ଶପଥ ନେବ ବିଜେପି
- ମନ୍ତ୍ରୀଙ୍କ ସହଯୋଗୀଙ୍କ ଘରେ ଇଡି ରେଡ୍; ମିଳିଲା ଟଙ୍କାର ପାହାଡ, ନୋଟ୍ ଗଣିଗଣି ହାଲିଆ ମେସିନ
- ଆଜିଠାରୁ ପାଗରେ ପରିବର୍ତ୍ତନ, ୪ ଦିନ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ସମ୍ଭାବନା
- ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ପଇତାଲାଗି ନୀତି; ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ
- ଆଜି ପ୍ରକାଶ ପାଇବ ଆଇସିଏସ୍ଇ ଦଶମ ଓ ଆଇଏସ୍ସି ଦ୍ୱାଦଶ ରେଜଲ୍ଟ
- ଆଜିଠୁ ଓଜେଇଇ, ମୋଟ ୬୦ଟି କେନ୍ଦ୍ରରେ ପରୀକ୍ଷା ଦେବେ ୬୫,୭୪୨ ଛାତ୍ରଛାତ୍ରୀ
- ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
- ବିଜେଡି, କଂଗ୍ରେସ ଛାଡିବା ପରେ ବିଜେପିରେ ସାମିଲ ହେଲେ ଜଜ୍ଞେଶ୍ୱର ବାବୁ