ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡାର ୧୧ତମ ଦିନରେ ଭାରତୀୟ ବ୍ୟାଡମିଂଟନ ଖେଳାଳି ଦେଶ ପାଇଁ ୨ଟି ସ୍ୱର୍ଣ୍ଣ ଜିତିଛନ୍ତି । ସେମାନେ ହେଲେ ଲକ୍ଷ୍ୟ ସେନ ଓ ପିଭି ସିନ୍ଧୁ । ପୁରୁଷ ସିଙ୍ଗଲ୍ସରେ ଲକ୍ଷ୍ୟ ସେନ ମାଲେସିଆର ଜେଇ ୟଙ୍ଗଙ୍କୁ ୧୯-୨୧, ୨୧-୯ ଓ ୨୧-୧୬ରେ ପରାସ୍ତ କରି ଏହି ସଫଳତା ହାସଲ କରିଛନ୍ତି । ୨୦ ବର୍ଷୀୟ ଲକ୍ଷ୍ୟ ପ୍ରଥମ ଗେମ ହାରିଥିଲେ ମଧ୍ୟ ଏହା ପରେ ଜବରଦସ୍ତ ପ୍ରତ୍ୟାବର୍ତନ କରି କ୍ରମାଗତ ୨ଟି ଗେମ ଜିତି ମ୍ୟାଚରେ ବିଜୟୀ ହୋଇଥିଲେ । ଏହା ପୂର୍ବରୁ ପୁରୁଷ ସିଙ୍ଗଲ୍ସରେ ଭାରତ ପକ୍ଷରୁ ୨୦୧୪ରେ ପି.କାଶ୍ୟପ ସ୍ୱର୍ଣ୍ଣ ଜିତିଥିଲେ । ମହିଳା ସିଙ୍ଗଲ୍ସରେ ଅଲିମ୍ପିକ୍ସ ପଦକ ବିଜେତା ସିନ୍ଧୁ କାନାଡାର ମିଶେଲ ଲୀଙ୍କୁ ୨୧-୧୫ ଓ ୨୧-୧୩ ସିଧାସଳଖ ଗେମରେ ପରାସ୍ତ କରି ସ୍ୱର୍ଣ୍ଣ ପଦକ ହାତେଇଥିଲେ । ଏହା ପୂର୍ବରୁ ୨୦୧୮ରେ ସେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ଭାରତର ସ୍ୱର୍ଣ୍ଣ ସଂଖ୍ୟା ଏବେ ୨୦ରେ ପଂହଚିଛି । ଟେବୁଲ ଟେନିସ ପୁରୁଷ ସିଙ୍ଗଲ୍ସରେ ସାଥିୟାନ ଗଣନାଶେଖରନ ଇଂଲଣ୍ଡର ଡ୍ରକ ହେଲଙ୍କୁ ୧୧-୯, ୧୧-୩, ୧୧-୫, ୮-୧୧, ୯-୧୧, ୧୦-୧୨ ଓ ୧୧-୯ରେ ପରାସ୍ତ କରି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି ।
BREAKING NEWS
- ଟାଇମ ପତ୍ରିକାର ‘ଟାଇମ ୧୦୦ ନେକ୍ସଟ’ ତାଲିକାରେ ଭାରତର ବୈଭବ
- Regularizes Junior Teachersr:ନିୟମିତ ହେଲେ କନିଷ୍ଠ ଶିକ୍ଷକ,ନିୟମିତକରଣ ୧ ଜାନୁଆରୀ…
- ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜରେ ଭାରତୀୟ ଦଳରେ ବଡ଼ ପରିବର୍ତ୍ତନ: ପ୍ରସିଦ୍ଧ ବାଦ,ୱାଶିଂଟନଙ୍କୁ ବିଶ୍ରାମ
- ଆଇସିସିର ନୂଆ ନିୟମ: ଆନ୍ତର୍ଜାତୀୟ କ୍ରିକେଟ୍ରେ ଆସିଲା ବଡ଼ ପରିବର୍ତ୍ତନ
- କନ୍ଧମାଳ ଜିଲ୍ଲାରେ ଟିପିଏସ୍ଓଡିଏଲ୍ ପକ୍ଷରୁ ‘ସୋଲାର ରଥ’ ଶୁଭାରମ୍ଭ
- ଏସୀୟ କ୍ରୀଡ଼ା ୨୦୨୬: ପାକିସ୍ତାନକୁ ହରାଇ ଫାଇନାଲରେ ଭାରତୀୟ ହକି ଦଳ
- Subhadra ShaktiBazaar:ମୁମ୍ବାଇରେ ‘ସୁଭଦ୍ରା ଶକ୍ତି ପପ୍-ଅପ୍ ବଜାର’;ମହିଳାଙ୍କ ଦ୍ୱାରା ପ୍ରସ୍ତୁତ ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀ ପ୍ରଦର୍ଶିତ
- ଏସୀୟ କ୍ରୀଡ଼ା ଫାଇନାଲ୍: ଭାରତ-ପାକିସ୍ତାନ ମହାମୁକାବିଲା ପୂର୍ବରୁ ହାତମିଳାକୁ ନେଇ ସସପେନ୍ସ
- Ken-Betwa Project: ମଧ୍ୟପ୍ରଦେଶ ପାନ୍ନା ଗାଁରେ ଅଭିନବ ପ୍ରତିବାଦ
- ସାହସୀ ପାଇଲଟଙ୍କ ପାଇଁ ବଡ଼ ଘୋଷଣା: ସ୍ମିତ୍ ମଚ୍ଛାର ପାଇବେ ବିଶିଷ୍ଟ ଗୁଜରାଟ ଗରିମା ସମ୍ମାନ

Comments are closed.