ଭୁବନେଶ୍ବର: ବଦଳିଛନ୍ତି ଓଡ଼ିଶା ପାଇଁ ରାଜ୍ୟ ବିଜେପି ପ୍ରଭାରୀ । ନୂଆ ଦାୟିତ୍ବ ତୁଲାଇବେ ସୁନୀଲ ବଂଶଲ । ସୁନୀଲ ବଂଶଲ ହୋଇଛନ୍ତି ରାଜ୍ୟ ବିଜେପି ପ୍ରଭାରୀ । ତେଲେଙ୍ଗାନା, ପଶ୍ଚିମବଙ୍ଗ ସହ ଓଡିଶା ଦାୟିତ୍ୱ ମଧ୍ୟ ସମ୍ଭାଳିବେ ସୁନୀଲ ବଂଶଲ । କେନ୍ଦ୍ର ଗୃହମନ୍ତ୍ରୀଙ୍କ ଓଡ଼ିଶା ଗସ୍ତର ଦୁଇଦିନ ପରେ ନୂଆ ପ୍ରଭାରୀ ନିଯୁକ୍ତ ହୋଇଛନ୍ତି । ଏନେଇ ବିଜେପି ମୁଖ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପୂର୍ବରୁ ଡି ପୁରେନ୍ଦେଶ୍ୱରୀ ରାଜ୍ୟ ପ୍ରଭାରୀ ଦାୟିତ୍ୱରେ ଥିଲେ । ୟୁପି ଦାୟୀତ୍ୱରେ ଥିବା ବେଳେ ୨୦୧୯ ସାଧାରଣ ନିର୍ବାଚନରେ ଉତ୍ତର ପ୍ରଦେଶରୁ ୭୩ ସାଂସଦ ବିଜୟୀ କରାଇ ଏକ ଉଦାହରଣ ସୃଷ୍ଟି କରିଥିଲେ ସୁନୀଲ ବଂଶଲ । ଏହାପରେ ୟୁପି ବିଧାନସଭା ନିର୍ବାଚନ ୨୦୧୭ରେ ବିଜେପି ସରକାର ଗଠନ କରିବାରେ ତାଙ୍କର ହାତ ଥିବା ଚର୍ଚା ହେଉଥିଲା । ଏହାସହ ୨୦୨୨ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପି ଭଲ ପ୍ରଦର୍ଶନ କରିବା ସହ ଦ୍ବିତୀୟବାର ସରକାର ଗଠନ କରିଛି । ଝାଡଖଣ୍ଡର ବିଜେପି ପ୍ରଦେଶ ମହାମନ୍ତ୍ରୀ ଥିବା ଧର୍ମପାଲ ସିଂଙ୍କୁ ଉତ୍ତର ପ୍ରଦେଶ ବିଜେପିର ମହାମନ୍ତ୍ରୀ ଭାବେ ନିଯୁକ୍ତି ଦିଆଯାଇଛି ।
BREAKING NEWS
- ଆମ୍ବେଦକର ଜୟନ୍ତୀ: ୧୪ ଏପ୍ରିଲ ସରକାରୀ ଛୁଟି
- ହାଇକୋର୍ଟ ଜଜ୍ଙ୍କୁ ଆହ୍ଲାବାଦକୁ ବଦଳି
- ପ୍ରକାଶ ପାଇଲା ଓଏସଏସଟିଇଟି ପରୀକ୍ଷା ଫଳ
- ଚେନ୍ନାଇ -ମଦୁରାଇରେ ଏଫ୍ଆଇଏଚ୍ ଜୁନିୟର ପୁରୁଷ ହକି ବିଶ୍ୱକପ୍
- ଆଇଟା-ଓଟିଏ ଟ୍ୟାଲେଂଟ ସିରିଜ: ସୂର୍ଯ୍ୟାଂଶ, ସାଇରାଂଶ ମାରିଲେ ବାଜି
- ଆଇପିଏଲ ଆୟରୁ କୋହଲିଙ୍କ କଟିଯିବ ୮ କୋଟି ଟଙ୍କା
- ଏପ୍ରିଲ ୨ରୁ ଖାତାଦେଖା; ମେ ୧୫ ସୁଦ୍ଧା ଯୁକ୍ତ ଦୁଇ ରେଜଲ୍ଟ
- ନକ୍ସଲଙ୍କ ବିସ୍ଫୋରଣ ଯୋଜନା ପଣ୍ଡ; ୪୫ କିଲୋ ଲ୍ୟାଣ୍ଡମାଇନ ଉଦ୍ଧାର
- ଅଫିସିଆଲ ଘୋଷଣା,ନିର୍ଦ୍ଦେଶନା ଦେବେ ହ୍ରିିତିକ ରୋଶନ
- ପୁଣି ବଢିଲା ତାତି, ଝାରସୁଗୁଡ଼ାରେ ୪୨ .୨ ଡିଗ୍ରୀ ରେକର୍ଡ
Comments are closed.