ଭୁବନେଶ୍ବର: ବଦଳିଛନ୍ତି ଓଡ଼ିଶା ପାଇଁ ରାଜ୍ୟ ବିଜେପି ପ୍ରଭାରୀ । ନୂଆ ଦାୟିତ୍ବ ତୁଲାଇବେ ସୁନୀଲ ବଂଶଲ । ସୁନୀଲ ବଂଶଲ ହୋଇଛନ୍ତି ରାଜ୍ୟ ବିଜେପି ପ୍ରଭାରୀ । ତେଲେଙ୍ଗାନା, ପଶ୍ଚିମବଙ୍ଗ ସହ ଓଡିଶା ଦାୟିତ୍ୱ ମଧ୍ୟ ସମ୍ଭାଳିବେ ସୁନୀଲ ବଂଶଲ । କେନ୍ଦ୍ର ଗୃହମନ୍ତ୍ରୀଙ୍କ ଓଡ଼ିଶା ଗସ୍ତର ଦୁଇଦିନ ପରେ ନୂଆ ପ୍ରଭାରୀ ନିଯୁକ୍ତ ହୋଇଛନ୍ତି । ଏନେଇ ବିଜେପି ମୁଖ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପୂର୍ବରୁ ଡି ପୁରେନ୍ଦେଶ୍ୱରୀ ରାଜ୍ୟ ପ୍ରଭାରୀ ଦାୟିତ୍ୱରେ ଥିଲେ । ୟୁପି ଦାୟୀତ୍ୱରେ ଥିବା ବେଳେ ୨୦୧୯ ସାଧାରଣ ନିର୍ବାଚନରେ ଉତ୍ତର ପ୍ରଦେଶରୁ ୭୩ ସାଂସଦ ବିଜୟୀ କରାଇ ଏକ ଉଦାହରଣ ସୃଷ୍ଟି କରିଥିଲେ ସୁନୀଲ ବଂଶଲ । ଏହାପରେ ୟୁପି ବିଧାନସଭା ନିର୍ବାଚନ ୨୦୧୭ରେ ବିଜେପି ସରକାର ଗଠନ କରିବାରେ ତାଙ୍କର ହାତ ଥିବା ଚର୍ଚା ହେଉଥିଲା । ଏହାସହ ୨୦୨୨ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପି ଭଲ ପ୍ରଦର୍ଶନ କରିବା ସହ ଦ୍ବିତୀୟବାର ସରକାର ଗଠନ କରିଛି । ଝାଡଖଣ୍ଡର ବିଜେପି ପ୍ରଦେଶ ମହାମନ୍ତ୍ରୀ ଥିବା ଧର୍ମପାଲ ସିଂଙ୍କୁ ଉତ୍ତର ପ୍ରଦେଶ ବିଜେପିର ମହାମନ୍ତ୍ରୀ ଭାବେ ନିଯୁକ୍ତି ଦିଆଯାଇଛି ।
BREAKING NEWS
- ଜଗନ୍ନାଥଙ୍କ ଆନିମେସନ୍ ଫିଲ୍ମ ରିଲିଜ୍ ଉପରେ ଲାଗିଲା ରୋକ୍, ଅଗଷ୍ଟ ୧୩ରେ ମାମଲାର ପରବର୍ତ୍ତୀ ଶୁଣାଣି
- ରାଜ୍ୟରେ ଘୂର୍ଣ୍ଣିବଳୟ ସକ୍ରିୟ, ପ୍ରବଳ ବର୍ଷା ନେଇ ଏହି ସବୁ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
- ରେଭେନ୍ସା ବିବାଦରେ ନୂଆ ମୋଡ଼: ସଦର ବିଧାୟକଙ୍କୁ କାଉଣ୍ଟର କଲା ଶିକ୍ଷକ ସଂଘ ‘ରୁଟା’
- Netanyahu dials PM Modi:ମୋଦୀଙ୍କୁ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ଫୋନ୍ କଲ୍; ସ୍ୱତନ୍ତ୍ର ରଣନୈତିକ ଭାଗୀଦାରୀ ଏବଂ ପଶ୍ଚିମ ଏସିଆର ସ୍ଥିତି ନେଇ ଆଲୋଚନା
- ୨୨ଲକ୍ଷର ସୋସାଇଟି ପାଣ୍ଠି ହଡ଼ପ ଅଭିଯୋଗ;ପୂର୍ବତନ ପାକ୍ସ ସମ୍ପାଦକ ଗିରଫ
- ବିଷାକ୍ତ ଲଙ୍କା: ୨୭ଟି ରାଜ୍ୟରେ ବ୍ୟାପିଲା ସାଲମୋନେଲା ସଂକ୍ରମଣ, ୩୪୫ ଆକ୍ରାନ୍ତ
- ଏଥର ଇନଷ୍ଟାଗ୍ରାମରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ନୂଆ ନିବେଦନ
- ବାଲେଶ୍ୱର ଭୋଗରାଇରେ ଉତ୍ତେଜନା: ସମୀକ୍ଷା ବୈଠକ ବେଳେ ମୁହାଁମୁହିଁ ହେଲେ ବିଜେପି-ବିଜେଡି କର୍ମୀ
- କ୍ରାଇମ୍ ବ୍ରାଞ୍ଚ ଚାର୍ଜସିଟରେ ଚାଞ୍ଚଲ୍ୟକର ଖୁଲାସା, ଅତ୍ୟଧିକ ଡ୍ରଗ୍ସ ନିଶାରେ ଥିଲେ କନଷ୍ଟେବଳ ସୌମ୍ୟ
- ଘର ପ୍ରତିଷ୍ଠା ଭୋଜି ଖାଇ ୭୦ରୁ ଅଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ; ହସ୍ପିଟାଲରେ ଭର୍ତ୍ତି

Comments are closed.