Latest Odisha News

BREAKING NEWS

ସିଡିଏ ଅଞ୍ଚଳର ବୁଦ୍ଧିଜୀବୀଙ୍କ ସହ ମେୟର ଓ କମିଶନରଙ୍କ ଆଲୋଚନା

କଟକ: କଟକ ମହାନଗର ନିଗମ ସମ୍ଳିଳନୀ କକ୍ଷରେ ସିଡିଏ ଅଞ୍ଚଳର ବୁଦ୍ଧିଜୀବୀଙ୍କ ସହ ମେୟର ସୁବାଷ ସିଂହ ଓ କମିଶନର ନିଖିଳ ପବନ କଲ୍ୟାଣ ସିଡିଏ ଅଞ୍ଚଳରସମସ୍ୟା ସମ୍ପର୍କିତ ଆଲୋଚନା କରିଥିଲେ  ।

ଆଜି ପ୍ରଥମଥର ପାଇଁ ମେୟର ସୁବାସ ସିଂହ ଓ କମିଶନର ନିଖିଲ ପବନ କଲ୍ୟାଣଙ୍କ ଆହ୍ବାନ କ୍ରମେ ସିଡିଏ ବୁଦ୍ଧିଜୀବୀ ମାନଙ୍କର ଏକ ସ୍ୱତନ୍ତ୍ର ବୈଠକ ଡକାଯାଇଥିଲା । କଟକ ମହାନଗର ନିଗମ ସମ୍ଳିଳନୀ କକ୍ଷରେ ଏହି ବୈଠକ ରେ ସିଡିଏ ରୁ ୭୨ଜଣ ବୁଦ୍ଧିଜୀବୀ ଯୋଗଦେଇଥିଲେ । ଏହି ବୈଠକରେ  ସିଡିଏ ସମ୍ପର୍କିତ ସମସ୍ୟା ସବୁ ଆଲୋଚନା କରିଥିଲେ  ।

ସିଡିଏ ଅଞ୍ଚଳର ସ୍ୱରେଜ ବ୍ୟବସ୍ଥା  ଓ ବର୍ଷା ଜଳ ନିଷ୍କାସନ କୁ  ସଠିକ ଭାବେ  କରାଇବା ପାଇଁ ସମସ୍ତ ପଦକ୍ଷପ ନିଆଯିବ ବୋଲି କମିଶନର ପ୍ରକାଶ କରିଥିଲେ । ବିପର୍ଯ୍ୟସ୍ତ ରାସ୍ତା ଘାଟର ଉନ୍ନତି କରଣ ତୁରନ୍ତ ଆରମ୍ଭ କରାଯିବ, ସମସ୍ତ ସିଡିଏ ରାସ୍ତାରେ ସମ୍ପୂର୍ଣ ଆଲୋକୀକରଣ, ସ୍ଵଛ ଜଳ ସମ୍ବଧୀୟ ସମସ୍ୟାର ତୁରନ୍ତ ସମାଧାନ , ଗୋଟିଏ କଲ୍ୟାଣ ମଣ୍ଡପ ଚାଲୁଥୁଇଲାବେଳେ ଅନ୍ୟ କଲ୍ୟାଣ ମଣ୍ଡପକୁ ଯଥା ଶୀଘ୍ର କାର୍ଯ୍ୟକ୍ଷମ କରିବା , ସିଡିଏର ସବୁ ସେକ୍ଟରରେ ପାର୍କ କରିବା , ପୁରାତନ ପାର୍କ ଗୁଡିକର ନବୀକରଣ , ଓ ନିର୍ମାଣାଧୀନ ପାର୍କ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ,

ସିଡିଏ ଅଧିବାସୀଙ୍କ ଫ୍ରି ହୋଲଡ଼ ସମସ୍ୟା କୁ ସମାଧାନ କରିବା ପାଇଁ ଓଡିଶା ସରକାରଙ୍କୁ ଅନୁରୋଧ କରିବା , ପେଟାନାଲ କାର୍ଯ୍ୟ ତୁରନ୍ତ ଆରମ୍ଭ କରିବା , ସିଡିଏ ରେ ନୂତନ ମାର୍କେଟ କଂପ୍ଲେକ୍ସ ନିର୍ମାଣ କରିବା , ସିଡିଏ ଅଞ୍ଚଳରେ ବର୍ଦ୍ଧିତ ଜନ ସଂଖ୍ୟା ଦୃଷ୍ଟିରୁ ନୂତନ ମଡେଲ ସ୍କୁଲର ପ୍ରତିଷ୍ଠା ପ୍ରସ୍ତାବକୁ ଆଗେଇନେବା , ସିଡିଏ ର ସବୁ ସେକ୍ଟର ରେ କମ୍ୟୁନିଟି ସେଣ୍ଟର କରିବା ,ନୂତନ ଡାକ୍ତରଖାନା ପ୍ରତିଷ୍ଠା କରିବା ,ପିଲାମାନଙ୍କ ପାଇଁ ଖେଳ ପଡିଆର ଉର୍ନତି କରିବା , ଇତ୍ୟାଦି ସମସ୍ୟା ଗୁଡିକର ସୁଚାରୁ ରୂପାୟନ ପାଇଁ ମେୟର ଓ କମିଶନର ପ୍ରୟାସ ଜାରି ରଖିବାକୁ ପ୍ରତିଶୃତି ଦେଇଥିଲେ  । ପରିଶେଷରେ କମିଶନର ସମସ୍ତ ୨୭ ଗୋଟି ଭନ୍ନ ଭିନ୍ନ ସମସ୍ୟାକୁ ଶୁଣି ତାହାର ପ୍ରତିକାର ପାଇଁ କଟକ ମହାନଗର ନିଗମ ଓ ଅନ୍ୟାନ୍ୟ ସରକାରୀ ଦପ୍ତର ସହ ଯୋଗାଯୋଗ କରିବାକୁ ପ୍ରତିଶୃତି ଦେଇଥିଲେ  ।

Leave A Reply

Your email address will not be published.