ଭୁବନେଶ୍ୱର: ଏନଡିଏରେ ସାମିଲ ପାଇଁ ବିଜେଡିକୁ ଆହ୍ବାନ ଦେଇଥିଲେ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠୱାଲେ । ରାମଦାସଙ୍କ ଆହ୍ୱାନ ପରେ ରାଜ୍ୟରେ ରାଜନୀତି ଜୋରଧରିଛି ।ଏହି ପ୍ରସଙ୍ଗରେ ବିରୋଧୀଦଳ ନେତା ଜୟନାରାୟଣ ମିଶ୍ରଙ୍କ ପ୍ରତିକ୍ରିୟା ଦେଇଛନ୍ତି । ଜୟନାରାୟଣ କହିଛନ୍ତି ଅଠୱାଲେ ବିଜେପିର ନୁହନ୍ତି ସେ ତାଙ୍କ ସ୍ଵାର୍ଥ ପାଇଁ ଏଭଳି କହିଥିବେ। ନିଜର ବାର୍ଗେନ୍ ପାୱାର ବଢ଼ାଇବାକୁ ଏପରି କହିଥିବେ। ବହୁତ୍ ଲୋକ ବହୁତ୍ କଥା କହିବେ। ବିଜେପି କିନ୍ତୁ ନବୀନଙ୍କୁ ଗ୍ରହଣ କରିବ ନାହିଁ। କୌଣସି ବୁଝାମଣା ହେବାର ନାହିଁ। ଅମିତ ଶାହା କହିଛନ୍ତି ୨୦୨୪ରେ ବିଜେପି ଏକା ଲଢିବ। ଆଠୱାଲେଙ୍କ ସହ ଆମର ସରକାର ନାହିଁ। ଦଳର ମୁଖପାତ୍ର ଓ ଦଳକୁ ଚଳାଉଥିବା ଲୋକ ତ କିଛି କହି ନାହାନ୍ତି। ବିଜେଡି ସହ କୌଣସି ବୁଝାମଣା ହେବାର ନାହିଁ ଯଦି ହେବାର ଥିଲା ମୋତେ ବିରୋଧୀଦଳ ନେତା କରି ନଥାନ୍ତେ। ଆଗକୁ ବିଜେପିର ବହୁତ୍ ପରିବର୍ତ୍ତନ ହେବ। ବିଜେପି ଏକା ଲଢିବ। ରାଷ୍ଟ୍ରପତି ନିର୍ବାଚନରେ ବହୁ ଦଳ ସମର୍ଥନ କରିଛନ୍ତି। ପ୍ରସଙ୍ଗ ଭିତ୍ତିକ ସମର୍ଥନ କରିଥାନ୍ତି ବହୁ ଦଳ। ବିଜେଡି ବି କରିଛି। ଏଥିରେ ନୀତିଗତ ପାର୍ଥକ୍ୟ ପରିବର୍ତ୍ତନ ହେବାର ନାହିଁବୋଲି ପ୍ରତିକ୍ରିୟା ରଖିଛନ୍ତି ବିରୋଧୀଦଳ ନେତା ଜୟନାରାୟଣ ମିଶ୍ର ।
BREAKING NEWS
- Dahi Bara: ଦହିବରା ଖାଇ ୫୦ରୁ ଊର୍ଦ୍ଧ୍ବ ଅସୁସ୍ଥ
- ମୋଦି ସରକାରଙ୍କ ବଡ଼ ନିଷ୍ପତ୍ତି, EPFO ଦରମା ସୀମା ୧୫ ହଜାର ଟଙ୍କାରୁ ୨୫ ହଜାର ଟଙ୍କାକୁ ବୃଦ୍ଧି
- ଜନ୍ମଦିନ ପାଳିବ ସୁଭଦ୍ରା, ଘରେ ଘରେ ଦୀପ ଜାଳିବେ ମହିଳା
- ତୃତୀୟ ଟି୨୦ ପୂର୍ବରୁ ବୈଭବଙ୍କୁ ନେଇ ସଞ୍ଜୁଙ୍କ ବଡ଼ ବୟାନ
- ଏଥର ଆଗୁଆ ମିଳିବ ପାଣିପାଗ ସୂଚନା, ଉଦ୍ଘାଟନ ହେଲା ଡପଲର ୱେଦର ରାଡାର କେନ୍ଦ୍ର
- ଶ୍ମଶାନକୁ ନାହିଁ ରାସ୍ତା;ଶବ ସତ୍କାର ପାଇଁ ଉଛୁଳା ନଦୀ ପାର ହେଉଛନ୍ତି ସମ୍ପର୍କୀୟ
- Pak Navy Ship: ଧକ୍କା ହେଲା ଭାରତ-ପାକ୍ ନୌସେନା ଜାହାଜ, ପାକ୍ ଦୂତଙ୍କୁ ଡାକି ବର୍ଷିଲା ଭାରତ!
- Bengaluru Woman Died: ଚକୋଲେଟ୍ ଖାଇଲେ, ଗାଧୋଇ ଗଲେ…କିଛି ମିନିଟ୍ ପରେ ଚାଲିଗଲା ଜୀବନ!
- ଶଙ୍ଖ ନଦୀରେ ଆଗ ପଛ ହୋଇ ବୁଡ଼ିଗଲେ ୬ ନାବାଳିକା,ଚାଲିଗଲା ୩ ଜୀବନ
- Odisha Inflation: ଦେଶରେ କମ୍, ରାଜ୍ୟରେ ଅଧିକ; ପକେଟକୁ ଭାରୀ ବାଧୁଛି…ଓଡିଶା ରୋଷେଇ ଘରକୁ ମହଙ୍ଗା ଚଡକ…

Comments are closed.