ଭୁବନେଶ୍ୱର: ଏନଡିଏରେ ସାମିଲ ପାଇଁ ବିଜେଡିକୁ ଆହ୍ବାନ ଦେଇଥିଲେ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠୱାଲେ । ରାମଦାସଙ୍କ ଆହ୍ୱାନ ପରେ ରାଜ୍ୟରେ ରାଜନୀତି ଜୋରଧରିଛି ।ଏହି ପ୍ରସଙ୍ଗରେ ବିରୋଧୀଦଳ ନେତା ଜୟନାରାୟଣ ମିଶ୍ରଙ୍କ ପ୍ରତିକ୍ରିୟା ଦେଇଛନ୍ତି । ଜୟନାରାୟଣ କହିଛନ୍ତି ଅଠୱାଲେ ବିଜେପିର ନୁହନ୍ତି ସେ ତାଙ୍କ ସ୍ଵାର୍ଥ ପାଇଁ ଏଭଳି କହିଥିବେ। ନିଜର ବାର୍ଗେନ୍ ପାୱାର ବଢ଼ାଇବାକୁ ଏପରି କହିଥିବେ। ବହୁତ୍ ଲୋକ ବହୁତ୍ କଥା କହିବେ। ବିଜେପି କିନ୍ତୁ ନବୀନଙ୍କୁ ଗ୍ରହଣ କରିବ ନାହିଁ। କୌଣସି ବୁଝାମଣା ହେବାର ନାହିଁ। ଅମିତ ଶାହା କହିଛନ୍ତି ୨୦୨୪ରେ ବିଜେପି ଏକା ଲଢିବ। ଆଠୱାଲେଙ୍କ ସହ ଆମର ସରକାର ନାହିଁ। ଦଳର ମୁଖପାତ୍ର ଓ ଦଳକୁ ଚଳାଉଥିବା ଲୋକ ତ କିଛି କହି ନାହାନ୍ତି। ବିଜେଡି ସହ କୌଣସି ବୁଝାମଣା ହେବାର ନାହିଁ ଯଦି ହେବାର ଥିଲା ମୋତେ ବିରୋଧୀଦଳ ନେତା କରି ନଥାନ୍ତେ। ଆଗକୁ ବିଜେପିର ବହୁତ୍ ପରିବର୍ତ୍ତନ ହେବ। ବିଜେପି ଏକା ଲଢିବ। ରାଷ୍ଟ୍ରପତି ନିର୍ବାଚନରେ ବହୁ ଦଳ ସମର୍ଥନ କରିଛନ୍ତି। ପ୍ରସଙ୍ଗ ଭିତ୍ତିକ ସମର୍ଥନ କରିଥାନ୍ତି ବହୁ ଦଳ। ବିଜେଡି ବି କରିଛି। ଏଥିରେ ନୀତିଗତ ପାର୍ଥକ୍ୟ ପରିବର୍ତ୍ତନ ହେବାର ନାହିଁବୋଲି ପ୍ରତିକ୍ରିୟା ରଖିଛନ୍ତି ବିରୋଧୀଦଳ ନେତା ଜୟନାରାୟଣ ମିଶ୍ର ।
BREAKING NEWS
- Rubio meets Jaishankar: ଭାରତର ପ୍ରଶଂସାରେ ଆମେରିକା ବୈଦେଶିକ ମନ୍ତ୍ରୀ, କହିଲେ, ‘ବିଶୋଧନକାରୀ ମହାଶକ୍ତି’, ଜୟଶଙ୍କର-ରୁବିଓଙ୍କ ମଧ୍ୟରେ ହେଲା ବଡ ବୈଠକ!
- Deepveer baby Devi: ନବମୀରେ ଦୀପିକା-ରଣବୀରଙ୍କ ଘରକୁ ଆସିଲେ ମା’ ଦୁର୍ଗା, ନାଁ ରଖିଲେ ‘ଦେବୀ’!
- ଆସୁଛି ଆଉ ଏକ ଲଘୁଚାପ, ଜାଣନ୍ତୁ ଓଡ଼ିଶାରେ ପ୍ରଭାବ…
- କୋଟିଆ ଉପରେ ନିୟମିତ ନଜର ରଖିବେ ଜିଲ୍ଲାପାଳ ଓ SP
- ରାଜଧାନୀରେ ଦୁର୍ଗାପୂଜା ଭସାଣୀରେ ବାଜିବନି DJ
- ପୂର୍ବତନ କ୍ରିକେଟର ତଥା ସାଂସଦ ୟୁସୁଫ ପଠାଣଙ୍କୁ ଗୁଜୁରାଟ ସରକାରଙ୍କ ବଡ ଉପହାର
- ବିସ୍କୁଟରେ ମିଶୁଛି ଚୋକଡ, କ୍ଷୀରରେ ଡ଼ିଟରଜେଣ୍ଟ; ଏଫଏସଏସଏଆଇ ବଡ଼ କାର୍ଯ୍ୟାନୁଷ୍ଠାନ…
- ଭୁବନେଶ୍ୱର ବିମାନବନ୍ଦରରୁ ୩ କୋଟିର ଗଞ୍ଜେଇ ଜବତ, ୩ ଅଟକ…
- ଟାଇଗର ଶ୍ରଫ୍ଙ୍କୁ ଫାୟାରିଂ ପଛର ସତ୍ୟ ବାହାର କଲା ପୋଲିସ: ଚାକିରି ଓ ଟଙ୍କା ଲୋଭରେ କରାଯାଇଥିଲା ଆକ୍ରମଣ
- ଦେଶବାସୀଙ୍କୁ ମୋହନ ଭାଗବତଙ୍କ ସମ୍ୱୋଧନ: କହିଲେ, ଏକତା ଓ ପ୍ରଗତି ରାସ୍ତାରେ ଆମେ ଆଗକୁ ବଢ଼ିବା ଦରକାର

Comments are closed.