Latest Odisha News

ପାରିବାରିକ କଳହକୁ ନେଇ ଥାନା ଆଗରେ ବିଷ ପିଇଦେଲେ ମହିଳା

ବ୍ରହ୍ମପୁର: ଗଞ୍ଜାମ ଜିଲା ଛତ୍ରପୁର ଥାନା ସମ୍ମୁଖରେ ପାରିବାରିକ କଳହକୁ ନେଇ ମଙ୍ଗଳବାର ସନ୍ଧ୍ୟାରେ ଜଣେ ମହିଳା ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଲେ ଛତ୍ରପୁର ମହାବୀର ନଗରର ଏମ. ମୁନା ପାତ୍ରଙ୍କ ସ୍ତ୍ରୀ ଏମ.ଝିଲି ପାତ୍ର। ତାଙ୍କୁ ଗୁରୁତର ଅବସ୍ଥାରେ ଛତ୍ରପୁର ଥାନା ପୋଲିସ ଉଦ୍ଧାର କରିଥିଲା। ଛତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା। ତେବେ ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର MKCG ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା।

ମିଳିଥିବା ସୂଚନା ଅନୁଯାୟୀ, ଝିଲି ଏବଂ ମୁନା ପ୍ରେମ ବିବାହ କରିଥିଲେ। କିନ୍ତୁ ବିବାହକୁ ନେଇ ମୁନାଙ୍କ ପରିବାର ଲୋକେ ଖୁସି ନଥିଲେ।ଯୌତୁକ ନିର୍ଯାତନା ଦେଉଥିଲେ। ଏହାକୁ ମୁନା ବିରୋଧ କରୁଥିଲେ ମଧ୍ୟ ଘର ଲୋକେ ଶୁଣୁ ନଥିଲେ। ଏ ନେଇ ଛତ୍ରପୁର ଥାନାରେ ଝିଲିଙ୍କ ପରିବାର ପକ୍ଷରୁ ଗତ ୨ତାରିଖରେ ଏତଲା ଦିଆଯାଇଥିଲା।

ବାରମ୍ବାର ଅଭିଯୋଗ ପରେ ବି କୌଣସି କାର୍ଯ୍ୟନୁଷ୍ଠାନ ହୋଇନଥିବାରୁ ମଙ୍ଗଳବାର ଥାନା ପରିସରରେ ଏକ ସମାଧାନ ବୈଠକ ଅନୁଷ୍ଠିତ ହୋଇଥିଲା। କିନ୍ତୁ ଏହି ବୈଠକରେ କୌଣସି ନିଷ୍ପତ୍ତି ହୋଇପାରି ନ ଥିଲା। ଏଥିରେ ଉତକ୍ଷୀପ୍ତ ହୋଇ ଝିଲି ବିଷ ପିଇ ଦେଇଥିବା ସ୍ଵାମୀ ମୁନା କହିଛନ୍ତି।

Leave A Reply

Your email address will not be published.