Latest Odisha News

ଭାରତୀୟ ଫୁଟବଲ ସଂଘ ଉପରୁ ବ୍ୟାନ ହଟାଇଲା ଫିଫା

ନୂଆଦିଲ୍ଲୀ: ଭାରତୀୟ ଫୁଟବଲ ସଂଘ ଉପରୁ ବ୍ୟାନ ହଟାଇଲା ଫିଫା, ଭାରତରେ ୧୭ ବର୍ଷରୁ କମ୍ ଫିଫା ମହିଳା ବିଶ୍ୱକପ୍ ଯଥାରୀତି ହେବ ବୋଲି ସୂଚନା ମିଳିଛି । ଭାରତରେ ୧୭ ବର୍ଷରୁ କମ୍ ଫିଫା ମହିଳା ବିଶ୍ୱକପ୍ ଯଥାରୀତି ହେବ, ଅକ୍ଟୋବର ୧୧ରୁ ୩୦ ପର୍ଯ୍ୟନ୍ତ ଭାରତରେ ହେବ ୧୭ ବର୍ଷରୁ କମ୍ ଫିଫା ମହିଳା ବିଶ୍ୱକପ ।

ଗତ ସପ୍ତାହରେ ଫିଫା ବାହ୍ୟ ହସ୍ତକ୍ଷେପ ଦର୍ଶାଇ ଭାରତୀୟ ଫୁଟବଲ ସଂଘକୁ (ଏଆଇଏଫ୍ଏଫ୍)କୁ ବାସନ୍ଦ କରିଥିଲା।

ସୁପ୍ରିମକୋର୍ଟ ଏଆଇଏଫ୍ଏଫ୍ ର ପରିଚାଳନା ପାଇଁ ତିନିଜଣିଆ ପ୍ରଶାସନିକ କମିଟି ନିଯୁକ୍ତ କରିଥିଲେ। କିନ୍ତୁ ଫିଫା ଗାଇଡଲାଇନ୍ ଅନୁଯାୟୀ ଏହାକୁ ହସ୍ତକ୍ଷେପ ବୋଲି ବିବେଚନା କରାଯାଉଥିଲା। ଏହି କାରଣରୁ ଫିଫା ଭାରତୀୟ ଫୁଟବଲ ସଂଘ ଉପରେ ପ୍ରତିବନ୍ଧକ ଲଗାଇଥିଲା।

ଅଗଷ୍ଟ ୨୮ରେ ଭାରତୀୟ ଫୁଟବଲ ସଂଘ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ତେବେ ବର୍ତ୍ତମାନ ଏହାକୁ ଏକ ସପ୍ତାହ ପାଇଁ ସ୍ଥଗିତ ରଖାଯାଇଛି। ଯାହାଦ୍ବାରା କି ଫିଫା ବ୍ୟାନ ହଟାଇପାରିବ ବୋଲି ସୁପ୍ରିମକୋର୍ଟ ଶୁଣାଣିବେଳେ କହିଥିଲେ ।

ଏହାପୂର୍ବରୁ ସୋମବାର ପୂର୍ବତନ ଭାରତୀୟ ଫୁଟବଲ ଦଳର ପୂର୍ବତନ ଅଧିନାୟକ ବାଇଚୁଙ୍ଗ ଭୁଟିଆ ଏଆଇଏଫ୍ଏଫ୍ ରେ ସଂସ୍କାରକୁ ସମର୍ଥନ କରି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ।

ଭୁଟିଆ କହିଥିଲେ ଯେ ସିଓଏ (ସୁପ୍ରିମକୋର୍ଟଙ୍କ ଦ୍ଵାରା ଗଠିତ ପ୍ରଶାସକ କମିଟି) ଦେଇଥିବା ଡ୍ରାଫ୍ଟ ସମ୍ବିଧାନକୁ ଏଆଇଏଫ୍ଏଫ୍ ର ନୂତନ ସମ୍ବିଧାନ ଭାବରେ ଗ୍ରହଣ କରାଯାଉ।

Comments are closed.