Latest Odisha News

BREAKING NEWS

ସିବିଆଇ ଅଧିକାରୀଙ୍କ ଆତ୍ମହତ୍ୟା, ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାର କରୁଥିଲେ ତଦନ୍ତ !

ନୂଆଦିଲ୍ଲୀ: ସିବିଆଇ ଅଧିକାରୀଙ୍କ ଆତ୍ମହତ୍ୟା । ମୃତକଙ୍କ ନାମ ହିମାଚଳ ପ୍ରଦେଶର ଜିତେନ୍ଦ୍ର କୁମାର । ସେ ହିମାଚଳ ପ୍ରଦେଶର ମାଣ୍ଡି ଜିଲ୍ଲାର ବାସିନ୍ଦା । ଦିଲ୍ଲୀ ସ୍ଥିତ ଡିଫେନ୍ସ କଲୋନୀରେ ଥିବା ସରକାରୀ ଆବାସରେ ଏକୁଟିଆ ରହୁଥିଲେ। ତାଙ୍କ ପରିବାର ହିମାଚଳ ପ୍ରଦେଶରେ ରହୁଥିବା ସୂଚନା ରହିଛି ।

ଜିତେନ୍ଦ୍ର କୁମାର ଦିଲ୍ଲୀର ହୁଡକୋ କମ୍ପ୍ଲେକ୍ସ ଅଫ୍ ଡିଫେନ୍ସ କଲୋନୀରେ ରହୁଥିଲେ। ସେ ନିଜ ଘରେ ରଶି ଲଗାଇ ଝୁଲି ପଡିଛନ୍ତି। ପୋଲିସ ଘଟଣାସ୍ଥଳରୁ ଏକ ସୁଇସାଇଡାଲ ନୋଟ ମଧ୍ୟ ଜବତ କରିଛି। ଯେଉଁଥିରେ ଲେଖାଯାଇଛି ଯେ ତାଙ୍କ ମୃତ୍ୟୁ ପାଇଁ କେହି ଦାୟୀ ନୁହଁନ୍ତି।

ପୋଲିସ ଜିତେନ୍ଦ୍ର କୁମାରଙ୍କ ମୃତଦେହକୁ ଏମ୍ସର ଶବ ବ୍ୟବଚ୍ଛେଦରେ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି। ଦିଲ୍ଲୀ ପୋଲିସର ଜଣେ ଅଧିକାରୀ କହିଛନ୍ତି ଯେ ଜଣେ ବ୍ୟକ୍ତି ଡିଫେନ୍ସ କଲୋନୀରେ ନିଜ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଥିଲା। ଏହାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଆଉ ସିବିଆଇ ଅଧିକାରୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଥିଲା । ମୃତ ଜିତେନ୍ଦ୍ର କୁମାର ସିବିଆଇରେ ଡେପୁଟି ଆଇନ ପରାମର୍ଶଦାତା ଭାବେ ନିଯୁକ୍ତି ଥିଲେ।

ପୋଲିସ କହିଛି ଯେ ଫୋରେନସିକ୍ ଟିମ୍ ସହିତ କ୍ରାଇମବ୍ରାଞ୍ଚକୁ ଘଟଣାସ୍ଥଳକୁ ଆସି ତଦନ୍ତ କରୁଛନ୍ତି। ମୃତକଙ୍କ ପତ୍ନୀ ଜ୍ୟୋତି ମାଣ୍ଡି ଜିଲ୍ଲାରେ ଏବଂ ଭାଇ ଚଣ୍ଡିଗଡ଼ରେ ରୁହନ୍ତି। ସୂଚନା ପାଇବା ପରେ ମୃତକଙ୍କ ପତ୍ନୀ ଏବଂ ଭାଇ ରାଜେନ୍ଦ୍ର ଦିଲ୍ଲୀ ଆସିଛନ୍ତି। ସିବିଆଇର ବରିଷ୍ଠ ଅଧିକାରୀମାନଙ୍କୁ ମଧ୍ୟ ଏ ସମ୍ପର୍କରେ ସୂଚନା ଦିଆଯାଇଛି। ଆଜି ଶବ ବ୍ୟବଚ୍ଛେଦ କରାଯିବ।

ମିଳିଥିବା ସୂଚନା ଅନୁଯାୟୀ ଦିଲ୍ଲୀରେ ଅବକାରୀ ନୀତିରେ ଦୁର୍ନୀତି ହୋଇଥିବା ଅଭିଯୋଗ ରହିଛି । ଏହି ମାମଲାରେ ସିବିଆଇ ତଦନ୍ତ କରୁଛି । ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଘରେ ମଧ୍ୟ ସିବିଆଇ ରେଡ୍ କରିଥିଲା। ଏହି ତଦନ୍ତକାରୀ ଟିମରେ ଜିତେନ୍ଦ୍ର ସାମିଲ ଥିବା ସୂଚନା ରହିଛି ।

Comments are closed.