Latest Odisha News

BREAKING NEWS

ରାଜ୍ୟସଭା ଉପନିର୍ବାଚନ: ଅମର, ସସ୍ମିତ ଓ ଅଶ୍ୱିନୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ

ଭୁବନେଶ୍ୱର : ରାଜ୍ୟସଭା ଉପନିର୍ବାଚନ ଲାଗି ଓଡିଶାରୁ ଅମର ପଟ୍ଟନାୟକ, ସସ୍ମିତ ପାତ୍ର ଓ ଅଶ୍ୱିନୀ ବୈଷ୍ଣବ ନାମାଙ୍କନ ପତ୍ର ଦାଖଲ କରିଥିବାବେଳେ ଶୁକ୍ରବାର ଦିନ ଏହି ୩ ଜଣ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ।

ବିଜେଡି ପ୍ରାର୍ଥୀ ଅମର ପଟ୍ଟନାୟକ, ସସ୍ମିତ ପାତ୍ର ଏବଂ ବିଜେପି ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି । ଏନେଇ ଆଜି ରିଟର୍ଣ୍ଣିଂ ଅଫିସରଙ୍କ ପକ୍ଷରୁ ସୂଚନା ମିଳିଛି ।

ଏହି ୩ ଜଣକ ବ୍ୟତୀତ ଆଉ କେହି ରାଜ୍ୟସଭା ଉପନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିନଥିବାରୁ ଏମାନେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିବା ନେଇ ସୂଚନା ମିଳିଛି ।

Leave A Reply

Your email address will not be published.