ଭୁବନେଶ୍ୱର: ପରଜା ଆଦିବାସୀ ସମ୍ପ୍ରଦାୟ ଆନ୍ଦୋଳନକୁ ଓହ୍ଲାଇବ । ଏହି ସଂପ୍ରଦାୟର ସଦସ୍ୟ ମାନେ ପଦ୍ମ ପୁରସ୍କାର ପ୍ରାପ୍ତ କମଳା ପୂଜାରୀଙ୍କୁ ଜବରଦସ୍ତି ନଚେଇବା ଘଟଣାରେ ଏଭଳି ଚେତାବନୀ ଦେଇଛନ୍ତି ।
କଟକ ଏସସିବିରେ ଚିକିତ୍ସିତ ହେଉଥିବା ସମୟରେ ସମାଜସେବୀ ମମତା, କମଳାଙ୍କୁ ଜବରଦସ୍ତି ନଚାଇଥିଲେ ବୋଲି କମଳା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଥିଲେ ।
କୋରାପୁଟ ଜିଲ୍ଲାର ଆଦିବାସୀ ସମ୍ପ୍ରଦାୟ ପରଜା ସମାଜର ସଭାପତି ହରିଶ ମୁଦୁଲି ଚେତାବନୀ ଦେଇଛନ୍ତି ଯେ, ଯଦି ରାଜ୍ୟ ସରକାର ମମତା ବେହେରା ନାମକ ସାମାଜିକ କର୍ମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରନ୍ତି ତେବେ ସଦସ୍ୟମାନେ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବେ ।
“ମୁଁ କେବେ ନାଚିବାକୁ ଚାହୁଁ ନଥିଲି କିନ୍ତୁ ବାଧ୍ୟ ହୋଇଥିଲି। ମୁଁ ବାରମ୍ବାର ମନା କରିଥିଲି, କିନ୍ତୁ ସେ ଶୁଣିଲେ ନାହିଁ। ମୋତେ ନାଚିବାକୁ ପଡିଲା। ମୁଁ ଅସୁସ୍ଥ ହୋଇ ଥକି ଯାଇଥିଲି” ବୋଲି ପଦ୍ମ ପୁରସ୍କାର ପ୍ରାପ୍ତ କମଳା ଗଣମାଧ୍ୟମକୁ କହିଛନ୍ତି।
ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଠାରେ ସାମାଜିକ କର୍ମୀ କମଳା ପୂଜାରୀଙ୍କ ସହ ଆଇସିୟୁରେ ବ୍ୟାକଗ୍ରାଉଣ୍ଡରେ ଗୀତ ବଜାଉଥିବାର ନଜର ଆସିଛନ୍ତି।
ଗଣମାଧ୍ୟମକୁ ମମତା ପ୍ରତିକ୍ରିୟ ଦେଇଛନ୍ତି ଯେ, “କମଳା ପୂଜାରୀ ଅସୁସ୍ଥତା ହେତୁ ମାନସିକ ଅବସାଦଗ୍ରସ୍ତ ହୋଇଥିଲେ ଏବଂ ସେ ବଞ୍ଚିବେ ବୋଲି ଆଶା ହରାଇଥିଲେ। ମୋର ଉଦ୍ଦେଶ୍ୟ ଥିଲା ତାଙ୍କୁ ମାନସିକ ସ୍ତରରେ ଶକ୍ତିଶାଳୀ କରିବା ଏବଂ ତାଙ୍କୁ ଶୀଘ୍ର ସୁସ୍ଥ ହେବାକୁ ସାହାଯ୍ୟ କରିବା । ସେ ନିଜେ ଧମସା ନୃତ୍ୟ କରିବେ ବୋଲି ଜିଦ୍ ଧରିଥିଲେ।
ଜୈବିକ ଚାଷକୁ ପ୍ରୋତ୍ସାହିତ କରିବା ଏବଂ ଧାନ ସମେତ ବିଭିନ୍ନ ଫସଲର ୧୦୦ରୁ ଅଧିକ କିସମର ଦେଶୀ ମଞ୍ଜି ସଂରକ୍ଷଣ ପାଇଁ ୨୦୧୯ ରେ ପଦ୍ମଶ୍ରୀଙ୍କୁ କମଳା ପୂଜାରୀଙ୍କୁ କିଡନୀ ସମ୍ବନ୍ଧୀୟ ରୋଗ ପାଇଁ ଏସସିବିରେ ଭର୍ତ୍ତି କରାଯାଇଥିଲା। ସୋମବାର ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି ।
Comments are closed.