Latest Odisha News

କେନ୍ଦ୍ର ବଜେଟ୍ ଆଣିଦେଇପାରେ ସରକାରୀ କର୍ମଚାରୀଙ୍କ ଲାଗି ଖୁସି ଖବର !

ନୂଆଦିଲ୍ଲୀ: ଅଗାମୀ ବାର୍ଷିକ ବଜେଟ ଆଣି ଦେଇପାରେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଲାଗି ଖୁସିର ଖବର । ସପ୍ତମ ବେତନ କମିଶନରେ ଆଦୌ ସନ୍ତୁଷ୍ଟ ନଥିବା କର୍ମଚାରୀ ସରକାର ସେମାନଙ୍କୁ ଠକୁଥିବା ଭଳି ଅନୁଭବ କରୁଛନ୍ତି । ସରକାରଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ସର୍ବନିମ୍ନ ବେତନ ହାରରେ ସେମାନେ ଖୁସି ନଥିବା ସହ ଏନେଇ କର୍ମଚାରୀ ମାନେ ପୁର୍ବରୁ ବାରମ୍ବାର ଅର୍ଥ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

ତେବେ ଚଳିତ ବଜେଟରେ କର୍ମଚାରୀଙ୍କ ଅପେକ୍ଷାର ଅନ୍ତ ଘଟିଲା ଭଳି ମନେ ହେଉଛି, ଲାଗୁଛି ସରକାର କର୍ମଚାରୀଙ୍କ ଦାବି ପୂରଣ କରି ପାରନ୍ତି ।
ଯଦି ଗଣମାଧ୍ୟମର ତଥ୍ୟ ସତ ହୁଏ, ତେବେ ଜୁଲାଇ ୫ରେ ହେବାକୁ ଥିବା କେନ୍ଦ୍ରୀୟ ସାଧାରଣ ବଜେଟ ଅଧିବେଶନରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ସର୍ବନିମ୍ନ ବେତନ ହାରକୁ ବୃଦ୍ଧି କରିପାରନ୍ତି ।

କ’ଣ ବଢିପାରେ:
ସପ୍ତମ ବେତନ କମିଶନ ଅନୁଯାୟୀ ସମସ୍ତ କେନ୍ଦ୍ରୀୟ କର୍ମଚାରୀମାନେ ୨.୫୭ ହାରରେ ଫିଟମେଣ୍ଟ ଭାବେ ଉପକୃତ ହୋଇପାରିବେ । ଏନେଇ ସମସ୍ତ ସରକାରୀ କର୍ମଚାରୀମାନେ ୩.୬୮ ହାରରେ ଦରମା ୮୦୦୦ ଟଙ୍କା ବୃଦ୍ଧି ପାଇଁ ଦାବି କରୁଛନ୍ତି । ମାତ୍ର କର୍ମଚାରୀମାନଙ୍କ ଏହି ଯୁକ୍ତିକୁ ଅର୍ଥମନ୍ତ୍ରୀ ରଖୁଛନ୍ତି କି ନାହିଁ ତାହା ବଜେଟ ଅଧିବେଶନ ପରେ ଜଣା ପଡିବ ।

କରଦାତାଙ୍କ ପାଇଁ ଖୁସି ଖବର:
ଗଣମାଧ୍ୟମର ରିପୋର୍ଟ ଅନୁସାରେ ଆଗାମୀ ସାଧାରଣ ବଜେଟ ଅଧିବେଶନରେ ଆୟକର ସୀମା ବାର୍ଷିକ ୨.୫ଲକ୍ଷରୁ ବଢି ୩ଲକ୍ଷ ଟଙ୍କା ହେବାର ସମ୍ଭାବନା ରହିଛି ।

Leave A Reply

Your email address will not be published.