Latest Odisha News

BREAKING NEWS

ନାଇଜେରିଆରୁ ଉଦ୍ଧାର ହେଲେ ୫ ଭାରତୀୟ, ଜଣେ ଓଡିଆ ସାମିଲ

ଭୁବନେଶ୍ୱର : ଆସନ୍ତା ଏପ୍ରିଲ୍ ୧୯ ତାରିଖରେ ନାଇଜେରିଆର ବନି ଦ୍ୱୀପପୁଞ୍ଜରୁ ଅପହୃତ ହୋଇଥିବା ଜଣେ ଓଡିଆ ନାବିକଙ୍କ ସହ ୫ ଜଣ ଭାରତୀୟଙ୍କୁ ଶନିବାର ଦିନ ଉଦ୍ଧାର କରାଯାଇଛି।

ଏନେଇ ଟ୍ୱିଟ୍ କରିଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ।

ମିଳିଥିବା ସୂଚନାନୁଯାୟୀ ଏପ୍ରିଲ୍ ୧୯ ତାରିଖ, ପାଖାପାଖି ସନ୍ଧ୍ୟା ୭ଟା ସମୟରେ ଓଡିଆ ନାବିକ ସୁଦୀପ ଚୌଧୁରୀଙ୍କ ସହ ୫ଜଣଙ୍କୁ ଏମଟି ଆପେସସରୁ କିଛି ଜଳଦସ୍ୟୁ ଅପହରଣ କରି ନେଇଥିଲେ । ଏହି ଘଟଣାର ଗୋଟିଏ ଦିନ ସିପିଂର ମହାନିର୍ଦ୍ଦେଶକ ଏନେଇ ବୈଦେଶିକ ମନ୍ତ୍ରଣାଳୟକୁ ଅବଗତ କରାଇଥିଲେ ।

ଏଘଟଣା ସମ୍ପର୍କରେ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ନାଇଜେରିଆ କର୍ତ୍ତୃପକ୍ଷଙ୍କୁ ତୁରନ୍ତ ଅବଗତ କରାଇଥିଲେ । ଏଥିସହିତ ଯଥାଶୀଘ୍ର ଭାରତୀୟ ନାଗରିକମାନଙ୍କୁ ଜଳଦସ୍ୟୁଙ୍କ ନିକଟରୁ ଉଦ୍ଧାର କରିବା ପାଇଁ ଅନୁରୋଧ କରିଥିଲେ । ଏହାପରେ ନାଇଜେରିଆ କର୍ତ୍ତୃପକ୍ଷ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ।

ଅପହୃତ ହୋଇଥିବା ଓଡିଆ ବ୍ୟକ୍ତିଙ୍କ ବାପା କେନ୍ଦ୍ରମନ୍ତ୍ରୀଙ୍କୁ ଫୋନ କରି ଜଣାଇବା ପରେ ଏହି ଘଟଣା ସର୍ବସମ୍ମୁଖକୁ ଆସିଥିଲା ।

Leave A Reply

Your email address will not be published.